March 12, 2026

ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ ..

schooo
Share

 


ଗୁଣପୁର ୩୧/୩ସ୍ଥାନୀୟ ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଓ କାଳି ପ୍ରସାଦ ପଟନାୟକ ଆଜି ଚାକିରୀ ଜୀଵନରୁ ଅବସର ଗ୍ରହଣ କରିଛନ୍ତି। ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିକ୍ଷକ ଶ୍ରୀ ପଣ୍ଡା ଓ ଶ୍ରୀ ପଟନାୟକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନର ଶିକ୍ଷକ ଉଭୟଙ୍କ ଭବିଷ୍ୟତ ଜୀବନ ସ୍ଥୁସ୍ଥ ନିରାମୟ ରହିବା ପାଇଁ କାମନା କରିଥିଲେ। ଶିକ୍ଷକ ଶ୍ରୀ ପଣ୍ଡା ଅବିଭକ୍ତ କୋରାପୁଟ ଜିଲ୍ଲା ନବରଙ୍ଗପୁରରୁ ୧୯୮୬ ମସିହାରୁ ଚାକିରୀ ଆରମ୍ଭ କରିଥିଲେ। ସେହିପରି ଶିକ୍ଷକ ଶ୍ରୀ ପଟନାୟକ ନଭେମ୍ବର ୧୯୮୬ ମସିହାରୁ ଶିକ୍ଷକତା କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରସି ରୋଜି କୋରା,କଞ୍ଜନୟିନୀ ସାହୁ,ଗୀତା ମିଶ୍ର,ସୁଷମା ସାହୁ,କେ ରାଧାରାଣୀ, ସନ୍ଧ୍ୟାରାଣୀ ମହାଙ୍କୁଡ଼, ହରିପ୍ରିୟା ମିଶ୍ର,ରଶ୍ମିତା ସାହୁ,ଶାନ୍ତିଲତା ନାୟକ,ଦୁର୍ଗା ପ୍ରସାଦ ମହାପାତ୍ର,ବାବୁ ଲିଙ୍ଗମ ପ୍ରମୁଖ ଉପସ୍ଥିତ ଥିଲେ।(ସୁରେନ୍ଦ୍ର ମହାନ୍ତି )