March 10, 2026

ଅନୁଗୁର ଗ୍ରାମ ପଞ୍ଚାୟତ ରେ ନୁତନ ଜିଲ୍ଲା ସଭାପତି ଙ୍କୁ ଭବ୍ୟ ସମ୍ବର୍ଧନା ଏବଂ ମିଶ୍ରଣ ପର୍ବ ——–

b7c18c44-d29c-4c60-9077-9c23e7a36d45
Share

 

( ଦିପକ ପ୍ରଧାନଙ୍କ ରିପୋର୍ଟ)
ଆଙ୍କର:-ଆଜି ଗଜପତି ଜିଲ୍ଲା ସଭାପତି ଙ୍କୁ ଟେଟରଙ୍ଗ୍ ଅନୁଗୁର ଗ୍ରାମରେ ଭବ୍ୟ ସମ୍ବର୍ଧନା ଜଣାଇଛନ୍ତି ।ତତ୍ ସହିତ ଉକ୍ତ ଗ୍ରାମର ଶ୍ରୀ ଶ୍ରୀ ଗଙ୍ଗେଶ୍ୱର ମନ୍ଦିର ଦର୍ଶନ କରିବା ସହ ଆଦିବାସୀ ଗାଲ୍ସ୍ ହଷ୍ଟେଲ ପରିଦର୍ଶନ କରିଛନ୍ତି ।ହଷ୍ଟେଲ ରେ ଅଧାପନ୍ତରିଆ ପାଚେରୀ, ପାନୀୟ ସମସ୍ୟା ତଥା ସ୍କୁଲରେ ଶିକ୍ଷକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଟେଟରଙ୍ଗ୍ ଶ୍ରୀ ଗଙ୍ଗେଶ୍ୱର ମନ୍ଦିର, ଅନୁଗୁର ଶ୍ରୀ ମା ମାଣିକେଶ୍ୱରୀ ମନ୍ଦିର, ଗ୍ରାମ୍ୟ ମଣ୍ଡପ, ଦଳିତ ସାହି ରେ କୋଠଘର,ପାଇଁ ଜନସାଧାରଣ ଅଭିଯୋଗ କରିଛନ୍ତି।ସେଠାରୁ ଅନୁଗୁର ଗ୍ରାମ ପଞ୍ଚାୟତ ର କେଡିଗୁଡ଼। ଠାରେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,ରାଜ୍ୟ ମାଇନେରିଟ୍ ସେଲ୍ ର ପ୍ରୂଥିବିରାଜ୍ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମରିୟମ୍ ର ଇତ,ସ୍ୱତନ୍ତ୍ର ଆଦିବାସୀ ପରିଷଦ ମେମ୍ବର ଜେମ୍ସ ରାଇକା, ପ୍ରଶାନ୍ତ ବେହେର୍ ଦଳେଇ, ସେବତୀ ର ଇତ, ସୁନ୍ଦରଡ଼।ଙ୍ଗ ସରପଞ୍ଚ ପ୍ରେମ ମାଝି,ପୂର୍ବତନ ସରପଞ୍ଚ ଯାକୁବ ମାଝି, ନୁଆଗଡ଼ ବ୍ଲକ୍ ସଭାପତି ଜହନ ମାଝି, ସ୍ଥାନୀୟ ସମିତି ସଭ୍ୟ, ତଥା ବହୁ ପାଳକ ଚାଳକ ଏବଂ ବହୁ ବିଜୁ ପ୍ରେମୀ ଙ୍କ ଉପସ୍ଥିତିରେ ସମ୍ବଲପୁର, ଅଣ୍ଟାମେରା,ତାବରସାହି,କେଡିଗୁଡ଼।,ଗ୍ରାମର ଶତାଧିକ କଗ୍ରେସ କର୍ମୀ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱଛ ଶାସନରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ଯାହା ଫଳରେ ସେହି ଅଞ୍ଚଳରେ ଏକ ବିଜୁ ବାବୁଙ୍କ ନିତ ଆଦର୍ଶ ପ୍ରତିଫଳିତ ହୋଇଛି।ଏଭଳି ଏକ ନୁଆଗଡ଼ ବ୍ଲକ୍ ର ଦୁର୍ଗମ ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ତଥା ପ୍ରତିଖିତ ରାଜନେତା ପାଦ ପକାଇଥିବାରୁ ଅଞ୍ଚଳ ବାସିଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି।ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣ ରେ କହିଛନ୍ତି ଯେ ଯେଉଁ ଗ୍ରାମ ଗୁଡ଼ିକରେ ବିଭିନ୍ନ ଅସୁବିଧା ରହିଅଛି ଗଜପତି ଜିଲ୍ଲାର ପର୍ଯ୍ୟବେଖକ ତଥା ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ମାନ୍ୟବର ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ତଥା ଜିଲ୍ଲା ପ୍ରଶାସନ ଦ୍ରୃଷ୍ଟି ଗୋଚର କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଅଞ୍ଚଳ ବାସିଙ୍କୁ ଆଶ୍ୱାସନା ଦେଇଛନ୍ତି।