October 5, 2024

ଶିବାନୀ ସ୍ବାଇଁ ଓ ମୌସୁମୀ ବିଷୋୟୀ , ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ +୨ ବିଜ୍ଞାନର ଛାତ୍ରୀ ସନ୍ତୋଷିନୀ ନାୟକ ଓ କଳାର ଛାତ୍ରୀ ରଶ୍ମି ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ଦିଲ୍ଲୀ ଜେଏନୟୁରେ ଅଧ୍ଯୟନର ସୁଯୋଗ ଭଳି ବିଶେଷ ସଫଳତା ପ୍ରାପ୍ତ କରିଥିବା ଛାତ୍ରୀ ପୂଜାରାଣୀ ଦାଶଙ୍କୁ ମଧ୍ୟ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା

Share

      ଶିବାନୀ ସ୍ବାଇଁ ଓ ମୌସୁମୀ ବିଷୋୟୀ , ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ +୨ ବିଜ୍ଞାନର ଛାତ୍ରୀ ସନ୍ତୋଷିନୀ ନାୟକ ଓ କଳାର ଛାତ୍ରୀ ରଶ୍ମି ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ଦିଲ୍ଲୀ ଜେଏନୟୁରେ ଅଧ୍ଯୟନର ସୁଯୋଗ ଭଳି ବିଶେଷ ସଫଳତା ପ୍ରାପ୍ତ କରିଥିବା ଛାତ୍ରୀ ପୂଜାରାଣୀ ଦାଶଙ୍କୁ ମଧ୍ୟ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହ କଲେଜର ବିଭିନ୍ନ ବିଭାଗରେ ସର୍ବାଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହିତ କ୍ରୀଡା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

 ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯାପକ ହିମାଂଶୁ ଶେଖର ରଥ ବେଦ ପାଠ , ଅଧ୍ଯାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ , ଆଇକ୍ୟୁଏସି କୋଅର୍ଡିନେଟର ଅକ୍ଷୟ କୁମାର ସାହୁ ମହାବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ ଏବଂ ଆଇକ୍ୟୁଏସି ସହସଂଯୋଜକ ବିନୋଦ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।