ବିଦ୍ୟୁତ ଉପଭୋକ୍ତା ସଂଘ ଦ୍ୱାରା ତିର୍ତ୍ତୋଲ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ…..
ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଦିନକୁ ଦିନ ନୀତିନିୟମ ବଦଳେଇ ଚାଲିଛି ଟାଟା ପାୱାର କମ୍ପାନୀ । ବର୍ଦ୍ଦିତ ବିଦ୍ୟୁତ ବିଲ ଠାରୁ ଆରମ୍ଭ କରି ଅତିରିକ୍ତ ସୁରକ୍ଷା ଜମା ପର୍ଯ୍ୟନ୍ତ ନୂଆନୂଆ ଢଙ୍ଗରେ ଉପଭୋକ୍ତା ମାନଙ୍କୁ ଲୁଟିଚାଲିଛି ଟାଟାପାୱାର କମ୍ପାନୀ । ଏବେ ଏବେ ଘୋଷଣା କରିଛି ଯେ ସମସ୍ତ ଉପଭୋକ୍ତା ଙ୍କ ପାଇଁ ବସିବ ସ୍ମାର୍ଟ ମିଟର । ପୂର୍ବରୁ ବସୁଥିବା ମିଟର କୁ ଯାଞ୍ଚ କରାଯାଇ ବସିଥିବା ସ୍ଥଳେ, ଟାଟାପାୱାର କମ୍ପାନୀ ଆସିବା ଦିନୁ ଯୋଉ ମିଟର ବସେଇଛି ତାକୁ ଯାଞ୍ଚ କରିଛି କିଏ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଉପଭୋକ୍ତା ଙ୍କ ମନରେ । ଏବେ ସ୍ମାର୍ଟ ମିଟର ବସେଇ ମୋବାଇଲ ରିଚାର୍ଜ କରିବା ପ୍ଲାନ ରେ ଲୋକଙ୍କୁ ଲୁଟିବାର ହୀନ ଚକ୍ରାନ୍ତ ଚଳେଇଛି କମ୍ପାନୀ । ଏହାକୁ ରାଜ୍ୟର ବିଜେପି ସରକାର ମଞ୍ଜୁରୀ କରିଥିବା ଲଜ୍ଜାର ବିଷୟ ପାଲଟିଛି । ମାତ୍ର ଦୁଃଖ ଆଉ ପରିତାପର ବିଷୟ ଏହିଁଯେ ବିଦ୍ୟୁତ ବିଭାଗର ସବଡ଼ିଭିଜନାଲ ଅଫିସର ଜଣେ ଅପାରଗ ଆଉ କମ୍ପାନୀର ବୋଲକରା ଚାମଚା ପରି, ଉପଭୋକ୍ତା ମାନଙ୍କର ଅଭିଯୋଗ କୁ ଏଡେଇ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି।ସମୟ ଅସମୟରେ ବିଦ୍ୟୁତ କାଟ କରି ଚାଲିଛନ୍ତି । କୋଉଠି ତାର ଲଟକି ପଡିଛି, କୋଉଠି ଜନ ବସତି ସ୍ଥାନରେ ଟ୍ରାନ୍ସଫର୍ମର ଉନ୍ମୁକ୍ତ ଭାବେ ରହିଛି, କୋଉଠି ବାଉଁଶ ପୋତି ତାର କୁ ବାନ୍ଧିଛନ୍ତି,କେତେ ଜାଗାରେ ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର ଥିବାରୁ ଗୃହ ପାଳିତ ପଶୁ ମାନେ ମୃତାହତ ହେଉଛନ୍ତି ।ଫୋନ କଲେ ବି ଉତ୍ତର ଆସୁନି l ଯାହା ତଦନ୍ତ ସାପେକ୍ଷ । ବିନା ପ୍ରଚାରରେ କରେଣ୍ଟ କାଟି ଦେଉଛନ୍ତି ଏଥିପାଇଁ ଅଭିଯୋଗ ଶୁଣିବାକୁ କେହି ନାହିଁ l ଏହାରି ପ୍ରତିବାଦରେ ତିର୍ତ୍ତୋଲ ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ଅକ୍ଷୟ କୁମାର ଦାସ ଙ୍କ ଆହ୍ୱାନରେ ଶତାଧିକ ଉପଭୋକ୍ତା ତିର୍ତ୍ତୋଲ ବିଦ୍ୟୁତ କାର୍ଯ୍ୟାଳୟ କୁ ଯାଇ ଏସଡ଼ିଓ ଙ୍କୁ ଏକ ୯ଦଫା ଦାବିପତ୍ର ପ୍ରଦାନ କରିଛନ୍ତି !ଖବର ଅନୁସାରେ ନେହେରୁ ବଜାର ହନୁମାନଜୀଉ ଙ୍କ ନିକଟରୁ ଏକ ପ୍ରତିବାଦ ସ୍ଲୋଗାନ ଦେଇ ବିଦ୍ୟୁତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ପ୍ରତିବାଦ ଯାତ୍ରାରେ ଇଂ. ବେଦଦ୍ୟୁତି ପୃଷ୍ଟି, ଆଇନଜୀବୀ ଅମର ଜ୍ୟୋତି ସାହୁ, ଶିକ୍ଷକ ନେତା ସୁରେନ୍ଦ୍ର ମହାପାତ୍ର,ଅବଦୁଲ ନଜିମ୍, ରବୀନ୍ଦ୍ର ମଲ୍ଲିକ, ସତ୍ୟଜିତ ରାଉତରାୟ, ନାରାୟଣ ମହାନ୍ତି,ସମରେନ୍ଦ୍ର ସାହୁ, ବିଜୟ ସ୍ୱାଇଁ,ଝୁଲରାମ ଦାସ, ହରେକୃଷ୍ଣ ଦାସ,ମହମ୍ମଦ ଅୟୁବ ଖାନ, ଧୀରେନ୍ଦ୍ର ମହାନ୍ତି,ଆନନ୍ଦ ବିଶ୍ୱାଳ, ସଞ୍ଜୟ ସେଠୀ,ସୁମନ୍ତ ମଲ୍ଲିକ ଓ଼ଗେର । ଦାବିପତ୍ର ଅନୁସାରେ କାର୍ଯ୍ୟ ରେ ଅବହେଳା କଲେ ଆଗାମୀ ଦିନରେ ଏହି ପ୍ରତିବାଦ ଜନ ଆନ୍ଦୋଳନ ର ରୂପ ନେବ ବୋଲି ଉପଭୋକ୍ତା ସଂଘ ସୂଚନା ପ୍ରଦାନ କରିଛନ୍ତି ।
