ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବୁଲିଲା ସଚେତନତା ରଥ

ଅସ୍ତରଙ୍ଗ, ୩୦/୧୧- – ସନ୍ତାନ ଏଭଳି ଏକ ଦୁର୍ଲଭ ଯାହା ପ୍ରତ୍ୟେକ ମା ର କୋଳ କୁ ଆନନ୍ଦ ରେ ଭରିଦେଇଥାଏ, କେବଳ ସେତିକି ନୁହେଁ ଘରେ ଏକ ସନ୍ତାନ ଟିଏ ଆସିଲେ ଗୃହ ଭିତରେ ଅନେକ ଖୁସି ଦେଖିବାକୁ ମିଳେ l ଅନେକ ସମୟ ରେ ଆମେ ଦେଖିଛୁ ଆମ ରାଜ୍ୟ ରେ ଭୃଣ ହତ୍ୟା, ଅନେକ ସ୍ଥାନ ରେ ପ୍ରସବ ସନ୍ତାନ କୁ ମା ମାନେ ଅବୈଧ ଭାବେ ଛାଡି ଚାଲିଯିବା, କିନ୍ତୁ ଥରେ ଭାବନ୍ତୁ ଗୋଟେ ସନ୍ତାନ ଯେତେବେଳେ ପ୍ରସବ ହୁଏ ସେ ଦୁନିଆ ବିଷୟ ରେ କିଛି ଜାଣେନା, ଅବୋଧ ଶିଶୁ ଯାହାକୁ ଆମ ହିନ୍ଦୁ ଧର୍ମ ରେ ଭଗବାନ ଙ୍କ ସହିତ ତୁଳନା କରାଯାଏ, ଆଉ ଅନେକ ସମୟ ରେ ଏହାର ଆଉ ଏକ ବିପରୀତ ଚିତ୍ର ମଧ୍ୟ ଦୃଶ୍ୟ ହୁଏ, ଅନେକ ମା ସନ୍ତାନ ପ୍ରସବ କରିପାରନ୍ତି ନାହିଁ, ଯାହା ପାଇଁ ବିଭିନ୍ନ ପରିସ୍ଥିତି ରେ ସେମାନେ ମାନସିକ ନିର୍ଯ୍ୟାତନା ର ଶିକାର ହୁଅନ୍ତି ଆଉ ଭିନ୍ନ ଭିନ୍ନ ସମୟ ରେ ଏହିଭଳି ମା ମାନଙ୍କ ସହିତ ଘଟିଚାଲିଛି ଅନେକ ଛୋଟ ବଡ଼ ଦୁର୍ଘଟଣା ଯାହା ସମ୍ପୂର୍ଣ୍ଣ ରୂପେ ଅନୁତାପ ର ବିଷୟବସ୍ତୁ, ପ୍ରତ୍ୟେକ ନାରୀଙ୍କର ସ୍ୱପ୍ନ ଥାଏ ମା ଟିଏ ହୋଇ କୋଳ କୁ ସନ୍ତାନ ଟିଏ ଆଣିବାକୁ କିନ୍ତୁ ଦୁର୍ଭାଗ୍ୟ ବଶତଃ କିଛି ମା ମାନେ ଏହି ଦୈବୀ କୃପା ରୁ ବଞ୍ଚିତ ହୁଅନ୍ତି l କିନ୍ତୁ ଆଉ ଏପରି ହେବନି କାରଣ କେନ୍ଦ୍ରୀୟ ପୋଷ୍ୟସନ୍ତାନ ଗ୍ରହଣ ସମ୍ବଳ କତୃପକ୍ଷ ଙ୍କ ଆନୁକୂଲ୍ୟରେ ରେ ଓଡିଶା ରାଜ୍ୟ ସରକାର ଙ୍କ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନିଆଯାଇଛି l ଆଉ କୌଣସି ଅବୈଧ ସନ୍ତାନ ଙ୍କ ଭବିଷ୍ୟତ ନଷ୍ଟ ହେବନି କି କୌଣସି ବନ୍ଧ୍ୟାଗ୍ରସ୍ତ ନାରୀ ସନ୍ତାନ ସୁଖ ରୁ ବଞ୍ଚିତ ହେଇପାରିବନାହିଁ, ସେଥିପାଇଁ ଆସିଛି ପୋଷ୍ୟ ସନ୍ତାନ ଗ୍ରହଣ କରିବାର ସୁଯୋଗ, ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଶିଶୁସୁରକ୍ଷା ଶାଖା ତରଫରୁ ୨୬ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବୁଲିଛି ସଚେତନତା ରଥ, ସରକାର ଙ୍କ ଆହ୍ୱାନ “ପୋଷ୍ୟ ସନ୍ତାନ ଗ୍ରହଣ : ସ୍ନେହ ଓ ବନ୍ଧନ ର ପ୍ରତୀକ “, ଇଛୁକ ବ୍ୟକ୍ତି ଙ୍କ ପାଇଁ ସରକାର ଙ୍କ ତରଫରୁ ଅନଲାଇନ ୱେବସାଇଟ ମଧ୍ୟ ଖୋଲା ଯାଇଛି, ଯେଉଁଥିରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଯୋଗ୍ୟତା, ନିୟମାବଳୀ, ସବିଶେଷ ସୂଚନା, କାଗଜପତ୍ର ସମ୍ପର୍କିତ ସୂଚନା, ଏଜେନ୍ସି ମାନଙ୍କ ସୂଚନା, ପଞ୍ଜିକରଣ ସମ୍ବଳିତ ଵିଧି ସହିତ ପଞ୍ଜିକରଣ ସ୍ଥିତି l ଏଥି ସହିତ ଯେଉଁ ଲୋକ ପୋଷ୍ୟସନ୍ତାନ ଗ୍ରହଣ କରିବ ତାଙ୍କ ପାଇଁ ସରକାର ଙ୍କ ନିର୍ଦ୍ଧାରିତ ବ୍ୟୟ ବ୍ୟବସ୍ଥା ଲାଗୁହୋଇଛି ଆଉ ଏହା ବ୍ୟତୀତ ଯିଏ ଅଧିକ ବ୍ୟୟ ଆଦାୟ କରିବେ ତାହାକୁ ସରକାର ବେଆଇନ ଘୋଷଣା କରିବା ସହିତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ କତୃପକ୍ଷଙ୍କୁ ସିଧା (୦୧୧-୨୬୧୮୦୯୪/୨୬୧୦୩୩୭୮) ଦୂରଭାଷ ରେ ଯୋଗାଯୋଗ କରିବା ସହିତ ୱେବସାଇଟ ରେ ଅଭିଯୋଗ କରିପାରିବେ l ଯାହାକୁ ପୁରୀ ରୁ ଆସିଥିବା ସଚେତନତା ରଥରେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର କର୍ମଚାରୀ ବଳରାମ ବେହେରା ସୂଚନା ଦେଇଛନ୍ତି l
ଦୁଃଶାସନ ନାୟକ,ଅସ୍ତରଙ୍ଗ