June 29, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକରଣ

Share

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକରଣ
ବୁଗୁଡ଼ା : ତା ୩୦/୧୦/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ , ପରିଚାଳନା ସମିତି ଉପସଭାପତି ଗୌରୀ ଶଙ୍କର ମିଶ୍ର., ସଂପାଦକ ରମେଶ ଚନ୍ଦ୍ର ଆଲଟିଆ, କୋଷାଧକ୍ଷ ରଜତ କୁମାର ପୃଷ୍ଟି , ସଦସ୍ଯା ନମିତା ବେହେରା ଓ ସନ୍ତୋଷିନୀ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଗୁରୁମା ସସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବଛାତ୍ର ଜୀବନ ସଂଗ୍ରାମ ହୋତା ବ୍ଯକ୍ତିଗତ ସଙ୍ଗୀତ ଗାନ ପରେ ପୂର୍ବଛାତ୍ରଗଣ ସ୍ବ ସ୍ବ ପରିଚୟ ପ୍ରଦାନ ସାଙ୍ଗକୁ ଶିଶୁ ମନ୍ଦିର ସହ ଜଡିତ ଅଭୂଲା ସ୍ମୃତି ଓ ଅନୁଭୂତିକୁ ଉପସ୍ଥାପନ କରିଥିଲେ । ଏ ଅବସରରେ ପୂର୍ବଛାତ୍ର ପରିଷଦ ଗଠନ କରାଯାଇଥିଲା । ଉକ୍ତ ପରିଷଦକୁ ବିନାୟକ ପାଢୀ-ଅଧ୍ଯକ୍ଷ , ୟୁ.ଦିବ୍ଯାନୀ ପାତ୍ର – ଉପାଧ୍ୟକ୍ଷା, ରେଶ୍ମା ପାତ୍ର-ମନ୍ତ୍ରୀ , ୟୁ. ଈଶ୍ବରୀ ପାତ୍ର-ଉପମନ୍ତ୍ରୀ , ସିଦ୍ଧେଶ୍ବର ନାୟକ-ସେନାପତି ,ଏସ୍. ସୋନାଲି ପାତ୍ର-ଉପସେନାପତି ଭାବେ ମନୋନୀତ ହୋଇଥିଲେ । ପରିଶେଷରେ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।