March 12, 2026
ajiro khabar
Share

 

 

ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ। କମିଲା ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର ଜଳସ୍ତର

 

ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌। ବାଲେଶ୍ବରରେ ସର୍ବାଧିକ ୫୦ ହଜାର, ବରଗଡ଼ରେ ୩୮ ହଜାର।

 

ପୁରୀ ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ।

 

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ନାଲିଫିତା ତଳେ ଚାପି ହୋଇଯାଇଛି

 

ଅଗଷ୍ଟ ୨୯ ଏବଂ ୩୦ରେ ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ହେବ

 

ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର।

 

ସୁନ୍ଦରଗଡ ରାଜଗାଙ୍ଗପୁରରେ ବ୍ୟବସାୟୀଙ୍କ ଗୋଦାମରେ ଜିଏସଟି ବିଭାଗର ଚଢ଼ଉ। ବଟି ନ ମିଳିବାରୁ ଚଢ଼ାଉ ବୋଲି ଶୁଣିବାକୁ ମିଳିଛି

 

ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବାରୁ ଧର୍ମଶାଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି

 

ତାଳଚେରରେ ରାସ୍ତାର ଦୂରବସ୍ଥା ପାଇଁ ବସ୍ ମାଲିକ ସଂଘର ଆନ୍ଦୋଳନ। ଅନିର୍ଦ୍ଦିଷ୍ଟ କାଳ ଯାଏ ଚଳାଚଳ ବନ୍ଦ।

 

ଅନୁଗୁଳ ଛେଣ୍ଡିପଦାରେ କାଦୁଅ ଯୋଗୁଁ ଗ୍ରାମକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ

 

କେନ୍ଦ୍ରାପଡା ଭିତରକନିକା ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ।

 

ଭୁବନେଶ୍ବର ରୋଡ ଆଣ୍ଡ ବିଲ୍ଡିଂ ସହକାରୀ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ। ୧୩ଟି ଜମି ଓ ରାଜଧାନୀରେ ମୂଲ୍ୟବାନ କୋଠା।

 

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ରାୟଗଡା ଆମ୍ବାଦଳାରୁ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ।

 

ଭୁବନେଶ୍ୱର ବିମାନ ବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ, ୩ ଜଣ ଅଟକ।

 

ବାଲେଶ୍ଵର ଖଇରାରେ ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଅଭିଯୋଗ, ଶଶୁର ଘରଲୋକ ଅଟକ।

 

ଢେଙ୍କାନାଳରେ ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକିଥିବା ବ୍ୟକ୍ତି ପୋଲିସ ଦ୍ବାରା ଗିରଫ।

 

ମୟୂରଭଞ୍ଜ କୁଳିଅଣା ନୂଆଗାଁରେ ମାଟିତଳୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର। ଉଭୟଙ୍କୁ ହତ୍ୟା କରି ମାଟିରେ ପୋତିଥିଲା ଜ୍ୱାଇଁ।

 

ଚିକେନ ଖାଉଥିଲେ ସାବଧାନ। ରାଜଧାନୀ ଖଣ୍ଡଗିରିରେ ବାର୍ଡ ଫ୍ଲୁ ଆତଙ୍କ।

 

ବାଲେଶ୍ଵର ଚାନ୍ଦିପୁରରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ବିତୀୟ ପରୀକ୍ଷା ସଫଳ।

 

ପ୍ରଧାନମନ୍ତ୍ରୀ ଏକତା ସପିଙ୍ଗ ମଲ୍ ସବୁ ରାଜ୍ୟରେ ସ୍ଥାପନ ହେବ। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ନିର୍ମାଣ ହେବ।

 

ଝାଡଖଣ୍ଡ ରାଞ୍ଚିରେ ଟ୍ରକ୍ ସହ ବସ୍ ଧକ୍କାରେ ୧୭ ବୋଲବମ୍ କାଉଡ଼ିଆ ମୃତ

 

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ବିଳମ୍ବିତ ରାତିରେ ଲାଗିଲା ଝଟକା ।

 

ଦଲୀପ ଟ୍ରଫି ୨୦୨୫ ପାଇଁ ଖେଳସୂଚୀ ଘୋଷଣା। ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ।

 

ଆଜି ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇପାରେ ନାସା ଓ ଇସ୍ରୋ ମିଳିତ ଉପଗ୍ରହ ନିସାର।

 

ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ସରକାର ବିରୋଧୀ ବିକ୍ଷୋଭ। ଲୋକଙ୍କ ଉପରେ ହେଲିକପ୍ଟରରୁ ଗୁଳି ଚଳାଉଛି ପାକିସ୍ତାନ

=======================

ଆଜି ଜନ୍ମଦିନ: ହେନେରୀ ଫୋର୍ଡ, ସୋନୁ ନିଗମ, ମନ୍ଦାକିନୀ, ସୋନୁ ସୂଦ, ଆରନୋଲଡ଼ ସ୍କ୍ୱାର୍ଜେନେଗେର, ବାବୁସାନ, ଜ୍ୟୋତିପ୍ରକାଶ ମିଶ୍ର (ରାଉରକେଲା), ପଦ୍ମଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି (ଲେଖକ, କଟକ)

 

ଇତିହାସରେ ଆଜି: (୧୯୦୯) ରାଇଟ ବ୍ରଦର୍ସ ଦ୍ୱାରା ସେନା ପାଇଁ ବିମାନ ତିଆରି / (୧୯୬୬) ବିଶ୍ୱକପ ଫୁଟବଲ ଆରମ୍ଭ/ (୭୬୨) ବାଗଦାଦ ସହର ସ୍ଥାପନ/ (୧୭୨୯) ବାଲଟିମୋର ସହର ସ୍ଥାପନ

=================

*ବନ୍ଦେ ଉତ୍କଳ ଜନନୀ*