March 10, 2026

ଯୁକ୍ତ ଦୁଇ କଳାରେ ସୋନମ ପ୍ରଧାନ ବେଲଗୁଣ୍ଠା ବ୍ଳକ୍ ଟପର୍

IMG-20250530-WA0037
Share

 

 

ବେଲଗୁଣ୍ଠା,୩୦/୦୫, କିଛି ଦିନ ତଳେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଳା ବିଭାଗରେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୋନମ ପ୍ରଧାନ ସମଗ୍ର୍ ବେଲଗୁଣ୍ଠା ବ୍ଳକ୍ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି I ସୋନମ ମୋଟ୍ ୬୦୦ ନମ୍ବର୍ ରୁ ସର୍ବାଧିକ ୫୧୨ ନମ୍ବର୍ ରଖି ଏହି ସଫଳତା ହାସଲ କରିଛନ୍ତି I ସୋନମ ହେଉଛନ୍ତି ଗୋବରା ନିକଟସ୍ଥ ଗୁଣ୍ଠପଲ୍ଲବା ଗ୍ରାମର ଦିଲ୍ଲୀପ ପ୍ରଧାନ ଏବଂ ରଶ୍ମିତା ପ୍ରଧାନଙ୍କ ସୁପୁତ୍ରୀ I ସେ ଜଣେ ସାଧାରଣ ଗରିବ ଚାଷୀ ପରିବାରର ଝିଅ ହୋଇଥିବା ବେଳେ କୌଣସି ଟ୍ୟୁସନ୍ କୁ ନଯାଇ ନିଜ ଘରେ ଦୈନିକ ୧୦/୧୨ ଘଣ୍ଟା ପାଠ ପଢି ନିଜସ୍ବ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି I ସୋନମ ନିଜ ସଫଳତାର ଶ୍ରେୟ ନିଜ ପିତାମାତା ଏବଂ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକାଙ୍କୁ ପ୍ରଦାନ କରିଛନ୍ତି I ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି I ସୋନମଙ୍କ ଏହି ସଫଳତା ପାଇଁ କଲେଜ୍ ଅଧ୍ୟକ୍ଷ ମାମା ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ