ନାଏବ ସରପଞ୍ଚ ଙ୍କ ଆକ୍ରମଣର ଶିକାର ହେଲେ ଅଙ୍ଗନ ୱାଡି କର୍ମୀ ଥାନାର ଦ୍ୱାରସ୍ତ ହେଲେ ସତାଧିକ ମହିଳା କର୍ମୀ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୁନାର ବେଲି ନୂଆଗାଁ ପଞ୍ଚାୟତ ର ଡଙ୍ଗରି ଗୁଡା ଅଙ୍ଗନୱାଡି କେନ୍ଦ୍ର ର ଅଙ୍ଗନୱାଡି କର୍ମୀ ଶ୍ରୀମତୀ କୃଷ୍ଣ ପ୍ରିୟା ମହାନ୍ତିଙ୍କୁ ନାଏବ ସରପଞ୍ଚ ସାରି ହରିଜନ ଏବଂ ତାଙ୍କ ସ୍ୱାମୀ ସମଦାସ ହରିଜନ ଶୁକ୍ରବାର ଦିନ କେନ୍ଦ୍ର କୁ ପ୍ରବେଶ କରି ବିଭିନ୍ନ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବାର ଘଟଣା ଶ୍ରୀମତୀ ମହାନ୍ତି ବ୍ଲକ ଅଙ୍ଗନ ୱାଡି ସଂଘ ର ସଭା ନେତ୍ରୀ ଙ୍କ ସମେତ ଗୋଷ୍ଟି ଉନ୍ନୟନ ଅଧିକାରୀ. ସି ଡି ପି ଓ ଏବଂ ଥାନା ଅଧିକାରୀ ଙ୍କୁ ଲିଖିତ ଜଣାଇ ଥିଲେ.କିନ୍ତୁ ଘଟଣାର ଚବିଶ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନାଏବ ସରପଞ୍ଚ ଙ୍କ ସ୍ୱାମୀଙ୍କୁ କାହିଁକି ଏ ଯାଏ ଗିରଫ କରାଯାଇ ନାହିଁ ବୋଲି ସତାଧିକ ଅଙ୍ଗନ ୱାଡି ଆଜି ସନ୍ଧ୍ୟରେ ଥାନାର ଦ୍ୱାରସ୍ତ ହୋଇଥିଲେ. ଏ ସମ୍ପର୍କ ରେ ସଂଘର ସଭା ନେତ୍ରୀ ଶ୍ରୀମତୀ ରେଣୁ ବାଳା ଶତ୍ରୁ ସଲ୍ୟ ଏବଂ ରୁକ ମଣି ବେହେରା ଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ନାଏବ ସରପଞ୍ଚ ସାରୀ ହରିଜନକ ଙ୍କ ପଦ ରଦ୍ଦ ଏବଂ ତାଙ୍କ ସ୍ୱାମୀ ସମଦାସ ହରିଜନ ଙ୍କୁ ଗିରଫ କରିବା ସହ ଆମକୁ ନାୟ ଦରକାର. ଆମ ଜୀବନ ପ୍ରତି ବିପଦ ରହିଛି. ମନ ଇଚ୍ଛା ଯିଏ ନାଇଁ ସିଏ କେନ୍ଦ୍ର ଭିତରେ ପ୍ରବେଶ କରି ଭିଡିଓ ଉତ୍ତଳନ କରି ଭାଇରଲ କରୁଛନ୍ତି ଏହାକୁ ବରଦାସ୍ତ କରାଯିବ ନାହିଁ. ସମସ୍ତ ସମସ୍ୟାର ସମାଧାନ ନ ହେଲେ ଆମେ ରାଜ ରାସ୍ତା କୁ ଓଲ୍ଲାଇବୁ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବାର ଜଣା ଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ଗୀତାଞ୍ଜଳି ବେହେରା. ଶାନ୍ତି ଲତା ମହାରଣା. ନୀଳମଣି ସାହୁ. ବିନୋଦିନି ନାୟକ. ମୀନା ମହାନ୍ତି. ରଞ୍ଜିତା ନାୟକ ଙ୍କ ସମେତ ସତାଧିକ ଅଙ୍ଗନ ୱାଡି କର୍ମୀ ଥାନାର ଦ୍ୱାରସ୍ତ ହୋଇଥିବା ଜଣାଯାଇଛି. ଏ ସମ୍ପର୍କ ରେ ଥାନା ଅଧିକାରୀ ପରମା ନନ୍ଦ ସୁନାନୀ ଙ୍କୁ ଯୋଗାଯୋଗ କରିବାରୁ ନାଏବ ସରପଞ୍ଚ ଙ୍କୁ ଅଟକ ରଖି ତଦନ୍ତ ଚାଲିଛି ବୋଲି ସୂଚନା ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା