March 8, 2026

ସାମ୍ବାଦିକଙ୍କ ଭଗ୍ନୀ ବିୟୋଗରେ ଶୋକର ଛାୟା 

IMG-20260130-WA0088
Share

 

ବୁଗୁଡା : ତା ୩୦/୦୧/୨୬ : ବୁଗୁଡ଼ା ବ୍ଲକର ଜଣାଶୁଣା ସାମ୍ବାଦିକ ହରପ୍ରସାଦ ପାଢୀଙ୍କ ବଡ ଭଉଣୀ ସୌଭାଗିନୀ ପାଢୀ (୫୯)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ସେ କିଛି ମାସ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ରୋଡସ୍ଥିତ ସ୍ବବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ସ୍ବାମୀ ପୂର୍ଣ୍ଣେନ୍ଦୁ ଶେଖର ପାଣିଗ୍ରାହୀ, ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ, ଭାଇ ହରପ୍ରସାଦ,ଭଉଣୀ ବିନୋଦିନୀ ଓ ମାଆଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ। ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ମୃତ୍ୟୁ ଖବର ଶୁଣି ସାହିବାସିନ୍ଦା ଅନ୍ତିମ ଦର୍ଶନ ପୂର୍ବକ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।