ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଙ୍ଘନ,ବିନାଫଳକରେ କାମ …
ବିଭିନ୍ନ ସରକାରୀ କାର୍ଯ୍ୟରେ ସ୍ବଛତା ବଜାୟ ପାଇଁ କାର୍ଯ୍ୟର ସମ୍ପୂର୍ଣ୍ଣ ତଥ୍ୟ ଫଳକରେ ସୂଚାଇବାର ନିୟମ ରହିଛି । କାରଣ ଫଳକରୁ ଜନସାଧାରଣ ତଥ୍ୟ ଅନୁଯାୟୀ କାର୍ଯ୍ୟ ଠିକ ହେଉଛି କି ନାହିଁ ଜାଣି ପାରିବେ । କାର୍ଯ୍ୟର ମାନକୁ ପରଖି ପାରିବେ । ହେଲେ ଏଠି ସରକାରଙ୍କ ନିୟମକୁ ଖୁଲମଖୁଲା ଉଲଙ୍ଘନ କରିଛନ୍ତି ଖୋଦ ବିଭାଗୀୟ ଅଧିକାରୀ । କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଦନପୁର ଅଠର ମାଣ ଚେକ ଡ୍ଯାମ କାର୍ଯ୍ୟ । କାର୍ଯ୍ୟଟି ହେଉଛି ଜଳସେଚନ ବିଭାଗର । ଏଠି ବିନା ଫଳକରେ ଚାଲିଛି କାର୍ଯ୍ୟ । ବିଭାଗୀୟ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ସାଜିଛନ୍ତି ଧୃତରାଷ୍ଟ୍ର । ଏହାର ଉପଯୁକ୍ତ ତଦନ୍ତ କରି ସରକାରୀ ଆଇନକୁ ବେଖାତିର କରି କାର୍ଯ୍ୟ କରୁଥିବା ଅଧିକାରୀଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଜନସାଧାରଣ ଦୃଢ ଦାବି କରିଛନ୍ତି ।
(ବାଙ୍କୀ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ)