March 7, 2026

ଭାରତୀୟ ମଜ଼ଦୂର ସଂଘ ଖୋର୍ଦ୍ଧା ଜିଲ୍ଲା ବାର୍ଷିକ ଅଧିବେଶନ ଅବସରରେ ସାମ୍ବାଦିକ ସମ୍ମିଳନୀ। 

IMG-20250630-WA0028
Share

 

ବେଗୁନିଆ,(ଉପାନ୍ତ ଖବର)ଭାରତୀୟ ମଜଦୁର ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଆଜି ବେଗୁନିଆ ବ୍ଲକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ସଭା ରେ ଅଲ ଓଡିଶା ଅଙ୍ଗନବାଡି ଲେଡୀସ ୱାର୍କରସ ଆସୋସିଏସନ ର ସମ୍ପାଦିକା ଶ୍ରୀମତୀ କୁଂଜଲତା ଦାସ ମୁଖ୍ୟ ବକ୍ତା ,ଖୋର୍ଦ୍ଧା ଜିଲା ପ୍ରଭାରୀ ମାନନୀୟ ରଞ୍ଜନ ଦାସ ମୁଖ୍ୟ ଅତିଥି , ରାଜ୍ୟ କାର୍ଯ୍ୟାଳୟ ପ୍ରମୁଖ ମାନନୀୟ କିଶୋର କର , ସନ୍ନମାନିତ ଅତିଥି ନିଖିଳ ଓଡିଶା ବିଦୂତ ମଜ଼ଦୂର ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଡା ,ଜିଲ୍ଲା ଶ୍ରୀ ସଭାପତି ପାର୍ଥ ସାରଥୀ ମହାନ୍ତି ଙ୍କ ସ୍ୱାଗତ ଭାଷଣ ,ଜିଲା ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ରାଉତରାୟ ମଞ୍ଚ ପରିଚାଳନା କରିଥିଲେ ଓ ସମ୍ପାଦକ ବାର୍ଷିକ କାର୍ଯ୍ୟକ୍ରମ ପାଠ କରିଥିଲେ। ମୁଖ୍ୟ ଅତିଥି ଭାଷଣ ରେ ଠିକା କର୍ମଚାରୀ ଙ୍କୁ ସ୍ଥାଇ ନିଯୁକ୍ତି ,ଠିକା ନିଯୁକ୍ତି ଉଛେଦ ଓ ସମାନ କାମକୁ ସମାନ ଦରମା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ କୁ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିବା ପାଇଁ କହିଥିଲେ। କୁଂଜଲତା ଦାସ ମୁଖ୍ୟ ବକ୍ତା ଜିଲ୍ଲା ମଧ୍ୟ ରେ ଥିବା ସମସ୍ତ ସଂଗଠନ ମାନେ ଭାରତୀୟ ମଜ଼ଦୂର ସଂଘ ର ସାଂଗଠାନିକ ନୀତି ନିୟମ ବିଚାର ,ଶ୍ରମିକ ମାନେ ଉଦ୍ୟୋଗ ଓ ରାଷ୍ଟ୍ର ପ୍ରତି କର୍ତବ୍ୟ ସହିତ ବୌଦ୍ଧିକ ବାର୍ତା ଆଲୋକପାତ କରିଥିଲେ . କୋଷାଧ୍ୟକ୍ଷ ଶର୍ମିଷ୍ଠା ପାତ୍ର ବାର୍ଷିକ କୋଷ ହିସାବ ସର୍ବ ସମୁଖ ରେ ପାଠ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ୟୁନିଅନ ର ସାଧାରଣ ସମ୍ପାଦକ ମାନେ ଶ୍ରମିକ ମାନଙ୍କ ର ସମସ୍ୟା ଉପସ୍ଥାପନ କରିଥିଲେ।

ସମ୍ପାଦକ ଅକ୍ଷୟ କୁମାର ରାଉତରାୟ ସମ୍ପାଦକୀୟ ଭାଷଣ ରେ କହିଥିଲେ ଭାରତ ବର୍ଷର ବର୍ତମାନ ଦୃତ ଆର୍ଥିକ ଅଭିବୃଦ୍ଧି ଘଟୁଛି । ସାରା ବିଶ୍ବରେ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ଅଭିବୃଦ୍ଧି ସର୍ବାଧିକ ଅଟେ। ଦେଶରେ ଇନଫ୍ରାଷ୍ଟକ୍ଚ ଚର କ୍ଷେତ୍ରରେ ମଧ୍ୟ ଦୃତ ଅଭିବୃଦ୍ଧି ଘଟୁଛି। ବିଶ୍ୱକୁ ନେତୃତ୍ଵ ଦେବାର ସାମର୍ଥ୍ୟ ଯେ ଭାରତର ଅଛି ଆଉ ଏହା ପ୍ରତ୍ୟେକ କ୍ଷେତ୍ରରେ ଅନୁଭୂତ ହେଉଛି । ଏଥିପାଇଁ ଆଜିର କେନ୍ଦ୍ର ସରକାର ଧନ୍ୟବାଦର ପାତ୍ର ।

ଓଡ଼ିଶା ରାଜ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର ଜନକଲ୍ୟାଣ ଯୋଜନା ମାଧ୍ୟମରେ ସାଧାରଣ ଲୋକମାନଙ୍କ ସମସ୍ୟା ସମାଧାନର ସଫଳ ଚେଷ୍ଟା କରାଯାଉଛି । ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜି କରଣ ,ଶ୍ରମିକ ମାନଙ୍କର ଦୈନିକ ସର୍ଵନିନ୍ମ ମଜୁରୀ ବୃଦ୍ଧି ,ମହିଳା କର୍ମଯିବି ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଇତ୍ୟାଦି ରାଜ୍ୟ ସରକାରଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ଅଟେ ।

 

ଏହାପରେ ମଧ୍ୟ ରାଜ୍ୟର ଶ୍ରମିକମାନଙ୍କ ସ୍ଥିତି ଆଜି ଅତ୍ୟନ୍ତ ଦୟନୀୟ ଅଟେ । ଶ୍ରମିକମାନଙ୍କ ପାଇଁ ସୃଷ୍ଟି ସରକାରଙ୍କ ଶ୍ରମ ବିଭାଗ ଆଜି ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଛି । କର୍ମଚାରୀ ଅଭାବରୁ କୌଣସି କାର୍ଯ୍ୟ ବା ନ୍ୟାୟ ପାଇବାରୁ ଶ୍ରମିକମାନେ ସଫଳ ହେଉ ନାହାଁନ୍ତି । ଆଜି ମଧ୍ୟ ଲକ୍ଷାଧ୍ଵକ ଠିକା ଶ୍ରମିକ ଓ ଆଉଟସୋଫି ସ୍ଥାୟୀ ନିଯୁକ୍ତ ଓ ପାରିଶ୍ରମିକ ବୃଦ୍ଧି ପାଇଁ ବାରମ୍ବାର ଆନ୍ଦୋଳନ ମାଧ୍ୟମରେ ସଂଘର୍ଷ କରୁଛନ୍ତି | ନିଯୁକ୍ତର ସ୍ଥାୟୀତ୍ବ ନଥିବାରୁ ଅନେକ ଶୋଷଣର ଶିକାର ମଧ୍ୟ ହେଉଛନ୍ତି ।ରାଜ୍ୟରେ ନୂତନ ସରକାର ଗଠନ ପରେ ଖୋର୍ଦ୍ଧା ଜିଲ୍ଲାରେ ବିଭିର୍ନ ବ୍ଲକ ରେ IDCO ଶିଳ୍ପ ପାର୍କ ନିର୍ମାଣ ଓ ନୂତନ କମ୍ପାନୀ ମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି , ଜିଲ୍ଲା ମଧ୍ୟରେ ଶ୍ରମିକ ମାନେ କାମ ପାଇବେ ଏହା ସରକାରଙ୍କ ଏକ ପ୍ରଶଂସନୀୟ କାର୍ଯ୍ୟ , କିନ୍ତୁ କମ୍ପାନୀ ମାନେ ଅଞ୍ଚଳର ଶ୍ରମିକ ମାନଙ୍କୁ ନିଯୁକ୍ତି ନଦେଇ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ନିଯୁକ୍ତି କରାଉଛନ୍ତି ଏହା ଖୋର୍ଦ୍ଧା ଜିଲ୍ଲା ଶ୍ରମିକ ଙ୍କ ପାଇଁ ଚିନ୍ତାର କାରଣ ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି .

 

ଖୋର୍ଦ୍ଧା ଜିଲ୍ଲା ବାର୍ଷିକ ଅଧିବେଶନ ରେ ବେଗୁନିଆ ବ୍ଲକ TPCODL ର ଅଧିକାରୀ ,ବେଗୁନିଆ ବ୍ଲକ ସଭାପତି ଶିବ କୁମାର ମୁନି ,ପ୍ରକାଶ ଚନ୍ଦ୍ର ବଳିୟାରସିଂ ଓ ଜିଲ୍ଲା ର ସମସ୍ତ ୟୁନିଅନ ଓ ବ୍ଲକ ର ସମ୍ପାଦକ ,ସଭାପତି ଓ ସମସ୍ତ ସଦସ୍ୟ ଉପସ୍ତିତି ଥିଲେ .

ସଭାପତି ଜିଲ୍ଲା କମିଟି ଭଙ୍ଗ କରିଥିଲେ .ଖୋର୍ଦ୍ଧା ଜିଲା ପ୍ରଭାରୀ ରଞ୍ଜନ ଦାସ ଖୋର୍ଦ୍ଧା ଜିଲ୍ଲା ନୂତନ କମିଟି ଘୋଷଣା କରିଛନ୍ତି ୨୦୨୫-୨୬ ବର୍ଷ ପାଇଁ ନୂତନ ସଭାପତି ଅଖୟ ରାଉତରାୟ, ଜିଲ୍ଲା ସମ୍ପାଦକ ଅମରେଶ ମହାପାତ୍ର ଓ ସମସ୍ତ କାର୍ଯ୍ୟ କରି ସଦସ୍ୟ ଙ୍କ ନାମ ଘୋଷଣା କରିଥିଲେ ,ନୂତନ ସମ୍ପାଦକ ଙ୍କ ଭାଷଣ ଓ ସଭାପତି ଙ୍କ ଧନ୍ୟବାଦ ଭାଷଣ ପରେ ସଭା ଭଙ୍ଗ କରିଥିଲେ।

 

ରିପୋର୍ଟ-ମାନସ ରଂଜନ କର।