ରତ୍ନବେଦୀକୁ ଫେରିଲେ ତିନି ଠାକୁର

ରତ୍ନବେଦୀକୁ ଫେରିଲେ ତିନି ଠାକୁର
ବୁଗୁଡା : ତା ୩୦/୦୬/୨୩ : ଆଜି ରତ୍ନବେଦୀକୁ
ଫେରିଛନ୍ତି ତିନି ଠାକୁର । ପବିତ୍ର ହେରା ପଞ୍ଚମୀ ଦିନ ମଝି ଦାଣ୍ଡରେ ଅଟକି ଥିବା ରଥକୁ ଭକ୍ତଙ୍କ ଗହଣରେ ଟଣା ହୋଇ ମନ୍ଦିର ପର୍ଯ୍ୟନୁ ଅଣାଯାଇଥିଲା ।
ଆଜି ସକାଳେ ମଙ୍ଗଳ ଆଳତି, କାଠି ଆଳତି, ଠାକୁରଙ୍କୁ
ପୁରୁଷସୁକ୍ତ ମନ୍ତ୍ରରେ ସ୍ନାନ ପରେ ବାଳ ଭୋଗ ଏବଂ
ମହାଲକ୍ଷ୍ମୀଙ୍କ ଅନ୍ନଭୋଗ କାର୍ଯ୍ୟ ସମ୍ପନ୍ନ ହୋଇଥିଲା | ମହାଲକ୍ଷ୍ମୀ ଭେଟ, ମାଉସୀ ମା’ ପୋଡ଼ପିଠା ଭୋଗ ପରେ ରଥ ପରିକ୍ରମା କରି ମହାଲକ୍ଷ୍ମୀ ଚାହାଣି ମଣ୍ଡପରେ ବିଜେ କରିଥିଲେ । ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ରଥ ସିଂହଦ୍ବାର ନିକଟରେ ପହଞ୍ଚି ଥିଲା । ସନ୍ଧ୍ୟା ଆଳତି ପରେ ଅଧରପଣା କାର୍ଯ୍ୟର ସମାପ୍ତି ପରେ ତିନି ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ମହାଲକ୍ଷ୍ମୀ କବାଟ କିଳି ଦେଇଥିଲେ । ଏହାପରେ ଗୁଣ୍ଡିଚା ବିଜେ ପୁରାଣ ପାଠ ହୋଇଥିଲା । ପ୍ରଥମେ ବଳଦେବ ଏବଂ ଦ୍ୱିତୀୟରେ ଜଗନ୍ନାଥ ଓ ସୁଭଦ୍ରା ଲକ୍ଷ୍ମୀଙ୍କୁ ଭେଟି ତାଙ୍କର ମାନ ଭଞ୍ଜନ ପରେ ତିନି ଠାକୁର ସିଂହାସନ ଆରୋହଣ କରିଥିଲେ । ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣପରିଚାଳନା କରିଥିଲେ । । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ ।