ଝଙ୍କଡ଼ ସାରଳା ପୀଠ ରୁ ଚାରି ଜଣ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଉଦ୍ଧାର,
ତିର୍ତ୍ତୋଲତା31/1/2026ରାଜ୍ୟର ପ୍ରମୁଖ ସେବା ଓ ଆଧ୍ୟାତ୍ମିକ ପ୍ରଚାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ରାସ୍ତା କଡରେ ମାନସିକ ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରିବା ପାଇଁ ସର୍ବଦା ଶତତ ଚେଷ୍ଟିତ ଅଛନ୍ତି। ଆଜି ସାମାଜିକ ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ମମତା ନାୟକଙ୍କର ପତ୍ରାଙ୍କ କ୍ରମେ ପ୍ରାୟତଃ ଅନେକ ସମୟରେ ରାସ୍ତା ପତିତ ମାନସିକ ବ୍ୟକ୍ତି ଅନ୍ୟ କାହା ନଜରକୁ ଆସିବା ପୂର୍ବରୁ ସତେ ଯେମିତି ଦେବ ଦୂତ ଭାବେ ସ୍ନେହମୟୀ ସେଠାରେ ଉପସ୍ଥିତ ହୋଇ ତାଙ୍କର ସେବା କାର୍ଯ୍ୟ କୁ ଜାରି ରଖିଛନ୍ତି। ଝଙ୍କଡ଼ ସାରଳା ପୀଠ ସଦା ସର୍ବଦା ଚଳ ଚଞ୍ଚଳ ତଥା ଲୋକାରଣ୍ୟ ଥାଏ। ଦୀର୍ଘ ଦିନ ଧରି ଭୋକ ଉପାସରେ ତିନି ଜଣ ମହିଳା ଓ ଜଣେ ପୁରୁଷ ମାନସିକ ବ୍ୟକ୍ତି ପଡ଼ି ରହିଥିଲେ, ଯାହାକୁ ଅନେକ ନଜର ଅନ୍ଦାଜ କରିଛନ୍ତି। ସତେ ଯେମିତି ମାଆ ଙ୍କ ନିର୍ଦ୍ଦେଶ କ୍ରମେ ସ୍ନେହମୟୀ ସେଠାରେ ସ୍ଵତଃ ଉପସ୍ଥିତ ହୋଇ ସଂଗଠନ ର ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କ ସାହାଯ୍ୟ ରେ ଚାରି ଜଣ ବ୍ୟକ୍ତି ଙ୍କୁ ଉଦ୍ଧାର କରି ସାମୟିକ ଚିକିତ୍ସା ପରେ ପୁରୀ କଣାସସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନରେ ଥଇଥାନ କରାଇଛନ୍ତି। କେବେ ସ୍ନେହମୟୀ ଙ୍କର ଏହା ପ୍ରତିଦିନର କାର୍ଯ୍ୟରେ ପରିଣତ ହୋଇଯାଇଛି !ଅସୁସ୍ଥତା ମଧ୍ୟରେ ମଧ୍ୟ ସେ ଥକି ପଡ଼ି ନାହାନ୍ତି । ସେବା ହିଁ ତାଙ୍କ ବ୍ରତ ଓ ଧର୍ମ ବୋଲି ଗ୍ରହଣ କରି ସାରା ରାଜ୍ୟ ରେ ସେ ତାଙ୍କର ଏହି ନିଃ ସ୍ୱାର୍ଥପର ଦାୟିତ୍ଵ କୁ ଜାରି ରଖିଛନ୍ତି। ସ୍ନେହମୟୀ ଙ୍କ ଏପରି କାର୍ଯ୍ୟ କୁ ସାରଳା ମନ୍ଦିର ର ସମସ୍ତ ସେବାୟତ ଓ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
