January 7, 2025

ମୃତ୍ୟୁବରଣ ବ୍ୟକ୍ତି ଙ୍କ ଶାନ୍ତି କାମନା କଲେ ପର୍ଯ୍ୟଟକ 

Share

 

ଅସ୍ତରଙ୍ଗ ୨୯/୧୨, ଏବେ ଚାଲିଛି ପର୍ଯ୍ୟଟନ ଭ୍ରମଣ ର ଋତୁ । ଗାଁ ଠୁ ସହର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ଭିଡ଼ ଜମିଛି । ପୁରାତନ ବର୍ଷକୁ ଶୁଭ ବିଦାୟ ଦେବା ସହିତ ନୂତନ ବର୍ଷ କୁ ସ୍ୱାଗତ କରିବା ଦିଗରେ ବହୁ ବ୍ୟକ୍ତି ଆସି ଥାନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନିଆ ବେଳାଭୂମି କୁ । ବିଶେଷ କରି,ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ରୁ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠି ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ । ଏହି ବେଳାଭୂମି ରେ ଗାଧେଇବା ସହିତ ଝାଉଁ ଜଙ୍ଗଲ ରେ ରୋଷେଇ,ସମୁଦ୍ର ବକ୍ଷରେ ଡଲ ଫିନ ମାନଙ୍କର ଲୁଚକାଳି ଖେଳ,ବିରଳ ଅଲିଭ ରିଡ଼ଲେ ମାନଙ୍କ ଅଣ୍ଡାଦିଆ , ଦେବି ନଦୀ ର ଖଙ୍ଗା ମାଛ ସହ ଭିନ୍ନ ଭିନ୍ନ ଲୁଣି ମାଛ ର ମହୁର ଆଉ ବେସର ର ମଜା ଏଠି ନିଆରା । ଆମିଷ ଓ ନିରାମିଷ ରୋଷେଇ ପାଇଁ ଏହି ସ୍ଥାନ ରେ ସ୍ୱତନ୍ତ୍ର ପରିବେଶ ସୁହାଇଥାଏ, ସେଥିପାଇଁ ଅଞ୍ଚଳ ବାସି ଓ ରଜ୍ୟ ର ପ୍ରତ୍ୟେକ ସ୍ଥାନ ରୁ ପର୍ଯ୍ୟଟକ ଧାଇଁ ଆସନ୍ତି ଏହି ପରିବେଶ ରେ ରୋଷେଇ କରିବା ସହ ଏଠି ମଜା ନେବା ପାଇଁ । କିନ୍ତୁ ଏହିi ସ୍ଥାନରେ ଆଜି ପର୍ଯ୍ୟନ୍ତ ଅସ୍ତରଙ୍ଗ ପ୍ରଶାସନ ତରଫରୁ କି ସରକାର ଙ୍କ ତରଫରୁ ଲାଇଫଗାର୍ଡ ର ବ୍ୟବସ୍ଥା ନଥିବାରୁ ଅତୀତ ରେ ଅନେକ ପର୍ଯ୍ୟଟକ ସମୁଦ୍ର ରେ ଗାଧେଇବା ଅବସ୍ଥା ରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି, ସେହିଭଳି ଘଟଣା ଆଉ ପୁନଃବାର ନଘଟୁ କି ଆଉ କୌଣସି ଲୋକ ଅସଚେତନତା ପାଇଁ ଏହି ଦୁର୍ଘଟଣା ର ଶିକାର ନହୁଅନ୍ତୁ, ଆଉ ଏହି ଦୈବୀ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଆଜି ଅସ୍ତରଙ୍ଗ ବ୍ଲକ ଆଳସାହି ଐଶାନେସ୍ୱର ବିଦ୍ୟାପୀଠ ର ୨୦୦୬ ବ୍ୟାଚ ର ଛାତ୍ରଛାତ୍ରୀ ମାନେ ଏକ ନିରବ ପାର୍ଥନା କରିଥିଲେ, ଯେଉଁ ଦୃଶ୍ୟ ଅତ୍ୟନ୍ତ ନିଆରା ଓ ସଚେତନତା ମୂଳକ ଥିଲା l

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed