July 1, 2024
Share

*ଖବର ଆଜିର*
ତାରିଖ ୩୦/୧୦/୨୦୨୩ ସୋମବାର ।।

ଟ୍ରେନ୍ ଦୁର୍ଘଟଣା, ରେଲୱେ ପକ୍ଷରୁ ହେଲ୍ପ ଲାଇନ୍ ଜାରି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ।

ବିଜୟନଗରମ କଣ୍ଟକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଦୁର୍ଘଟଣା ଘଟିଛି । ସିଗନାଲ ପାଇଁ ଅପେକ୍ଷା କରିଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ପଛପଟୁ ଧକ୍କା ଦେଇଛି ପାଲାସା ଏକ୍ସପ୍ରେସ୍ ।

ଆନ୍ଧ୍ର ପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାୟଗଡ଼ା ପାସେଞ୍ଜରର ୪ରୁ ୫ଟି ବଗି ଲାଇନଚ୍ୟୁତ ହୋଇଛି ।

ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍‌ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କଲେ ଆନ୍ଧ୍ର ସରକାର ।

ଭାରତର ବିଜୟ ରଥ ଅବ୍ୟାହତ। ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଇନିଂସ ପରେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ଶୋଚନୀୟ ଭାବେ  ହରାଇଛି ।

ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।

ପୁରୀରେ ହବିଷ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ରୋହିତ ଶର୍ମାଙ୍କ ଡବଲ୍‌ ରେକର୍ଡ ! ୧୮ ହଜାର ରନ୍‌ ଛୁଇଁବାରେ ହେଲେ ପଞ୍ଚମ ଭାରତୀୟ ବ୍ୟାଟର୍‌ ।

ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶିଖେଇଲେ ଶାଳୀନତା; ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଲିମ୍ପିଆନ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ପୁରୁଣା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦାବି- ଇଭିଏମ୍‌ ମେସିନ୍‌ରୁ ହଟାଯାଉ NOTA ଅପ୍ସନ୍‌ ।

ମୁହଁ ଖୋଲିଲେ ଅରିନ୍ଦମ; ମନୋଜ ମିଶ୍ରଙ୍କୁ ସମସ୍ୟାର ସମାଧାନ ପାଇଁ କଲେ ଅପିଲ୍‌ ।

ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତ୍ରିଶୁଳିଆଠାରେ ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।

ମହାବାତ୍ୟାକୁ ପୁରିଲା ୨୪ ବର୍ଷ ।୧୯୯୯ ମସିହା ଅକ୍ଟୋବର ୨୯ରେ ମହାବାତ୍ୟା ନେଇଥିଲା ହଜାର ହଜାର ଜୀବନ ।

ଅକ୍ଟୋବର ୩୧ ମଙ୍ଗଳବାର ଅପରାହ୍ନରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ.. ସୋମବାର ନୂଆ ରାଜ୍ୟପାଳ ପୁରୀ ଶ୍ରୀମନ୍ଦିର ଯାଇ ମହପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ରାଜଭବନରେ ରାତ୍ରିଯାପନ କରିବେ ।
କେରଳର କୋଚିରେ ଏକ କନ୍‌ଭେସନ(ସମ୍ମିଳନୀ) ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗୋଟିଏ ପରେ ଗୋଟିଏ ୫ ବିସ୍ଫୋରଣ ଘଟିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।