July 6, 2024

ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା

Share

ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା

ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ନବରଙ୍ଗପୁର ସ୍ଥିତ ସ୍ବତନ୍ତ୍ର ବିଦ୍ୟାଳୟ ଆଶା କିରଣ ରେ ଦିବ୍ୟାଙ୍ଗ ଛାତ୍ର ମଧ୍ୟରେ ବିଭିନ୍ନ ଖେଳ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉ କି ଆସନ୍ତା ଡିସେମ୍ବର ୩ ତାରିଖ ରେ ବିଶ୍ଵ ଭିନ୍ନକ୍ଷମ ଦିବସ -୨୦୨୩ ପାଳନ ହେବାକୁ ଯାଉଛି । ଏହି ଦିବସ ଦିନ ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ ଦିବସ ପାଳନ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରାନ୍ତରେ ଥିବା ପିଲାଙ୍କ ମଧ୍ୟରେ ବକୃତା,ଖେଳ,ନାଚ, ପ୍ରତିଯୋଗିତା ହେବାକୁ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥିର ହୋଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ନିର୍ଦ୍ଦେଶ କ୍ରମେ ଆଶା କିରଣ ପିଲାଙ୍କ ମଧ୍ୟରେ ଦୌଡ,ଲେମ୍ବୁ ଚାମଚ୍,ମ୍ୟୁଜୀକ ଚେଆର,ଏବଂ ନାଚ ପ୍ରତିଯୋଗିତା ହୋଇ ଥିଲା। ଏଥିରେ ଜିଲ୍ଲା ସ୍ତରରୁ ତଦାରଖ ଏବଂ ମୂଲ୍ୟାଙ୍କନ ନିମନ୍ତେ ଜିଲ୍ଲା ମୁଖ୍ୟ କ୍ରୀଡା ଅଧିକାରୀ ଜି ଶ୍ରୀନୁ ଓ ଆନ୍ତର୍ଜାତିକ ପେଞ୍ଚକ୍ ସିଲଟ ରେଫରି ହରିଶ ବେହେରା ଯୋଗ ଦେଇଥିଲେ। ପ୍ରତି ବିଭାଗ ରୁ ପ୍ରଥମ,ଦ୍ୱିତୀୟ,ତୃତୀୟ ହୋଇଥିବା ପିଲା ମାନେ ଆସନ୍ତା ତିନି ତାରିଖ ଦିନ ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ରେ ଭାଗ ନେବାକୁ ଯିବେ।ଏହି ଖେଳ ନାଚ କୁଦ ,ଚିତ୍ରାଙ୍କନ,ବକୃତା, ପରି ବିଭିନ୍ନ ଖେଳ ନାଚ କୁ ବିଦ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଆଶା କିରଣ ଅଧକ୍ଷ ଜଗନ୍ନାଥ ବେହେରା ସମସ୍ତ ଙ୍କୁ ସହଯୋଗ ପାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

You may have missed