March 2, 2025

ଡ଼. ସତ୍ୟବ୍ରତ ପାତ୍ରୋଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Share

book

 

ବ୍ରହ୍ମପୁର-ଶିଳ୍ପ ସମ୍ପର୍କ ଏବଂ କର୍ମଚାରୀ ପରିଚାଳନା ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ବିଦ୍ୟାଳୟର IR & PM ବିଭାଗୀୟ ମୁଖ୍ୟ ଡ଼. ସତ୍ୟବ୍ରତ ପାତ୍ରୋଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡକ୍ଟର ଭରତ କୁମାର ଲାକ୍ରା ସଂଯୋଜନା କରିଥିବା ବେଳେ ଡକ୍ଟର ଅନୁଭା ଚୌଧୁରୀ, ଡକ୍ଟର ଇତିଶ୍ରୀ ଗୀତାକୁମାରୀ, କର୍ମଚାରୀ- ନରେଶ ଚନ୍ଦ୍ର ବେଜା, ଗବେଷକ ବିଦ୍ୱାନ ରାମ ପ୍ରସାଦ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ଡ଼. ପାତ୍ରୋଙ୍କୁ ଉପହାର ଓ ସମ୍ବର୍ଦ୍ଧନା ପତ୍ର ଡ଼. ଅନୁଭା ଚୌଧୁରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଡ଼. ଭରତ କୁମାର ଲାକ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ଼. ଇତିଶ୍ରୀ ଗୀତାକୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସକୁ ସ୍ମରଣ ରଖିବାକୁ ବିଶ୍ୱ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।