ପୁରୀ ବଳିଆପଣ୍ଡା ବସ୍ତିରେ ଶିଶୁ ସୁରକ୍ଷ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ଥାନୀୟ ପୁରୀ ବଳିଆପଣ୍ଡା ବସ୍ତିରେ ଶିଶୁ ସୁରକ୍ଷ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷ୍ୟା ତଥା ଜିଲ୍ଲା ପ୍ରଶାସନ ଆନିକୂଲ୍ୟରେ ସ୍ଥାନୀୟ ଜନମଙ୍ଗଳ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି. ସ୍ଥାନୀୟ ଅଞ୍ଚଳ ର ପ୍ରାୟ ୧୦୦ ମହିଳା ଓ କିଶୋରୀ ବାଳିକା ଙ୍କୁ ବାଲ୍ୟ ବିବାହ ନିଷେଧ ଅଧିନିୟମ, ଶିଶୁ ଶ୍ରମିକ ନିରୋଧ ଆଇନ, ଯୌନ ଶୋଷଣ ରୁ ଶିଶୁ ମାନଙ୍କ ସୁରକ୍ଷ୍ୟା ଆଇନ, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ, ଶିଶୁ ଚାଲାଣ ପ୍ରଭୁତି ସମ୍ପର୍କରେ ତାଲିମ ତଥା ମାଗଣା ଦେୟ ମୁକ୍ତ ଚାଇଲଡ ହେଲ୍ପ ଲାଇନ ନମ୍ବର ୧୦୯୮, ଶିଶୁମଙ୍ଗଳ କମିଟି କାର୍ଯ୍ୟ ସମ୍ପର୍କର ଅବଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଚାଇଲଡ ଲାଇନ କର୍ମକର୍ତା ତଥା ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଗ୍ରାମ ଉତଥାନର କର୍ମକର୍ତା ମାନେ ପ୍ରଶିକ୍ଷ୍ୟକ ଭାବେ ଯୋଗଦେଇ ଅଂଶଗ୍ରହଣ କାରୀମାନଙ୍କୁ ତାଲିମ ଦେଇଥିଲେ lଜିଲ୍ଲାଏହାପରେ ୧୪୦ ଟି ସ୍ଥାନରେ ଅଙ୍ଗନବାଡି ନିର୍ମାଣ କାର୍ଯ୍ୟ ବିବାଦୀୟ ହୋଇଥିବା ଉପରେ ବିଡ଼ିଓ, ତହସିଲଦାରଙ୍କ ସହଯୋଗରେ ବିବାଦ ସମାଧାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ଏହା ଛଡା ବାଲ୍ୟ ବିବାହ ନିଷେଧ ସଂକ୍ରାନ୍ତୀୟ ସମସ୍ତ ନିର୍ଦେଶାବଳି କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ। ଆକ୍ସନ ଏଡ ର ଡାଇରେକ୍ଟର ଘାସିରାମ ପଣ୍ଡା ବାଲ୍ୟ ବିବାହର ଦୁଶପରିଣାମ, ଆଇନ, ପୋଲିସ ସହିତ ସମନ୍ୱୟ ରଖି କାମ କରିବା ଉପରେ ତାଲିମ ପ୍ରଦାନ କରିଥିଲେ l ଜିଲ୍ଲା ଚାଇଲଡ ହେଲ୍ପ ଲାଇନ ଭାରପ୍ରାପ୍ତ ପରିଚାଳକ ସୂର୍ଯ୍ୟ କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ରୋଜାଲିନ ପାତ୍ର, ଅକ୍ଷୟ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l