September 29, 2024

କୃତୀଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ବଡ଼ ମଣିଷ ଅପେକ୍ଷା ଭଲ ମଣିଷ ସମାଜ ପାଇଁ ଜରୁରୀ -ଡ଼ ଅରୁଣ ପାଣି ….

Share

        ଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ବଜାର ରେ ଥିବା ସକ୍ସେସ କୋଚିଂ ସେଣ୍ଟର ” ରେ ଚଳିତ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ କେଶବଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଜ୍ୟୋତିର୍ବିଦ ତଥା ସମାଜ ସୁଧାରକ ଡ଼ ଅରୁଣ କୁମାର ପାଣି ଯୋଗଦେଇ କହିଲେ ସଫଳତା ପାଇବା ପାଇଁ ପିତାମାତା, ଗୁରୁଜନ ଙ୍କ ଆଶ୍ରିବାଦ ସହ ଭଲ ମଣିଷ ଟିଏ ହେବା ଜରୁରୀ ! ପରିବର୍ତ୍ତିତ ସମାଜ ରେ ଛାତ୍ର ଗୁରୁ ସମ୍ପର୍କ ରେ ଦୂରତା କୁ ନେଇ ସେ କ୍ଷଭୋ ପ୍ରକାଶ କରିଥିଲେ ! ସମ୍ମାନୀୟ ଅତିଥି ଭାବେ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ସାହୁ, ମାଧବ ଚନ୍ଦ୍ର ପାଣି, ପ୍ରମୁଖ ଯୋଗଦାନ କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାବିନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ, ସହକାରୀ ଶିକ୍ଷକ ଲଷ୍ମୀଧର ପ୍ରଧାନ, ପ୍ରଶ୍ନଜିତ ସାହୁ, ମାନସୀ ସାହୁ, ହରପ୍ରିୟା ପଲାଇ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ! ପ୍ରଥମ ହୋଇଥିବା କୃତୀଛାତ୍ରୀ ମାନସୀ ମୋନାଲିସା ମୁଦୁଲି, ପ୍ରିୟଙ୍କା ପ୍ରିୟୟଦର୍ଶିନୀ ସାହୁ, ଦେବାଶିଷ ମାହାଳି, ପ୍ରମୁଖ ୩୦ ଜଣ ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ! (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )