ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଅଞ୍ଚଳରେ ବଢୁଛି ପାନୀୟ ଜଳର ସମସ୍ୟା….
ବୋଲଗଡ , (ଉପାନ୍ତ ଖବର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ବାୟୁ ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ ହେଲେ ବାହାରକୁ ବାହାରିବା ସମ୍ଭପର ହେଉନାହିଁ।ବୋଲଗଡ ବ୍ଲକ ଅଞ୍ଚଳରେ ନଦୀ , ନାଳ ନ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଅଛି। ବୋଲଗଡ ବ୍ଲକ ଅଞ୍ଚଳର ପାନୀୟ ଜଳ ଅଭାବ ଦୂର କରିବାକୁ ମେଗା ପ୍ରକଳ୍ପ କାର୍ଯ୍ୟ ଅହେତୁକ ବିଳମ୍ବ ଫଳରେ ପାନୀୟ ଜଳ ପାଇବା ସ୍ବପ୍ନ ପାଲଟିଛି।। ଫଳରେ ଦିନକୁ ଦିନ ପାନୀୟ ଜଳର ଅଭାବ ଦେଖା ଦେଇଛି।ବୋଲଗଡ ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତାରେ ପାନୀୟ ଜଳ ସୂ ବ୍ୟବସ୍ଥା ନ ଥିବା ଯୋଗୁଁ
ବାଟୋଇ ମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଅଛନ୍ତି। ପ୍ରଚଣ୍ଡ ରୌଦ୍ରତାପର ପ୍ରଭାବରେ ପାଣି ସମସ୍ୟା କୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଥିବା ବେଳେ ବୋଲଗଡ ବ୍ଲକ ଅଞ୍ଚଳରେ ଏହାର ବ୍ୟତିକର୍ମ ଦେଖିବାକୁ ମିଳୁଅଛି।ଅନ୍ୟପଟେ ସଂପୁର, ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଦେଇଛି। ରାଜ୍ୟ ସରକାର ଗ୍ରାମରେ ୨ ଗୋଟି ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଲେ ମଧ୍ୟ ତାହା ସମୁଦ୍ରକୁ ସଂଖେ ଭଳି ହେଉଛି। କମ୍ ସମୟ ଜଳ ଯୋଗାଣ ଯୋଗୁଁ ପାଣି ମୁନ୍ଦେ ନେବା ପାଇଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଘଟଣା ଘଟିଛି।ଲୋକମାନେ ଜଳ ଯୋଗାଣ ପ୍ରକଳ୍ପରୁ ଆବଶ୍ୟକ ପାଣି ମୂନ୍ଦେ ପାଉ ନ ଥିଲେ ମଧ୍ୟ ଜଳ ଯୋଗାଣ ପାଇପରୁ ବେନିୟମ ଭାବେ ଘରକୁ ସଂଯୋଗ କରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥି ପ୍ରତି ବୋଲଗଡ ବ୍ଲକ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ କର୍ଣ୍ଣପାତ ନ କରିବା ଜନ ଅସନ୍ତୋଷ ପ୍ରକାଶ ପାଇଛି।ବୋଲଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଜଳ ଯୋଗାଣ କାର୍ଯ୍ୟ କି ଭଳି ଚାଲିଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଅଛି ।ଗ୍ରାମରେ ଦିନକୁ ୨ଥର ଜଳ ଯୋଗାଣ ସହିତ ପାନୀୟ ଜଳ ସମସ୍ୟା ଦୂର ପାଇଁ ଠୋସ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ଜନସାଧାରଣ ମାନେ ଦାବି କରିଅଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।