April 28, 2026

ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ନୀଳଗିରି ବିଜେଡି ଲୋକ ପ୍ରତିନିଧିଙ୍କ ଅନିର୍ଦ୍ଦିଷ୍ଟ ଗଣଧାରଣା

IMG-20260131-WA0025
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବିଭାଗୀୟ କାର୍ଯ୍ୟସମ୍ପାଦନ ନାମରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ନୀଳଗିରି ଆଇଟିଡିଏ କତୃପକ୍ଷ ପୃଷ୍ଠପୋଷକତା କରିବା ପ୍ରତିବାଦରେ ନୀଳଗିରି ବିଜେଡ଼ି ଲୋକପ୍ରତିନିଧିଙ୍କ ତରଫରୁ ଆଜି ଅନିର୍ଦ୍ଦିଷ୍ଟ ସମୟପାଇଁ ଧାରଣାଦିଆଯାଇଛି। ନୀଳଗିରି ପଞ୍ଚାୟତସମିତି ଅଧୀନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ପୂର୍ବତନ ଲୋକପ୍ରତିନିଧି ମାନେ ଏହି ଧାରଣାରେ ସାମିଲ ହୋଇଥିଲେ।୨୦୨୩/୨୪ଓ ୨୫/୨୬ଆର୍ଥିକ ବର୍ଷରେ ନୀଳଗିରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଆସିଥିବା ସରକାରୀ ଅନୁଦାନକୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପୃଷ୍ଠପୋଷକତା କରି କର୍ଯ୍ୟକରିବାକୁ ଦିଆଯାଇଥିବାର ଅଭିଯୋଗ ଆଣି ଏହି ଧାରଣା ଦିଆଯାଇଛି। ପୂର୍ବତନ ବିଧାୟକ ଇଂସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଧାରଣାକାରି ଉକ୍ତ ବିଭାଗର ପ୍ରିୟାପ୍ରୀତି ତୋଷଣନୀତି ପାଇଁ ହେଉ କିମ୍ବା ଚାପରେ ବଶବର୍ତ୍ତୀହୋଇ ହେଉ ଏହାକୁ ପରିତ୍ୟାଗକରି ସ୍ଵଚ୍ଛତାର ସହ ଉନ୍ନୟନ କାର୍ଯ୍ୟବଣ୍ଟନ କରିବାକୁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଆଦର୍ଶ ଯୋଜନାରେ ୨କୋଟି ୬୦ଲକ୍ଷ, ସ୍ଵତନ୍ତ୍ର ଉନ୍ନୟନ ଯୋଜନାରେ ୧କୋଟିରୁ ୨୬ଲକ୍ଷ, ମୁଖ୍ୟମନ୍ତ୍ରୀ ଉନ୍ନୟନ ଯୋଜନାରେ ୧କୋଟିରୁ ଉର୍ଦ୍ଧ୍ବ, ଛାତ୍ରାବାସ ମରାମତି, ପାଚେରୀ ନିର୍ମାଣ, ଷ୍ଟାପ କ୍ୱାଟର ନିର୍ମାଣ, ପାନୀୟଜଳ ଯୋଜନାରେ ୨କୋଟି ୮୯ଲକ୍ଷ ୬୬ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଏହି ସମସ୍ତ ଅର୍ଥକୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ କାର୍ଯ୍ୟାନ୍ଵୟନ କରିବାକୁ ଦିଆଯାଉ ଥିବାରୁ ନିର୍ବାଚିତ ସରପଞ୍ଚ, ସମିତି/ସଭ୍ୟାମାନଙ୍କୁ ଅନ୍ଧାରରେ ରଖାଯାଇଥିବା ନୀଳଗିରି ପଞ୍ଚାୟତସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଆରବନ୍ଧ ସରପଂଚ କୁଳମଣୀ ନାୟକ, ସମିତିସଭ୍ୟା ବିନତା ମାଢେଇ, ଭଉଁରିଆବାଡ ସରପଞ୍ଚ ସଞ୍ଜୟ କୁମାର ସିଂ, ସମିତିସଭ୍ୟା ସାବିତ୍ରୀ ସିଂ, ସରପଞ୍ଚ ଶାନ୍ତିଲତା ବିଶ୍ୱାଳ, ସିଆଡିମାଳ ସରପଞ୍ଚ ସୁରଥ ସିଂ, ସମିତିସଭ୍ୟ ରାଜୀବ ଦାସବାବୁ, ଛତ୍ରପୁର ସରପଞ୍ଚ ମାଳତୀ ମାର୍ଣ୍ଡୀ, ନାୟବ ସରପଂଚ ହରେକୃଷ୍ଣ ମାଝୀ, ନରସିଂହପୁର ସମିତିସଭ୍ୟା ଅହଲ୍ୟା ନାୟକ, ରମାକାନ୍ତ ମଢ଼େଇ ମଛୁଆ ସମିତିସଭ୍ୟ ପ୍ରମୁଖ ବହୁ ନିର୍ବାଚିତ ଲୋକପ୍ରତିନିଧି ଏବଂ ସାଧାରଣଜନତା ଏହି ଅଭିଯୋଗ ଆଣିଥିବା ସୂଚନା ମିଳିଛି। ଏହାର ସ୍ଥାୟୀ ସମାଧାନ ନହେଲା ପର୍ଯ୍ୟନ୍ତ ଏହି ଧାରଣା ଜାରିରହିବ ବୋଲି ଚେତାବନୀ ଦିଆଯାଇଛି।