ତେଲ ଟ୍ୟାଙ୍କର୍ କୁ ପଛପଟୁ ଧକ୍କା ଦେଲା କାର୍,ମଦୁଆ କାର୍ ଚାଳକ ଥାନାରେ ଅଟକ…

ବେଲଗୁଣ୍ଠା -୩୦/୧୧-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ମେନ୍ ରୋଡ୍ ଠାରେ ଏକ କାର୍ ଟ୍ୟାଙ୍କର କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବୁଗୁଡା ପଟରୁ ବେଲଗୁଣ୍ଠା ଆସୁଥିବା ଏ.ଆର୍.ଏସ୍.ଏସ୍ କମ୍ପାନୀର ଏକ ବୋଲେରୋ ତେଲ ଟ୍ୟାଙ୍କର (ଓଡି୩୩ଭି୯୯ ୨୦)କୁ ସେହି ଦିଗରୁ ଆସୁଥିବା ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ଡିଜାଇର୍ (ଓଡି୦୨ଡିଏକ୍ସ୍୦୦୨୩) ପଛ ପଟୁ ଜୋର୍ ରେ ଧକ୍କା ଦେଇଥିଲା ।ଫଳରେ ତେଲ ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଯାହା ଫଳରେ କି ଟ୍ୟାଙ୍କର ରେ ଥିବା ତେଲ ତଳେ ପଡି ଭାସିଥିଲା ।ଖବର ପାଇ ବେଲଗୁଣ୍ଠା ଥାନା ଏସ୍.ଆଇ ନାରାୟଣ ନାୟକ ଓ ଏ.ଏସ୍.ଆଇ ଅନୁ ମଳିକ ପହଞ୍ଚି ଗାଡି ଦୁଇଟିକୁ ଉଦ୍ଧାର କରିଥିଲେ ।ଜେସିବି ସାହାଯ୍ୟରେ ଟ୍ୟାଙ୍କରକୁ ସଳଖ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍ ଟିକୁ ରାସ୍ତା କଡକୁ ଟାଣି ନିଆଯାଇଥିଲା ।କାର୍ ଡ୍ରାଇଭର୍ ପ୍ରଚୁର ମଦ ପିଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ବେଲଗୁଣ୍ଠା ଥାନାରେ କାର୍ ଡ୍ରାଇଭର୍ ଅଟକ ଥିବା ଓ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।ବେଲଗୁଣ୍ଠା ପୋଲିସ ଘଟଣାର ତଦନ୍ତ କରୁଛି
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ