January 6, 2025
Share

 

୧-ନୟାଗଡ ରଣପୁର ବ୍ଲକ କାଣ୍ଡପଡା ଗାଁ:ଅଦିନିଆ ବର୍ଷାରେ ଫସଲ କ୍ଷତି, ନିଜେ ବୁଲି ଚାଷ ଜମିରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ।

 

୨-ଆଜିର ଆଧୁନିକ ଯୁଗରେ ହଜିଗଲାଣି ଗ୍ରିଟିଂସ୍ କାର୍ଡ, ଲୋକେ ଆପଣେଇ ନେଲେଣି ସୋସିଆଲ ମିଡ଼ିଆକୁ।

 

୩-ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ।

 

୪-ବାଘୁଣୀ ଜିନ୍ନତ ଟ୍ରାଙ୍କୁଲାଇଜ: ଆଲିପୁରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଫେରିବ ଶିମିଳିପାଳ।

 

୫-ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି, ଟ୍ବିନସିଟିରେ କଡ଼ାକଡ଼ି ହେବ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଧରପଗଡ଼।

 

୬-ନୂଆବର୍ଷରୁ ବଢ଼ିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ।

 

୭-ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ।

 

୮-ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ରହ୍ମପୁର ଏମକେସିଜିରୁ ବିଦା ହେଲେ ୪ ଡାକ୍ତର।

 

୯-କୋରାପୁଟ: ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ,୩ ମୃତ,୫୫ ଆହତ।

 

୧୦-କ୍ରିକେଟ ଖେଳରେ ଅତିଥି ଚୟନକୁ ନେଇ ଲକ୍ଷ୍ମୀସାଗର ଛକରେ ରାସ୍ତା ରୋକ । ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ହେଲା ଜାମ।

 

୧୧-ଆଜି ଗଞ୍ଜାମ,୩୧ରେ ପୁରୀ,କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ବୁଲିବେ ନବୀନ ପଟ୍ଟନାୟକ।

 

୧୨-ପୁରୀ ଯାତ୍ରୀଙ୍କ ଉପରେ ଜୁଲମ ଓ ଶୋଷଣ ଅଭିଯୋଗ, ଜିଲ୍ଲାପାଳ ଡାକିଲେ ଅଟୋ ସଂଘଙ୍କ ସମନ୍ୱୟ ବୈଠକ।

 

୧୩-ବୈପାରିଗୁଡା ଘାଟିରେ ବସ୍ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

 

୧୪-କିସରେ ଆୟୋଜିତ ହୋଇଛି ଅଭିଭାବକ ସମ୍ମିଳନୀ, ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କଲେ ଅଭିଭାବକ ମଣ୍ଡଳୀ।

 

୧୫-ରାଉରକେଲାରେ ହକି ଇଣ୍ଡିଆ ଲିଗ୍‌ : ବେଙ୍ଗଲ ଟାଇଗର୍ସ ଓ ସୁର୍‌ମା ଏଚ୍‌ସି ବିଜୟୀ।

 

୧୬-ଡେରାବିଶ: ଦାମୋଦର ପାଠାଗାରରେ ଏଡୁକେଶନ ଫର୍ ଅଲ୍ ଏବଂ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।

 

୧୭-ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ: ସିଂହଦ୍ବାର ଗୁମୁଟରେ ଆରମ୍ଭ ହେଲା ରୁପା ଛାଉଣୀ କାମ‌।

 

୧୮-ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସଫଳତାର ସହ ଅବତରଣ କଲା ପ୍ରଥମ ବାଣିଜ୍ୟିକ ବିମାନ।

 

୧୯-୨୦୨୪ ଫିଡେ ମହିଳା ବିଶ୍ୱ ରାପିଡ୍ ଚାମ୍ପିୟନଶିପ୍ ଜିତିଥିବା କୋନେରୁ ହମ୍ପିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

 

୨୦-ସୋମବାର ମହାକାଶରେ ‘ବଡ଼ ଧମାକା’ କରିବ ISRO, ମହାକାଶରେ ଡକିଂ ଓ ଅନଡକିଂ ଟେକିନିକ୍ ର ପରୀକ୍ଷଣ କରିବ।

 

୨୧-ରସାୟନିକ ପ୍ଲାଣ୍ଟରେ ଗ୍ୟାସ ଲିକ୍, ୪ କର୍ମଚାରୀ ମୃତ, ଗୁଜରାଟର ଭରୁଚ ଜିଲା ଅନ୍ତର୍ଗତ ଦହେଜସ୍ଥିତ ଜିଏଫଏଲ ପ୍ଲାଣ୍ଟରେ ଘଟିଛି ଅଘଟଣ।

 

୨୨-ମହାକୁମ୍ଭରେ ଯୋଗ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

 

୨୩-ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା, ୧୭୯ ମୃତ, ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୧୭୫ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ।

 

*🙏 ସୁପ୍ରଭାତ 🙏*