July 8, 2024

ଜୁଲାଇ-୦୧ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ…

Share

*ଆରୋଗ୍ୟକାରୀ ହାତ ଓ ଯତ୍ନଶୀଳ ହୃଦୟ*
———————————————-
*ଡା.ରାଜାରାମ ଷଡଙ୍ଗୀ*

ଜାତୀୟ ଡାକ୍ତର ଦିବସ ୨୦୨୪ ର ବିଷୟବସ୍ତୁ ଖୁବ୍ ହୃଦୟସ୍ପର୍ଶୀ ଓ ସମାଜ ପାଇଁ ଏକ ବଡ ବାର୍ତ୍ତା।ଚଳିତ ବର୍ଷର ଏହି ଥିମ୍ ‘ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ’ ।ଏହି ଥିମ୍ ସମାଜ ପାଇଁ ଏକ ଦର୍ଶନ । ଏହାହିଁ ଡାକ୍ତର ମାନଙ୍କ ଅଭ୍ୟାସକୁ ଆଣିଥିବା ଉତ୍ସର୍ଗୀକୃତତା ଏବଂ କରୁଣା ଉପରେ ଗୁରୁତ୍ୱାରୋପ ବୋଲି କୁହାଯାଇପାରେ। ଜୀବନସାରା ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ଡାକ୍ତର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହା ନିଃସନ୍ଦେହ।

ତେବେବି ଜଣେ ନିସ୍ୱାର୍ଥପର ଡାକ୍ତର ସେ କେବେ କୁହେନି ସେ ଭଗବାନ୍ ଙ୍କ ଦ୍ୱିତୀୟ ଅବତାର।ବରଂ ପ୍ରଭୁଙ୍କ ଉପରେ ସେ ସବୁ ଛାଡି ଦେଇଥାନ୍ତି।

ବାସ୍ତବରେ ଏହା ପରିସ୍ଥିତିର ବିଧମ୍ବନା କି ଜଣେ ଡାକ୍ତରଙ୍କ କର୍ମ ଜୀବିକା ଅନ୍ୟର ରୋଗ ଉପରେ ନିର୍ଭର କରିଥାଏ।

କିନ୍ତୁ ତଥାପି ଡାକ୍ତର ପ୍ରଭୁଙ୍କ ଠାରେ କହନ୍ତି ଏହା ମୋର ସୌଭାଗ୍ୟଯେ,ଆପଣ ମତେ ସେମାନଙ୍କ କଷ୍ଟର ନିରାକରଣ ପାଇଁ ଉତ୍ତମ ଅବସର ପ୍ରଦାନ କରିଛନ୍ତି।ଏହି ଦାୟିତ୍ୱ ପୂରଣ କରିବା ପାଇଁ ଯୋଗ୍ୟତା ମଧ୍ୟ ମତେ ଆପଣ ପ୍ରଦାନ କରିଛନ୍ତି।

ହେ ପ୍ରଭୁ !ମୋତେ ଏପରି ଶକ୍ତି ପ୍ରଦାନ କରନ୍ତୁ କି ଏହି ଉଦ୍ଦେଶ୍ଯକୁ ମୁଁ ଯେପରି ସଂପୂର୍ଣ୍ଣ ନିଷ୍ଟାର ସହିତ କରିପାରିବି।

ପ୍ରକୃତ ପକ୍ଷେ ଆପଣହିଁ ସ୍ୱୟଂ କଷ୍ଟ ଗୁଡିକର ନିରାକରଣ କରନ୍ତି।ତଥା ସମସ୍ତ ସୁଖର ଉତ୍ସ ଅଟନ୍ତି।ମୁଁ ତ କେବଳ ଏକ ମାଧ୍ୟମ ମାତ୍ର ଅଟେ ।

ହେ ପ୍ରଭୁ ! ମୋର ରୋଗୀ ଓ ବିଭିନ୍ନ କଷ୍ଟରେ ଜୀବନ କାଟୁଥିବା ପ୍ରତ୍ୟେକଙ୍କ ପ୍ରତି ସଦା ସର୍ବଦା ଆପଣ ଦୟା ଦୃଷ୍ଟି ରଖିଥାନ୍ତୁ।

ଏହାହିଁ ଜଣେ ପ୍ରକୃତ ଡାକ୍ତର ଚାହିଁଥାଏ ।କିନ୍ତୁ ବର୍ତ୍ତମାନ ସମାଜରେ ଯେଉଁ ନକଲି ଡାକ୍ତର ଚିକିତ୍ସା ସେବା ନାମରେ ନିଜର ବ୍ୟବସାୟିକ ସ୍ୱାର୍ଥ ସାଧନ କରୁଛନ୍ତି, ସେମାନେ ସମାଜ ପାଇଁ କେବଳ କଳଙ୍କ ନୁହଁନ୍ତି।ବରଂ ଜଣେ ଜଣେ ଅପରାଧି।ଏହି ଅପରାଧି ମାନଙ୍କୁ ଜଣେ ଅପରାଧିହିଁ ବିଶ୍ୱାସ ଓ ଭରସା କରିଥାଏ।ସ୍ୱାସ୍ଥ୍ୟ ସେବା ନାମରେ ଯେଭଳି ନକଲି ଓ କ୍ୱାକ୍ ମାନଙ୍କ ଦୌରାତ୍ମ୍ଯ ବଢ଼ି ଚାଲିଛି ତାହା ଓଡିଶା ପ୍ରତି ଆଗକୁ ବଡ ବିପଦ।ଏହି ଶ୍ରେଣୀର ଲୋକ ନିଜକୁ ସମାଜର ବଡ ଡାକ୍ତର ଭାବେ ଅବିହିତ କରି ଜଣେ ଯୋଗ୍ୟତା ପ୍ରାପ୍ତି ଡାକ୍ତରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛେଇନଥାନ୍ତି।ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ କୌଣସି ସାଧାରଣ ଜ୍ଞାନ ନଥିବା ଏହି କ୍ୱାକ୍ ଓ ଔଷଧ ଦୋକାନ ମାଲିକ ମାନେ ସରକାରୀ କଟକଣାକୁ ଭୃକ୍ଷେପ ନକରି ଯେଉଁ ଭଳି ଚିକିତ୍ସା କରୁଛନ୍ତି ତାହା ରାଜ୍ୟ ସରକାରଙ୍କ ଅସହାୟତା ଅବା ଦକ୍ଷତା ବିହିନ ଶାସନ ବ୍ୟବସ୍ଥା କୁହାଯିବ।ସ୍ୱାସ୍ଥ୍ୟ ପାଇଁ କାମ କରୁଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଥାଇବି ଭାରତ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଏହି ନକଲି ଡାକ୍ତର,କ୍ୱାକ୍ ଅବା ଔଷଧ ଦୋକାନିଙ୍କ ପ୍ରତି ଏକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଭଳି ଏକ ଉଦାହରଣ ନାହିଁ ।ଅର୍ଥାତ୍ କୁହାଯିବ ରାଜ୍ୟ ସରକାରଙ୍କ ଏହା ବଡ ଦୁର୍ବଳତା ।

ଏହାବି ସତ ଯୋଗ୍ୟତା ଥାଇବି ଅନେକ ଡାକ୍ତର ବର୍ତ୍ତମାନ ଚିକିତ୍ସା ସେବା ଠାରୁ ଦୂରେଇ ରହିଛନ୍ତି।ଏଭଳି ଅନେକ ପରିସ୍ଥିତି କୁ ସେମାନେ ଦାୟି କରିଛନ୍ତି।ଲକ୍ଷ ଓ ସାଧନା ଉପରେ ଅତ୍ୟଧିକ ହସ୍ତକ୍ଷେପ, ବ୍ୟକ୍ତିଗତ ସ୍ୱାର୍ଥ ସାଧନ,ଅଜ୍ଞାନି ପରି ବ୍ୟବହାର,ଲାଭଖୋର ମନୋବୃତ୍ତି, ଗୁଣବତ୍ତା ନଥିବା ଔଷଧର ବ୍ୟବହାର ଏମାନଙ୍କ ପାଇଁ ସର୍ବସ୍ୱ ହୋଇଯାଇଛି।

ବର୍ତ୍ତମାନକୁ ଚିକିତ୍ସା ଠାରୁ ପ୍ରତିକାରାତ୍ମକ ବ୍ୟବସ୍ଥା ଓ ସଚେତନତା ଏକ ବଡ ପିଲର ହୋଇଥିବାରୁ ଏଦିଗ ପ୍ରତି ଯଥେଷ୍ଟ ସମୟ ଦେବାକୁ ହେବ।ଚିକିତ୍ସା ଠାରୁ ପ୍ରତିକାର ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ ଆହ୍ୱାନ ହୋଇ ଠିଆ ହୋଇଛି।ଯାହାକି ଏହି ଲେଖକକୁ ଏହା ବେଶ୍ ପ୍ରଭାବିତ କରିଛି।ଏପରିକି ବିଶ୍ୱାସବି ରଖୁଛି ରୋଗ ହେବା ଅପେକ୍ଷା ଏହାର ନିରାକରଣ ପାଇଁ ପୁର୍ବ ପ୍ରସ୍ତୁତି ପାଇଁ ଆମ ମାନଙ୍କ ଜ୍ଞାନ ଉଦୟ ହେବା ଉଚିତ୍।

ଆଉ ଏ ସବୁ ମୁଁ ଶିକ୍ଷା ଲାଭ କରିଛି ମୋ ପ୍ରତିଟି କର୍ମମୟ କ୍ଷେତ୍ରରୁ। ଯେଭଳି ଗଜପତି ଜିଲ୍ଲାର ମୋହନା,ସମ୍ବଲପୁର ଜିଲ୍ଲାର ମେଘପାଳ,ମାଲକାନଗିରି ଜିଲ୍ଲାର ବଣ୍ଡାହିଲ୍ସ କୁହାଯାଉଥିବା ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତ ସ୍ୱାଭିମାନ ଅଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ଅଞ୍ଚଳର ଜାନବାଈ ଓ କୋଭିଡ୍ ସମୟରେ ସମ୍ବଲପୁର ବସ୍ତି ଅଞ୍ଚଳର ଚିକିତ୍ସା ସେବା ମତେ ଅନେକ ଶିକ୍ଷା ଦେଇଛି।ଲକ୍ଷାଧିକ ରୋଗୀଙ୍କୁ ସେବା ଦେଇ ଗୋଟିଏ କଥା ଶିଖିବାକୁ ପଡିଲା ରୋଗ ଠାରୁ ଦୂରେଇ ରହିବାକୁ ପ୍ରତିକାରାତ୍ମକ ବ୍ୟବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ।ତାହାହିଁ ବର୍ତ୍ତମାନ ମୋ ଜୀବନର ଚାବିକାଠି।

ଚିକିତ୍ସା ଠାରୁ ବର୍ତ୍ତମାନ ଜଣେ ଡାକ୍ତର ଭାବେ ମୁଁ ଖୁସୀଯେ,ମୋ ପାଖକୁ ଆଉ ରୋଗୀ ନଆସନ୍ତୁ।ବରଂ ଏହାର ନିରାକରଣ ପାଇଁ ପ୍ରଭୁ ମତେ ଯଥେଷ୍ଟ ଶକ୍ତି ପ୍ରଦାନ କରନ୍ତୁ ଓ ରୋଗର ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ଜନଚେତନା କୁ ସମସ୍ତେ ଉପଲବ୍ଧି କରି ନିରୋଗ ଜୀବନ ଯାପନ କରନ୍ତୁ। ମୋ କଥା ଶୁଣନ୍ତୁ ଖାଦ୍ୟ ପେୟରେ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଦିନ ଓ ରାତ୍ର ଚର୍ଯ୍ୟାକୁ ଆପଣେଇ ସକାଳ ସନ୍ଦ୍ୟାରେ ବ୍ୟାୟାମ,ଯୋଗ ବା ଶାରୀରିକ ପରିଶ୍ରମ କରି ଦିନ ସାରା ଜ୍ଞାତି ବନ୍ଧୁ ପରିଜନ ସହିତ ହସ ଖୁସୀରେ ସମୟ ବିତାନ୍ତୁ।ଏହି କୌଶଳ ଜୀବନ ପାଇଁ ବେଶୀ ସହଜ ଓ ସରଳ ହୋଇଯିବ।ଯାହାକି ଜୀବନ ପାଇଁ ଅମୂଲ୍ୟ ବରଦାନ ସଦୃଶ କୁହାଯିବ।ଆଜିର ଡାକ୍ତର ଦିବସରେ ଆପଣ ମାନଙ୍କ ଠାରେ ମୋର ଏହି ଅର୍ଦ୍ଦଳି ଓ ଅନୁରୋଧ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।ଦିନ ଓ ରାତ୍ର ଚର୍ଯ୍ୟାକୁ ନିୟମ ମୁତାବକ ପାଳନ କରନ୍ତୁ।ଏତିକି ନିବେଦନ କାର୍ଯରେ ଆସିଲେ ଭାବୁଛି ମୋ ଡାକ୍ତରୀ ଜୀବନ ସାର୍ଥକ ହେବ। ସମାଜରେ ନିରୋଗ ସ୍ୱାସ୍ଥ୍ୟର ଏକ ବିକିରଣ ପ୍ରସ୍ଫୁଟିତ ହୋଇ ସାରା ଦୁନିଆଁ ହସିବ।

ଫୋନ:୯୪୩୭୪ ୦୫୪୫୫ ଓ ୭୯୭୮୩ ୮୦୧୨୦