March 10, 2026

ବେଗୁନିଆ ମିଡ଼ିଆ ହାଉସକୁ ହରାଇଲେ ଟେଲି ସିରିଏଲ କଳାକାର …

yututuy
Share

 

ବେଗୁନିଆ,(ଉପାନ୍ତ ଓଡ଼ିଶା): ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆରେ ଚାଲିଥିବା ଚତୁର୍ଥ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପୂର୍ବରୁ ଆଜି ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଗୁନିଆ ମିଡ଼ିଆ ହାଉସ ଓ ଟେଲି ସିରିଏଲ କଳାକାରମାନଙ୍କ ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳରେ ଟେଲି ସିରିଏଲ କଳାକାର ପ୍ରଥମେ ଟଚ୍ ଜିତି ବିକ୍ରମ କେଶରୀଙ୍କ ନେତୃତ୍ବରେ ୧୨ ଓଭର ବିଶିଷ୍ଟ ଖେଳରେ ୨୦୩ ରନ ସଂଗ୍ରହ କରିଥିଲେ। ପ୍ରତି ଜବାବରେ ବେଗୁନିଆ ମିଡ଼ିଆ ହାଉସ ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ବରେ ସମସ୍ତ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରି ପରାଜୟ ହୋଇଥିଲେ। ପୁରସ୍କାର ବିତରଣ ସଭାରେ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି, ଲକ୍ଷ୍ମୀପ୍ରିୟା ପଣ୍ଡା , ରଞ୍ଜନ କୁମାର ବେହେରା , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନାତନ ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଟ୍ରଫି ସହ ଦୁଇ ଦଳର ଖେଳାଳିଙ୍କୁ ପଦକ ପ୍ରଦାନ କରିଥିଲେ । ଆସନ୍ତା କାଲି କୁମାରବସ୍ତ ରାଇଜିଁ ଷ୍ଟାର କ୍ରିକେଟ କ୍ଲବ ଓ ଢେ଼ଙ୍କାନାଳ କ୍ରିକେଟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।