July 1, 2024

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା,

Share

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା,

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନ ମଧ୍ୟରେ ଦୁର୍ଘଟଣା। ଗୋଟିଏ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପଲ୍ଲୀ ମଧ୍ୟରେ ପଲାସା ପାସେଞ୍ଜେକୁ ରାୟଗଡ ପାସେଞ୍ଜର ଲାଇନଚ୍ୟୁତ ହେବାରୁ ପଛପଟୁ ପିଟିଥିଲା।ଫଳରେ ଦୁଇଟି ଟ୍ରେନର ମୋଟ ୪ ଟି ବଗି ଲାଇନଚ୍ୟୁତ ହୋଇଥିଲା। ବିଶାଖାପାଟଣା ଠାରୁ ୩୪ କିମି ଦୂରରେ ଘଟିଥିବା ଦୁର୍ଘଟଣା ପ୍ରାଥମିକ ଯାଞ୍ଚରୁ ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣାରେ
13ଜଣଙ୍କ ମୃତ୍ୟୁ ବରଣ କରିଥିବା ବେଳେ 3 ଜଣ ରେଳ କର୍ମଚାରୀ ହୋଇଥିବା ସୂଚନା ରହିଛି। ରାୟଗଡ଼ା ପାସେଞ୍ଜର ଟ୍ରେନ ଡ଼୍ରାଇଭର ଓ ବିଶାଖାପାଟଣା – ପଲାସା ଟ୍ରେନର ଗାର୍ଡ କେ. କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବଂ 50 ଜଣ ଆହତ,୮ ଗୁରୁତର
୧୦୦ ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ
ମୋଟ 33 ଟ୍ରେନ ବାତିଲ ଏବଂ 22 ଟ୍ରେନ ର ଗତିପଥ ପରିବର୍ତନ ହୋଇ ଥିବା ରେଳ ବିଭାଗ ପକ୍ଷରୁ ଜଣାପଡିଛି। ଘଟଣାସ୍ଥଳରେ ବିଶାଖାପାଟଣା ଡିଭିଜନ ଡିଆରଏମ ସୌରଭ ପ୍ରସାଦ ପହଞ୍ଚିବା ସହିତ ସମ୍ବଲପୁର DRM ଘଟଣା ସ୍ଥଳକୁ ବାହାରିଥିବା ଜଣାପଡିଛି। ଆହତ ମାନଙ୍କୁ ଆଲୋମଣ୍ଡା ,ବିଜୟନଗର ମେଡିକାଲରେ ଭର୍ତି କରାଯାଇଛି।ବିଭାଗ ତରଫରୁ ସୂଚନା ଯାହା ରହିଛି ଗତ କାଲି କ୍ରିକେଟ ଖେଳ ରହିଥିବାରୁ ଅଧିକାଂଶ ବିଜୟ ନଗର ଏବଂ ଶ୍ରୀକାକୁଲମ ପାସେଞ୍ଜର ରହିଥିଲେ ।ଲାଇନ କ୍ଲିୟର ପରେ କିଛି ଯାତ୍ରୀ ପଲାସା ପାସେଞ୍ଜର ଯୋଗେ ଯାଇଥିବା ବେଳେ କିଛି ବିଶାଖାପାଟଣା ବେକ କରିଥିବା ଜଣା ପଡ଼ିଛି। ତେବେ ରାୟଗଡର କମ ପାସେଞ୍ଜର ରହିଥିବା ଜଣା ପଡ଼ିଛି। ଏଭକି ଘଟଣା ପରେ

ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପରାମର୍ଶ କ୍ରମେ ତ୍ବରିତ ପଦ୍ଧ କ୍ଷେପ ନେଇଛନ୍ତି l
ଦୁର୍ଘଟଣା ସ୍ଥଳରେ ଅଟକି ରହିଥିବ ଲୋକମାନଙ୍କୁ ନେବା ଆଣିବା ନିମନ୍ତେ ବିଜୟ ନଗର ଡିପୋରୁ ଦୁଇଟି,ରାୟଗଡ ଠାରୁ 4ଟି ବସ ପଠାଯାଇଛି l ଏନଣ୍ଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂଜଯୋକ ଓ ଜଣେ ବରିଷ୍ଠ ରାଜସ୍ୱ ଅଧିକାରୀଙ୍କ ସହିତ ଡାକ୍ତର ଦଳ ବିଜୟ ନଗରମକୁ ପଠାଯାଇଛି l ସେଠାରେ ଯାତ୍ରୀ ମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଔଷଧ ସାମଗ୍ରୀ ନେଇକି ଯାଉଛନ୍ତି l ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ନିମନ୍ତେ ଶଯ୍ୟା ସହିତ ରକ୍ତ ଭଣ୍ଡାର ବ୍ୟବସ୍ଥା କରି ପ୍ରସ୍ତୁତ କରାଯାଇଛି l ଆହତ ମାନଙ୍କ ଉଚ୍ଚ କେନ୍ଦ୍ରକୁ ପଠାଇବା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି l ବିଶେଷ କରି ରାୟଗଡ ଅଗ୍ନିଶମ ବିଭାଗ ଉଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ସ୍ଥଳରେ ପହଚିଛନ୍ତି।ଅନ୍ୟ ପଟେ କିଛି ଟ୍ରେଇଁନ ବାତିଲ ହେବା ଫଳରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସଠିକ ସୂଚନା ହେପଲ ଡେସ୍କରୁ ପାଉନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ।