April 11, 2025

ସରକାର ଙ୍କ ଦୃଷ୍ଟି ଆଲୁଆଳରେ କିଲାଣି ଗାଁ

Share

 

କୋଲନରା:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡା ଗ୍ରାମ ପଞ୍ଚାୟତ ର କିଲାଣି ଗାଁ ସରକାରଙ୍କ ଦୂର ଦୃଷ୍ଟି ରହିଥିବା ଦେଖିବାକୁ ମିଳିଛି । ଗ୍ରାମରେ ୧୬ ଗୋଟି ପରିବାର ବସବାସ କରୁଥିବା ବେଳେ ପ୍ରାୟ ୧୩୫ ଜଣ ଲୋକ ରହୁଛନ୍ତି ।ଗାଁ ଟି ଜଙ୍ଗଲ ଉପରେ ରହୁଥିବା ଯୋଗୁଁ କୌଣସି ସରକାର ଅଧିକାରୀ ମାନେ ସବୁବେଳେ ଲୋକଙ୍କ ସମସ୍ୟା ବୁଝିବାକୁ ଯାଉ ନ ଥିବା ଅଭିଯୋଗ ହୋଇଛି ।ଗାଁ କୁ ମାଟି ରାସ୍ତା ବହୁ ବର୍ଷ ତଳେ କାର୍ଯ୍ୟ ହୋଇ ଥିବା ବେଳେ ରାସ୍ତା ଖାଲ ଖମାର ହୋଇ ବଡ଼ ବଡ଼ ପଥର ଉଠି ଯାଇ ଅଛି ।ଗ୍ରାମର ପ୍ରସୂତୀ ମାଆ ଯଦି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦିଏ ତେବେ ଗାଁ କୁ କୌଣସି ଆମ୍ବୁଲାନ୍ସ ଆସିପାରୁ ନାହିଁ । ଯଦି ଆସିବ ଟେଡା ଗ୍ରାମ ରେ ରହି ଯାଉଛି ।ଗାଁ ଠାରୁ ଦୁଇ କିମି ହୋବ ଖଟିଆ ରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବହି ବହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିବାକୁ ପଡୁଛି ।ଏହି ଭଳି ନାହିଁ ନ ଥିବା ଅସୁବିଧା ସମ୍ମୁଖିନ ହେବାକୁ ପଡୁଛି।ରାଜ୍ୟ ସରକାର ଗ୍ରାମ ଗ୍ରାମକୁ ସଂଯୋଗୀକରଣ କଥା କହୁଥିବା ବେଳେ କିଲାଣି ଗ୍ରାମରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି ।ଶିକ୍ଷା କଥା କହିଲେ ଅତ୍ୟୁକ୍ତି ହୋବ ନାହିଁ କାରଣ ପ୍ରତ୍ୟେକ ଗ୍ରାମରେ ବିଦ୍ୟାଳୟ ଖାଲିବାକୁ ନିର୍ବାଚନ ବେଳେ ପ୍ରତୁଶୃତି ଦେଇଥିଲେ କିନ୍ତୁ ପାଳନ କରୁନଥିବା କହିଛନ୍ତି ।କିଲାଣି ଗ୍ରାମରୁ ସିନ୍ଦୁବାଇ ଗ୍ରାମକୁ ଯାଇ ଶିକ୍ଷା ପାଇବା ପାଇଁ ଜଙ୍ଗଲ ରାସ୍ତା ରେ ଛାତ୍ର ଛାତ୍ରୀ ନିଜର ଜୀବନକୁ ବାଜି ଲଗେଇ ପାଠ ପଢିବା ପାଇଁ ଯାଉଛନ୍ତି ।କେତେବେଳେ କାହାର ଜୀବନ ଯିବ ଚାଲିଯିବ କିଏ ବା ଜାଣିଛି ବୋଲି ଅଭିଭାବକ ମାନେ କହିଛନ୍ତି।ରାସ୍ତା ସମସ୍ୟା ନେଇ ବାରମ୍ବାର ପଞ୍ଚାୟତ ସମିତି କୁ ଯାଇ ଗୁହାରି କରିଥିଲେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ମିଳି ପାରିନାହିଁ ବୋଲି କହିଛନ୍ତି ।ସେହିଭଳି ଭୋଇମଡା ପଞ୍ଚାୟତ ର ପୁଣି ମାଦାଲଦାନୀ, ଓ ପର୍ଲାଡିଦି ଗ୍ରାମ ର ସେଇ ସମସ୍ୟା ଅଛି ।ଏହି ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ରିପୋର୍ଟ: ସଞ୍ଜୀବ କଣ୍ଡାଗରୀ

You may have missed