November 16, 2024

ଗଞ୍ଜାମ ଏନଏସି —କନିଷ୍ଟଯନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ଥାନାରେ ଦୁଇଟି ମାମଲା ରୁଜୁ, ଚାପରେ ଏନଏସି କର୍ମଚାରୀ

Share

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରରେ ଚାଲିଛି ଜୋର ଜର ମୂଳକ ତାର ଉନ୍ନତି ମୂଳକ କାର୍ଯ୍ୟ କୁ ବନ୍ଦ କରିବାକୁ ଯାଇ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଏନଏସି ଇଓ ଙ୍କ କାର୍ଯ୍ୟାଳୟରେ ପଶି କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିବା କନିଷ୍ଠ ଯନ୍ତ୍ରୀ ଓ କାର୍ଯ୍ୟନିବ୍ରାହୀ ଅଧିକାରୀ ମିଳିତ ଭାବେ ଗତକାଲି ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଥିବା ଜଣା ପଡିଛି l କନିଷ୍ଠ ଯନ୍ତ୍ରୀଙ୍କ ଏତଲା ପରେ ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ପାଲଟା ଏତଲା ହୋଇଥିବା ଜଣା ପଡିଛି l ଫଳରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ କେଶ ନ 138/139/23 ଦୁଇଟି ମାମଲା ରୁଜୁ କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ବେହେରା କହିଛନ୍ତି l ଘଟଣା ପରେ ଏନଏସି କର୍ମଚାରୀ ସମ୍ପୂର୍ଣ ଭାବେ ଚାପରେ ଥିବା ଦେଖିବାକୁ ମିଳିଛି l ଭୟଭୀତ ହୋଇ ପଡିଛନ୍ତି ଏନଏସି ଷ୍ଟାଫ l ଘଟଣା ପରେ କୌଣସି ଅଫିସର କିମ୍ବା କର୍ମଚାରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଖିବାକୁ ଫିଲଡକୁ ଯାଇ ନଥିବା ଜଣା ପଡିଛି l ଯାହା ଫଳରେ ସହରର ଉର୍ନତିକରଣ କାର୍ଯ୍ୟ ପୁରାପୁରି ଠପ ହୋଇ ଯାଇଛି l ଅନ୍ୟପଟେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦୃଢ ନିନ୍ଦା କରିଛନ୍ତି l ଗଞ୍ଜାମ ସହରର ଡେଭଲମେଣ୍ଟ କାର୍ଯ୍ୟକୁ ରାଜନୀତିକରଣ ନ କରାଯାଉ ବୋଲି ମତ ପ୍ରକାଶ ପାଇଛି l ପ୍ରକାଶ ଯୋଗ୍ୟ ଗତ ସୋମବାର
କନିଷ୍ଟ ଯନ୍ତ୍ରୀ ପଣ୍ଡା ଇଓଙ୍କ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଙ୍କ ସହ କୌଣସି ପ୍ରକଳ୍ପ କାର୍ଯ୍ୟ ଉପରେ ଆଲୋଚନା କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସେଠାକୁ ଯାଇ ଅଂଶୀଳ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ l କନିଷ୍ଠ ଯନ୍ତ୍ରୀ ପଣ୍ଡା ଇଓ ଅବିନାଶ ମିଶ୍ରଙ୍କୁ ଅବଗତ କରିବା ପରେ ଇଓ ମିଶ୍ରଙ୍କ ସମେତ ସମସ୍ତ ଷ୍ଟାଫ ଥାନାକୁ ଯାଇ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ l ତଦନ୍ତ କରାଯାଇ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାନଯାଏ ତାହା ହେଲେ ସମସ୍ତ ଷ୍ଟାଫ କାଲି କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି l

You may have missed