ଆଜିର ଖବର..
ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗର ଆଲର୍ଟ ଜାରି।
ପୁରୀରେ ଜନ୍ମବେଦୀରେ ବିରାଜିଲେ ପ୍ରଭୂ ଜଗନ୍ନାଥ। ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି।
ପୁରୀରେ ଦଳାଚକଟା ଓ ଅବ୍ୟବସ୍ଥାକୁ ନେଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ।
ପ୍ରଭୁ ଜଗନ୍ନାଥଙ୍କ ମୋଦକ ଚୋରିରୁ ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ଉତ୍ତରଦାୟୀ ବୋଲି କହିଲେ ବିରୋଧୀ
ଆଇନମନ୍ତ୍ରୀ କହିଲେ, ରଥଯାତ୍ରା ସୁରୁଖୁରୁରେ ହୋଇଛି। ଯାହାକିଛି ଅସୁବିଧା ହୋଇଛି, ତାହା ସବୁବର୍ଷ ହୁଏ ଓ ପ୍ରଭୁଙ୍କ ଇଚ୍ଛାରେ ହୁଏ
ପୁରୀରେ ସମସ୍ୟା ହେଲା ବ୍ୟାରିକେଡ, ଅତ୍ୟଧିକ ଭିଆଇପି ପାସ, ସମୁଦ୍ରକୂଳକୁ ସିଲ, ବଡ଼ଦାଣ୍ଡରେ ଛତିଶଗଡ଼ ବିଧାୟକଙ୍କ ଇନୋଭା କାର।
ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିୟୋଜିତ ହେବେ ଶିଶୁ ସେବିକା।
ଜୁଲାଇ ପହିଲାରୁ ଶିମିଳିପାଳ ବନ୍ଦ। ବର୍ଷା ଦିନେ ରାସ୍ତାଘାଟ ଅନୁକୂଳ ରହୁ ନ ଥିବାରୁ ଏପରି ପଦକ୍ଷେପ।
ମୟୁରଭଞ୍ଜ ଜିଲ୍ଲାରେ କୁଳ ଲଂଘୁଛି ବୁଢାବଳଙ୍ଗ, ଗମ୍ଭୀର ହୋଇପାରେ ବନ୍ୟା ସ୍ଥିତି।
କୋରାପୁଟ ଜିଲ୍ଲା କୋଟିଆରେ ରଥଯାତ୍ରା, ଏକାସାଙ୍ଗେ ଯୋଗଦେଲେ ରାଜ୍ୟ ସରକାରଙ୍କ ୫ ମନ୍ତ୍ରୀ।
୧୪ଜଣ ଓଏଏସ୍ ହେଲା ବଦଳି, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
ରଥଯାତ୍ରାରେ ଆଦାନୀ ଗ୍ରୁପର ଅତ୍ୟଧିକ ପ୍ରଚାରକୁ ସମାଲୋଚନା କଲେ ବିରୋଧୀ। ତାଙ୍କରି ପାଇଁ ଜଗନ୍ନାଥଙ୍କ ରଥକୁ ଜାଣିଶୁଣି ଅଟକାଇଲେ ବୋଲି ଅଭିଯୋଗ।
ଯାତ୍ରା ମାଲିକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ନେଇ ଯାତ୍ରା ମାଲିକ ସଂଘର ଏକ ଜରୁରୀ କାଳୀନ ବୈଠକ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହୋଇଛି
ପୁରୀ ଅଘଟଣ ପାଇଁ ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ।
ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ୪ ଗିରଫ।ସେକ ଖଲିକ, ମିର୍ଜା ସୟଦ, ତବିଜି, ସେକ ଭୋଲା
ସୁନ୍ଦରଗଡ଼ ଜିଲ୍ଲା ବଡ଼ ପୁରୁଣାପାଣି ୧୪୩ ନମ୍ୱର ରାଜପଥରେ ସିରିଜ୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ
ଛତିଶଗଡ଼ରେ ୧୩ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୩ ଲକ୍ଷ ଟଙ୍କାର ପୁରସ୍କାର।
ହିମାଚଳରେ ବର୍ଷା ବିତ୍ପାତ, ସପ୍ତାହକରେ ୧୭ ମୃତ, ୩୦୦ କୋଟିର କ୍ଷୟକ୍ଷତି
ଏୟାର ଇଣ୍ଡିଆ ଟୋକିଓ-ଦିଲ୍ଲୀ ବିମାନରେ ସମସ୍ୟା। କୋଲକାତାରେ ଜରୁରୀକାଳୀନ ଅବତରଣ କଲା।
ଅନଲାଇନରେ ଆଇନ ପିଜି ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ବାର କାଉନସିଲର ଉଦବେଗ, ଜାରି କଲେ ଆଡଭାଇଜରୀ।
ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୬ ଏପ୍ରିଲ ପହିଲାରୁ ହେବ। ତାଲିକାଭୁକ୍ତ ହେବ ଘର।
ଚଳିତବର୍ଷ ଶେଷ ସୁଦ୍ଧା ଲାଗୁ ହେବ ନୂଆ ରେଳଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା
ଭାରତ-ପାକ୍ ସୀମାରୁ ଯୁବକ ଓ ନାବାଳିକାଙ୍କ ମୃତହେଦ ଉଦ୍ଧାର, ବାହାରିଲା ପଡୋଶୀ ଦେଶର କନେକ୍ସନ।
ୟୁକ୍ରେନ ଉପରେ ରୁଷ ଏକକାଳୀନ ୪୭୭ଟି ଡ୍ରୋନ ଏବଂ ୬୦ଟି କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି
ଆନ୍ତର୍ଜାତିକ ପରମାଣୁ ସଂଗଠନ କହିଛି, ଆମେରିକାର ଆକ୍ରମଣ ବୃଥା। ଜାରି ରହିଛି ଇରାନର ପରମାଣୁ କାର୍ଯ୍ୟକ୍ରମ
ଆଜି ବିଶ୍ୱ କ୍ଷୁଦ୍ରଗ୍ରହ ଦିବସ
ଆଜି ଜନ୍ମଦିନ: ମାଇକ ଟାଇସନ, ଅରବିନ୍ଦ ସ୍ୱାମୀ, ସୟଦ ମିର୍ଜା, ସୁପ୍ରିୟା ସୁଲେ, କ୍ୟାପଟେନ ସୌରଭ କାଲିଆ, କିଷନ ପଟନାୟକ (ସମାଜସେବୀ, ଭବାନୀପାଟଣା)
ଆଜି ତିରୋଧାନ: ଦାଦାଭାଇ ନାରୋଜୀ, ରାଜା ଗୁଲାବ ସିଂ
ଇତିହାସରେ ଆଜି ଦିନ: (୧୮୫୫) ବ୍ରିଟିଶ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳୀ ବିଦ୍ରୋହ ଆରମ୍ଭ/ (୧୯୪୭) ଭାରତର ବିଭାଜନ ପାଇଁ ସୀମା ନିର୍ଦ୍ଧାରଣ କମିଟି ଗଠିତ/ (୧୯୩୭) ବିଶ୍ୱର ପ୍ରଥମ ଜରୁରୀ ଫୋନ ନମ୍ବର 999 ଜାରୀ/ (୧୯୩୮) କମିକ ବହିରେ ସୁପରମ୍ୟାନ ଚରିତ୍ରର ଜନ୍ମ/ (୧୯୬୦) କଙ୍ଗୋ ଦେଶ ସ୍ୱାଧୀନ ହେଲା
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
