March 8, 2026

ବାଂଲାଦେଶୀଙ୍କ ବିରୋଧରେ କର୍ୟାନୁଷ୍ଠାନ ଦାବିରେ ଜିଲ୍ଲା ପ୍ରଶାସନକୁ ଦେପୁର ବାସୀଙ୍କ ଦାବିପତ୍ର ପ୍ରଦାନ

IMG-20251230-WA0030
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ଠାରୁ ମାତ୍ର ବାର କି. ମି ଦୂରରେ ଅବସ୍ଥିତ ଦେପୁର ଗ୍ରାମରେ ଅନେକ ବର୍ଷ ପୂର୍ବେ କିଛି ବାଂଲାଦେଶୀ ପାରିବାରକୁ ତତ୍କାଳିନ ସରକାରଙ୍କ ଦ୍ୱାରା ଥଇଥାନ କରାଯାଇଥିଲା। କିନ୍ତୁ ଏଇ ବାହାନାରେ ଧୀରେ ଧୀରେ ବାଂଲାଦେଶୀ ଅନୁପ୍ରବେଶକାରି ଅନୁପ୍ରବେଶ କରି ଏମାନଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ, ଏମାନଙ୍କ ଦୌରାତ୍ମ୍ୟ ବଢ଼ିଚାଲିବା ସହ ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭୂତ୍ବ ମଧ୍ୟ ବଢିବାରେ ଲାଗିଛି।ଏନେଇ ଦେପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭବାନୀପାଟଣା ଆସି କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ଓ ତହସିଲଦାରଙ୍କୁ ବଙ୍ଗାଳୀ ମାନଙ୍କ ବିରୁଦ୍ଧରେ କଡା କାର୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଲିଖିତ ଭାବରେ ଦାବିପତ୍ର ଦେଇଛନ୍ତି।ଏଥିସହ ଗ୍ରାମବାସୀ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ’, ଦେପୁର ଗ୍ରାମରେ ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶକାରିଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ, ସ୍ଥାନୀୟ ଲୋକଙ୍କ ଉପରେ ସେମାନଙ୍କ ଅତ୍ୟାଚାର ମଧ୍ୟ ବଢିବାରେ ଲାଗିଛି। ଗ୍ରାମବାସୀ ଆହୁରି ମଧ୍ୟ ଜଣାଇଛନ୍ତି ଯେ’ ଦେପୁର ଅଞ୍ଚଳରେ ବଙ୍ଗାଳୀ ମାନେ ଅଧିକାଂଶ ସରକାରୀ ଜମିଗୁଡିକୁ ମାଡିବସିଥିବାବେଳେ, ସରକାରୀ ଜମିକୁ ଲାଗି ସ୍ଥାନୀୟ ଲୋକଙ୍କ ନିଜସ୍ୱ ପଟ୍ଟା ଥିବା ଜମିଗୁଡିକୁ ମଧ୍ୟ ଧମକ ଚମକ ଦେଇ ଧୀରେ ଧୀରେ ମାଡିବସି ଚାଲିଛନ୍ତି।ଏପରିକି ନିଜ ଜମିରେ ଚାଷ କଲେ ମଧ୍ୟ ବଙ୍ଗାଳୀମାନେ ଆସି ଧମକ ଦେଇ କହୁଛନ୍ତି ଯେ’ଏଇଟା ତମର ଜମି ନୁହଁ ଏଇଟା ଆମର ଜମି। ଏଥିଯୋଗୁଁ ସ୍ଥାନୀୟ ଲୋକ ଓ ବଙ୍ଗାଳୀ ମାନଙ୍କ ମଧ୍ୟରେ ଅନେକ ଥର ବିବାଦ ମଧ୍ୟ ହୋଇଛି ଏବଂ ଗ୍ରାମବାସୀ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନେକଥର ଜଣାଇଥିବା ସତ୍ୱେ, ଜିଲ୍ଲା ପ୍ରଶାସନ ଦ୍ୱାରା କୌଣସି କାର୍ୟାନୁଷ୍ଠାନ ଗ୍ରହଣ ନକରାଯିବାକୁ ନେଇ ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରି, ପୁଣି ଥରେ ବଙ୍ଗାଳୀଙ୍କ ବିରୋଧରେ ଦୃଢ଼ କାର୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଛନ୍ତି। ଏଥିସହ ଗ୍ରାମ ବାସୀ ଜଣାଇଛନ୍ତି ଯେ’ ଏଥର ଯଦି ଜିଲ୍ଲା ପ୍ରଶାସନ ତରଫରୁ ଏବାବଦରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ, ଗ୍ରାମବାସୀଙ୍କ ଅସନ୍ତୋଷ ବଡ଼ ଆନ୍ଦୋଳନର ରୂପନେବ।