July 5, 2024

ବିଧାୟକ ଙ୍କୁ ଶିକ୍ଷକ ସଂଘର ସମ୍ବର୍ଦ୍ଧନା

Share


ପାତ୍ରପୁର ସନ୍ତୋଷ କୁମାର ପ୍ରଧାନ ତାରିଖ – ୩୦/୦୬/୨୪
ପାତ୍ରପୁର ବ୍ଳକ ଶିକ୍ଷକ ଭବନ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ୍ ତରଫରୁ ଚିକିଟି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ସେହିପରି ସଂଘ ସଭାପତି ବି ରାମାରାଓ ଏଵଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଷମା କୁମାରୀ ନନ୍ଦ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।କାର୍ଯ୍ୟକ୍ରମ ରେ ନବନିର୍ବାଚିତ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ତିତ, ସରପଞ୍ଚ ସଦାନନ୍ଦ ନାୟକ, ସମ୍ପାଦକ କେ ମୋହନ ରାଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ କେଶବ, ମଧୁସୂଦନ ମହାନ୍ତି, ରାଜୀବ ଲୋଚନ ପ୍ରଧାନ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ବିଧାୟକ ଙ୍କୁ ପ୍ରଦାନ କରାଯାଇଥିବା ବେଳେକେନ୍ଦ୍ରୀୟ ହାରରେ ଦରମା ପ୍ରଧାନ, ପ୍ରାଥମିକ ଶିକ୍ଷାର ଠିକା ପ୍ରଥା ଉଚ୍ଛେଦ, ପୁରୁଣା ପେନସନ ପ୍ରଦାନ ଓ ତେଲୁଗୁ ଶିକ୍ଷକ ନିଯୁକ୍ତି ଭଳି ଶିକ୍ଷକ ମାନଙ୍କ ମୌଳିକ ସମସ୍ୟା କୁ ବିଧାନ ସଭାରେ ସ୍ୱର ଉତ୍ତୋଳନ କରିବା ସହ ପାତ୍ରପୁର ଶିକ୍ଷକ ଭବନ କୁ ଉନ୍ନତିକରଣ କରିବା ପାଇଁ ବିଧାୟକ ଶ୍ରୀ ସାମନ୍ତରା ନିଜ ଅଭିଭାଷଣ ରେ ବକ୍ତବ୍ୟ ରଖିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ଭାବେ ଟୁଟୁ ପ୍ରଧାନ ଉପ ସଭାପତି ଭାବରେ ଗିରିଜା ଶଙ୍କର ନାୟକ ଙ୍କୁ ଚୟନ କରାଯାଇଥିଲା । ଶିକ୍ଷକ ବେଣୁ ଗୋପାଳ ପାଢ଼ୀ, ଡି ଛତ୍ରପତି ଚୌଧୁରୀ , ସଞ୍ଜୀବ କୁମାର ମହାପାତ୍ର , ଦୀପକ ପଣ୍ଡା, ରାମ ଗୋପାଳ ପାଢ଼ୀ, ଶିବାଜୀ ପ୍ରଧାନ, ସଦାନନ୍ଦ ଶବର, ଅନନ୍ତ ନାୟକ, ବି ଲଛମନ ରାଓ, ସଙ୍ଗୀତା ପଟ୍ଟନାୟକ, ରମେଶ୍ୱରି ସାହୁ ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଟୁଟୁ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ମିଥିନୁ ସୁବୁଦ୍ଧି ଧନ୍ୟବାଦ୍ ଅର୍ପଣ କରିଥିଲେ।