ସକାଳର ଖବର

*╭───────────────────╮*
*🌄ସକାଳର ଖବର, ୩୦-ଜୁନ-୨୦୨୩, ଶୁକ୍ରବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସୁନାବେଶ ରେ ଝଲସିଲେ ରଥାରୂଢ଼ ଶ୍ରୀବିଗ୍ରହ, ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦେଲେ ଦର୍ଶନ l ଆଜି ରଥ ଉପରେ ଅଧରପଣା ନୀତି ହେବ ସମ୍ପନ୍ନ l ତିନୋଟି ବଡ ମାଟି ହାଣ୍ଡିରେ ପଣା ଭୋଗ ହୋଇ ପରେ ସେହି ମାଟି ହାଣ୍ଡିକୁ ସେହିଠାରେ ଭାଙ୍ଗି ଦିଆଯିବ।
➡️୨-ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡାଯାତ୍ରାର ପ୍ରଥମଦିନରେ ୨ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ବଡଦାଣ୍ଡରେ ଗଡିଲା ଜଗନ୍ନାଥ ଓ ଶୁଭଦ୍ରାଙ୍କ ରଥ l
➡️୩-ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଇଦ୍-ଉଲ୍-ଜୁହା ପର୍ବକୁ ଆନନ୍ଦ ଉଲ୍ଲାସରେ କଲେ ପାଳନ l
➡️୪-ଆସନ୍ତା ଶନିବାରଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଅମରନାଥ ଯାତ୍ରା, ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ବ୍ୟାଚ୍ର ତୀର୍ଥଯାତ୍ରୀ l ଏହା ଯାତ୍ରା ୬୨ ଦିନ ବ୍ୟାପୀ ଚାଲିବ ।
➡️୫-ଆଷାଢରେ ପରିବା ଦେହରେ ହାତ ମାରିବାକୁ ଡର ଲାଗିଲାଣି l ବଜାରରେ ୬୦ ତଳକୁ ମିଳୁନି କିଛି ବି ପରିବା l
➡️୬-ଚାନ୍ଦବାଲିରେ ଘର ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ l
➡️୭-୫-ଟି ସଚିବଙ୍କ ଗସ୍ତ ପରେ, ଭଦ୍ରକ ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ହେଲା ମଂଜୁର l
➡️୮-ଜଗତସିଂହପୁର ଜିଲ୍ଲାର ୭୦ଟି ଯୁକ୍ତ-୨ ଓ ଯୁକ୍ତ-୩ କଲେଜକୁ 5Tରେ ରୂପାନ୍ତର କରାଯିବ । ମିଳିବ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ସୁବିଧା । ନୂଆ ବର୍ଷରେ ନୂଆ କ୍ଲାସରୁମରେ ପାଠ ପଢିବେ ପିଲା l
➡️୯-ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ “ଦେଖିବା ନିତି, ହେବା ଲକ୍ଷପତି” ପ୍ରୋଗ୍ରାମ ରେ ମେଗା ବିଜେତା ହେଲେ କାବେରୀ ନାୟକ l
➡️୧୦-କାଳିଆ ପିନ୍ଧୁଛି ପୁରୁଣା ସୁନା । ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗୁନି କହିଲେ, ଭଣ୍ଡାରରେ ରହିଛି ଶଗଡ଼ ଶଗଡ଼ ସୁନା l
➡️୧୧-ସୁନାବେଶ ଦର୍ଶନ ହେଲା ଶେଷ ଦର୍ଶନ। ଅସହ୍ୟ ଭିଡ଼ରେ ଅଣ ନିଃଶ୍ୱାସୀ ହୋଇ ଚାଲିଗଲା ଭୁବନେଶ୍ୱରର ଶରତ ଚନ୍ଦ୍ର ବାରିକଙ୍କ ଝିଅ ସଂଘମିତ୍ରା ବାରିକ।
➡️୧୨-ମଣିପୁର ରିଲିଫ କ୍ୟାମ୍ପରେ ପହଞ୍ଚି ସ୍ଥିତି ପରଖି ପିଲାଙ୍କ ସହ ଲଞ୍ଚ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି।
➡️୧୩-ଏଣିକି ଜିନ୍ସ ଓ ଟି-ସାର୍ଟ ପରି କାଜୁଆଲ ପୋଷାକ ପରିଧାନ କରି କାର୍ଯ୍ୟାଳୟ ଆସିପାରିବେ ନାହିଁ ବିହାର ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ । କେବଳ ଫର୍ମାଲ ଡ୍ରେସରେ କାର୍ଯ୍ୟାଳୟ ଆସିବା ପାଇଁ ଜାରିହେଲା ନିର୍ଦ୍ଦେଶାବଳି l
➡️୧୪-ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକ ଶିମଳା ପରିବର୍ତ୍ତେ କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁରେ ଆସନ୍ତା ମାସ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ।
➡️୧୫-ଲୋକପ୍ରିୟ ଟିଭି ଅଭିନେତ୍ରୀ ଚାହାତ ପାଣ୍ଡେ ଆପ୍ରେ ମିଶିଲେ l
➡️୧୬-ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ତାମିଲନାଡ଼ୁର ବିଜୁଳି ଓ ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବେ ଜେଲରେ l କ୍ୟାବିନେଟରୁ ହେଲେ ବହିଷ୍କାର l
➡️୧୭-ୟୁକ୍ରେନର ଲୋକପ୍ରିୟ ପିଜ୍ଜା ରେଷ୍ଟୁରାଣ୍ଟ ଉପରେ ଋଷର ମିସାଇଲ ମାଡ; ୧୧ ଜଣଙ୍କ ମୃତ୍ୟୁ, ୬୦ ଜଣ ହେଲେ ଗୁରୁତର l
➡️୧୮-ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ l
➡️୧୯-ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ଏସୀୟ କ୍ରୀଡ଼ାକୁ ତା’ର ପୁରୁଷ ଓ ମହିଳା ଟିମ୍ ପଠାଇବା ନେଇ ଜୁଲାଇ ୭ରେ ହେବାକୁ ଥିବା ଆପେକ୍ସ କାଉନ୍ସିଲ୍ ବୈଠକରେ ନିଷ୍ପତ୍ତି ନେବ ।
➡️୨୦-ଅଜିତ୍ ଅଗରକର ହୋଇ ପାରନ୍ତି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା, ମିଳିଲା ବଡ଼ ସଙ୍କେତ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଗରୁଡ଼ ଶୟନ ll*
*🔅ଆଜି ଶ୍ରୀ ଜିଉଙ୍କ ଅଧରପଣା ll*
*🔅ଆଜି ବିଶ୍ୱ ମିଡିଆ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ସଂସଦୀୟ ଦିବସ ll*
*🔅ଆଜି ପାଣିପାଗ ଦିବସ ll*
*🔅ଆଜି ଜାତୀୟ ସୋଡା ଆଇସ୍କ୍ରିମ୍ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*