ସେଣ୍ଟ ଜାଭିୟର୍ସ ସ୍କୁଲରେ ବାର୍ଷିକ କ୍ରିଡା ଉତ୍ସବ .
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵର ଶୋଭାରାମପୁର ସେଣ୍ଟ ଜାଭିୟର୍ସ ସ୍କୁଲରେ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ କ୍ରିଡାପ୍ରେମୀ ଜଗଦୀଶ ଚନ୍ଦ୍ର ବେହେରା, ଜିତେନ୍ଦ୍ର ପ୍ରସାଦ ଦାସ, ସର୍ବେଶ୍ଵର ଜେନା ପ୍ରମୁଖ ଯୋଗଦେଇ ଏହି କ୍ରିଡା ଉତ୍ସବ ଉଦଘାଟନ କରିଥିଲେ। କ୍ରୀଡାର ମହତ୍ବ ଓ ଉପାଦେୟତା ସମ୍ପର୍କରେ ଅତିଥି ଆଲୋକପାତ କରିବାସହ ସୁସ୍ଥ ଓ ନିରୋଗ ରହିବା ପାଇଁ ଦୈନନ୍ଦିନ ଜୀବନରେ ଖେଳକୁଦକୁ ସାମିଲ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିଭାବେ ବିଦ୍ୟାଳୟର ନିର୍ଦେଶକ ବିଶ୍ବଜିତ ପଟ୍ଟନାୟକ ଯୋଗେଦେଇ ପାଠ ସହିତ ଖେଳରେ ମଧ୍ୟ କ୍ୟାରିଅର ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ପାଠ ସହିତ ବିଭିନ୍ନ ଖେଳ ଖେଳିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
