ବୋହୁ ଙ୍କ ବର୍ଷିକିଆ ପାଳନ ବେଳେ ଶତାୟୁ ଶାଶୁ ଙ୍କ ପରଲୋକ ..
-ତିର୍ତ୍ତୋଲ-ତା 31/1/2026 ବୋହୁ, ଦିପ୍ତିମୟୀ ପରିଜା ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତିପର୍ବ ଚାଲିଥିବା ବେଳେ, ତାଙ୍କର ଶତାୟୁ ଶାଶୁ ବିଷ୍ଣୁପ୍ରିୟା ପରିଜା (104) ଙ୍କର ଗତଶନିବାର ଦିନ ପୂର୍ବାହ୍ନ ରେ ପରଲୋକ ହୋଇଯାଇଛି l ଏପରି ଏକ ଅଭାବନୀୟ ଘଟଣା ଘଟିଛି, ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା, ସାରଳାଦାସ ଙ୍କ ସମାଧିପୀଠ ମୁନିଗୋସେଇଁ ମଠ ନିକଟରେ l ନିଜର ପତ୍ନୀ ଦିପ୍ତିମୟୀ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ ପାଳନ ଉପଲକ୍ଷେ ଖାଦ୍ୟପେୟ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ, ହଠାତ ମାଆଙ୍କର ଦେହାନ୍ତ ଘଟିବାରୁ କ୍ଷେତ୍ରମୋହନ ପରିଜା ହତବାକ ହୋଇ ଯାଇଥିଲେ l ତେବେ ମଠ ପାର୍ଶ୍ୱସ୍ଥ ଗ୍ରାମ୍ୟଶ୍ମଶାନ ରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ କ୍ଷେତ୍ରମୋହନ ମୁଖାଗ୍ନି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ପରିଜା, ତ୍ରିଲୋଚନ ଦାସ, ଜ୍ୟୋତିପ୍ରକାଶ ମେକାପ, ମଧୁସ୍ମିତା ପରିଜା, ସୋନାଲି ପରିଜା ଟୁଟୁଲି ପରିଜା, ପ୍ରଭାତ ପରିଜା, ପ୍ରକାଶ ପରିଜା, ପ୍ରଦୀପ୍ତ ପରିଜା, ପ୍ରଶାନ୍ତ ପରିଜା, ଲିଙ୍ଗରାଜ ପରିଜା ଓ ପୂର୍ଣ୍ଣଚନ୍ଦ୍ର ପରିଜା ଙ୍କ ସମେତ ଗ୍ରାମବାସୀ ମାନେ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
