November 30, 2024

ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ 

Share

 

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଦ୍ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ , ତହସିଲଦାର ପ୍ରାଣକୃଷ୍ଣ ପ୍ରାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ରାଓ, ବ୍ଲକ ଉପାଧକ୍ଷା ଜାନକୀ ନିମାଲା,କୁଜେନ୍ଦୀ ସରପଞ୍ଚ ରମେଶ ଶବର ମଞ୍ଚାସୀନ ରହିଥିବା ବେଳେ ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା,ସମିତି ସଭ୍ୟ କମଳ ଲୋଚନ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଯୋଗ ଦେଇଥିଲେ ସେହିପରି ପ୍ରଶାସନିକ ସ୍ତରରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର,ବ୍ଲକ ଶିକ୍ଷାଧିକାରୀ ସୂଜନ ମଲ୍ଲିକ, ରାମନାଗୁଡା ଥାନା ଏସ ଆଇ ,ଉଦ୍ୟାନ ବିଭାଗ ଅଧିକାରୀ ଏମ୍ ସୁଚିତ୍ରା,ବ୍ଲକ ମସ୍ୟ ଅଧିକାରୀ ବର୍ଷା ପାଢ଼ୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କୃଷ୍ଣା ନନ୍ଦ ବେହେରା, ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଭଗବତ ପାଢୀ, ସୁପରଭାଇଜର ହରିହର ହାଲୁବା ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ,ସମାଜସେବୀ ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନା କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତବର୍ଷ ଚଇତି ରୂପରେଖ କରାଯିବା ସହ ଚଇତି ରୂପରେଖ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଚଳିତବର୍ଷ ସକାଳ ୮.୩୦ରୁ ପେଣେକାମ ନିକଟସ୍ଥ ଗଦା ଶୈବପୀଠରୁ ପବିତ୍ର କଳସ ଅଣାଯାଇ ମଙ୍ଗଳା ମନ୍ଦିରରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଏକ ବିରାଟଶୋଭାଯାତ୍ରାରେ ମିନି ଷ୍ଟାଡିୟମରେ ସ୍ଥାପନ କରାଯିବ।ଏହି ଅବସରରେ ରଙ୍ଗୋଲ,ମ୍ୟୁଜିକ ଚେୟାର ଆଦି କାର୍ଯ୍ୟକ୍ରମ ସହ ୯ତାରିଖରେ ଏକ ସାହିତ୍ୟ ସଭା ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଚଳିତବର୍ଷ ଆକର୍ଷଣୀୟ ରୂପରେ ଲୋକ ମହୋତ୍ସବ ଚଇତି ପାଳନ ନିମନ୍ତେ ସହଯୋଗ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିପିଡିଓ ଗୋପାଳ ମିଶ୍ର ପରିଚାଳନା କରିଥିଲେ।।

ରିପୋର୍ଟ ସଞ୍ଜୀବ କୁମାର ଦାଶ