ଆଜିର ଖବର..

୧-୨୦୦ କୋଟିର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠିତ। ନିର୍ମାଣ ହେବ ଅସ୍ମିତା ଭବନ,ପାଇକ ବିଦ୍ରୋହ ସ୍ମାରକୀ।
୨-ଭୁବନେଶ୍ୱର:ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସ୍ବତନ୍ତ୍ର ଗଣିତ ଓ ବିଜ୍ଞାନ ଶିକ୍ଷା,୮ ହଜାର ବିଦ୍ୟାଳୟରେ ହେବ କାର୍ଯ୍ୟକାରୀ।
୩-ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୪-ଭୁବନେଶ୍ୱର:ସବୁ ଋତୁରେ ପରିବା, ଫଳ, ମସଲା ଓ ଛତୁ ମହଙ୍ଗା,ଚାହିଦା ପୂରଣ ପାଇଁ ବାହାର ରାଜ୍ୟ ଭରସା।
୫-ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ।
୬-ଜୁନ୍ ପହିଲାରେ ସରିବ ସ୍ନାତକ ଆବେଦନ।SAMS ପୋର୍ଟାଲରେ ଆବେଦନ କରାଯାଉଛି।
୭-ଜୟପୁର:ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନ ଗିରଫ, ନାଁରେ ଥିଲା ୪ଲକ୍ଷ ଟଙ୍କା ପୁରସ୍କାର।
୮-ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର।୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର
୯-ବରଗଡ, ଅତାବିରା:ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ, ସ୍ବାମୀଙ୍କ ପାଇଁ ଖାଇବା ନେଇ ଯାଇଥିଲେ।
୧୦-କଡ଼ାକଡ଼ି ହେବ ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍ ରୁଲ୍ସ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍-ବି ଓ ଉପରିସ୍ଥ ଅଧିକାରୀ ।
୧୧-ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
୧୨-ପାରଳାଖେମୁଣ୍ଡି:ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ ଓ ବରିଷ୍ଠ ସହାୟକ ନରେଶ ପଟ୍ଟନାୟକ, ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।
୧୩-ରଜ ଉପଲକ୍ଷେ ମୁକ୍ତିଲାଭ କରିବ ‘ଫାଷ୍ଟ ଲଭ୍’,ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ।
୧୪-ଭୁବନେଶ୍ୱର:ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ।
୧୫-ପୁରୀ ସଦର ସମଙ୍ଗରା ଗାଁ:ନିଶା ଖାଇବା ପାଇଁ ଦେଲାନି ପଇସା, ପୁଅର ଫାଉଡା ଚୋଟରେ ମାଆ ମୃତ।
୧୬-ସୁନ୍ଦରଗଡ଼ ବାଙ୍କୋ ପଥର ଖଣି:କିଏ ଲୁଟିନେଲା ୪ ଟନ ବିସ୍ଫୋରକ, ୪୮ ଘଣ୍ଟା ପରେ ବି ଟେର୍ ପାଉନି ପୋଲିସ।
୧୭-ବିସ୍ଫୋରକ ଲୁଟ ସ୍ଥଳରେ ଏନଆଇଏ ଟିମ, ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟର ତଦନ୍ତ ଆରମ୍ଭ କରିଛି।
୧୮-ହୋମଗାର୍ଡ ଚାକିରି ଆଶାୟୀ ସୁଲନ୍ତ ମିଶାଲଙ୍କ ମୃତ୍ୟୁ,୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୧୯-ପାଟଣା ବନାଞ୍ଚଳ:ଗାଁ ମୁହାଁ ହୋଇ ୬ଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି ହାତୀ ପଲ।
୨୦-୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ, ମାଡ଼ି ବସିଲା CBI।
୨୧-କ୍ବାଲିଫାୟାର ୨ ଖେଳିବା ଲକ୍ଷ୍ୟରେ ଗିଲ୍ -ହାର୍ଦିକ। ଗୁଜୁରାଟ- ମୁମ୍ବାଇ ଏଲିମିନେଟର ଆଜି।
୨୨-ମେ ୩୧ରେ ପୁଣି ମକ୍ ଡ୍ରିଲ୍: ପାକିସ୍ତାନ ସୀମାବର୍ତ୍ତି ରାଜ୍ୟ ସମେତ ୬ଟି ସ୍ଥାନରେ ହେବ ସୁରକ୍ଷା ଅଭ୍ୟାସ।
୨୩-ରାଜନୀତିରେ ମସ୍କଙ୍କ ସମ୍ପୃକ୍ତିକୁ ଟ୍ରମ୍ପଙ୍କ ବିରୋଧ, ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ୍ ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*