November 16, 2024

ପୂର୍ବତନ ରାଜ୍ୟପାଳଙ୍କ ୨୩ତମ ପୁଣ୍ୟ ତିଥି ଓ ପ୍ରତିଭା ସମ୍ବର୍ଦ୍ଧିତ

Share

 

 

ବୋଲଗଡ଼,୩୦/୪(ଉପାନ୍ତ ଓଡିଶା):ପୂର୍ବତନ ରାଜ୍ୟପାଳ

ତଥା ବିଶିଷ୍ଠ ଜନନେତା ସ୍ବର୍ଗତ ଚିନ୍ତାମଣି ପାଣିଗ୍ରାହୀଙ୍କ ୨୩ତମ ପୁଣ୍ୟ ତିଥି ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ସମାଜସେବୀ ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଶନିବାର

ସ୍ଥାନୀୟ ନନ୍ଦିଘୋଷ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ

ଜଗନ୍ନାଥଙ୍କର ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏହି ପୁଣ୍ୟ ତିଥିରେ ସଂମ୍ମାନୀତ ଅତିଥି ଭାବେ ସମାଜସେବୀ ବୈକୁଣ୍ଠ ନାଥ ମହାପାତ୍ର ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭାପତି ରବୀନ୍ଦ୍ର କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବିତ ହରିବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରି ପୂର୍ବତନ ରାଜ୍ୟପାଳ ଚିନ୍ତାମଣି ପାଣିଗ୍ରାହୀଙ୍କ ଜୀବନୀ

ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ସମସ୍ତ ନିମନ୍ତ୍ରିତ ଅତିଥିମାନେ ବରିଷ୍ଠ ଜନନେତା ସ୍ବର୍ଗତ ଶ୍ରୀ ପାଣିଗ୍ରାହୀଙ୍କ ଅତୀତ ଜୀବନର ଅଭୁଲା ସୃତିକୁ ମନେପକାଇ ଶ୍ରୁତି ଚାରଣ

କରିଥିଲେ।ଚିନ୍ତାମଣି ପାଣିଗ୍ରାହୀ ଟ୍ରଷ୍ଟ ପକ୍ଷରୁ ବିଭିର୍ଣ୍ଣ ଉଲ୍ଲେଖନୀୟ ପ୍ରତିଭା ନିମନ୍ତେ କାର୍ଯ୍ୟକ୍ରମ ପାଇଁ ,ରମେଶ ଚନ୍ଦ୍ର ସାହୁ,ସ୍ନିଗ୍ଧା ସନ୍ଧ୍ୟା ରାଣୀ ଦାଶ,ଶିକ୍ଷାବିତ ରାଜ କିଶୋର ବ୍ରହ୍ମା,ଡ଼,କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,କବି ବଂଶୀଧର ପଣ୍ଡା,ଯଦୁ ନାଥ ସାମନ୍ତରାୟ ପ୍ରମୁଖଙ୍କ ସମେତ ୪୭ଜଣ ବ୍ୟକ୍ତି ମାନଙ୍କୁ ଉତ୍ତରୀୟ,

ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ ସଂଯୋଜନା କରି ପରିଚାଳନା କରିଥିଲେ।ପରିଶେଷରେ ସ୍ବର୍ଗତ ପାଣିଗ୍ରାହୀଙ୍କ ପୁତ୍ର ତଥା ଟ୍ରଷ୍ଟି ମାନେଜିଙ୍ଗ ବିବେକାନନ୍ଦ ପାଣିଗ୍ରାହୀ(ମୁନା) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ

କରିଥିଲେ।

 

 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)