July 6, 2024

ବାଲିପଦର କଲେଜ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା—-

Share

ବାଲିପଦର କଲେଜ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା—-
———————————————-
ବୁଗୁଡା-ତା-୩୦-୧୧-୨୦୨୩ ରିଖ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ବାଲିପଦରର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଆଜି ନଭେମ୍ବର ୩୦ ତାରିଖ ରେ ଅବସର ଗ୍ରହଣ କରିଛନ୍ତି। ୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟରେ ପ୍ରତିଷ୍ଠାତା ଅଧ୍ଯକ୍ଷ ରହି ବହୁ ବିକାଶ ମୁଳକ କାର୍ଯ୍ୟ କରି ଜିଲ୍ଲା ତଥା ରାଜ୍ଯ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଆଜି ଅବସର ଦିନରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବରିଷ୍ଠ ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ +୨ ଏବଂ +୩ କଲେଜର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଗହଣରେ ସମ୍ବର୍ଦ୍ଧନା ଦେଇ ବିଦାୟ ଦିଆଯାଇ ଥିଲା। ଏହି ସଭାରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ଅଧ୍ୟାପକ କାମେଶ୍ୱର ବେହେରା, ଅଧ୍ୟାପକ ସରୋଜ କାନ୍ତ ଦାସ, ସୁଶାନ୍ତ କୁମାର ପଣ୍ଡା,ଡକ୍ଟର ଏ ଜିତେଶ ରାଓ ଦୋରା, ସୁଜାତା ପଟ୍ଟନାୟକ, ସ୍ମିତାରାଣି ସାହୁ, ବିଭୁତି ଭୁଷଣ ବେବର୍ତ୍ତା, ଡକ୍ଟର ଦିଲିପ କୁମାର ପଟ୍ଟନାୟକ,ଡକ୍ଟର ଶିଶିର କୁମାର ନାୟକ, ପ୍ରେମାନନ୍ଦ ପ୍ରଧାନ,ଗୋପିନାଥ ମହାନ୍ତି, ଅମିୟ କୁମାର ସ୍ବାଇଁ, ମିନତୀ ଆଚାରୀ, ସଲୀଳା ନାୟକ, ଭକ୍ତ ଲତା ଦାଶ, ପ୍ରଦ୍ୟୁନ୍ନକୁମାର ପାଢୀ, ଜ୍ଞାନ ଚାନ୍ଦ ଗୌଡ, ସିମାଞ୍ଚଳ ଗୌଡ, ନବିନ ପ୍ରଧାନ,ପ୍ରମୁଖ ଯୋଗଦେଇ ଡକ୍ଟର ପାତ୍ରଙ୍କୁ ବିଦାୟ ଦେଇଥିଲେ।
——–*——–

You may have missed