November 16, 2024
Share

*╭───────────────────╮*
*🌄ସକାଳର ଖବର, ୩୦-ଏପ୍ରିଲ-୨୦୨୩, ରବିବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ପୂର୍ବାହ୍ଣ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ର ୧୦୦ତମ ଏପିସୋଡ୍ ଦେଶର ୪ ଲକ୍ଷ କେନ୍ଦ୍ରରୁ ପ୍ରସାରିତ ହେବ l

➡️୨-ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ପ୍ରଶାସନିକ ଅଧିକାରୀ ରଞ୍ଜନ ଦାସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର ।

➡️୩-ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ର ପରୀକ୍ଷା ଫଳ l ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୌଣ୍ଡନ୍ୟ ହେଲେ ଟପ୍ପର l ଭୁବନେଶ୍ୱରର ପ୍ରିୟଙ୍କା ସର୍ ୯୯.୯୮୫୪ ପର୍ସେଣ୍ଟାଇଲ୍ ନମ୍ବର ରଖି ହେଲେ ରାଜ୍ୟ ଟପ୍ପର l

➡️୪-ଏଣିକି ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ପ୍ରସବ କରାଗଲେ ସ୍ୱାସ୍ଥ୍ୟ ବିଭାଗକୁ ଜବାବ୍‌‌ ଦେବାକୁ ହେବ। ପ୍ରକୃତରେ ଅସ୍ତ୍ରୋପଚାର ଆବଶ୍ୟକ ଥିଲା କି ନାହିଁ ତାହା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ l

➡️୫-ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ଆହୁରି ସହଜ ଓ ସରଳ ହେବ। ଏନେଇ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆପ୍‌ ‘ଆମ ଲିପି’ ପ୍ରସ୍ତୁତ କରୁଛନ୍ତି।

➡️୬-ଗେଲ୍ ଇଣ୍ଡିଆ ଲିମିଟେଡ ଶିଳ୍ପ କ୍ଷେତ୍ର ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଏନ୍‌ଜି ଗ୍ୟାସ ର ମୂଲ୍ୟ ମେ ପହିଲା ରୁ କମିବ l

➡️୭-ଦକ୍ଷିଣ ବଙ୍ଗୋପସାଗରରେ ମେ’ରେ ଆସୁଛି ଏକ ଲଘୁଚାପ, ଆହୁରି ୪ ଦିନ କାଳବୈଶାଖୀ l ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

➡️୮-ଦିଲ୍ଲୀ ରେ ଏଣିକି କାର୍ଯ୍ୟାଳୟରେ ନିଶ୍ଚିତ ହୋଇଥିବା ସମୟ ଠାରୁ ଅଧିକ କାମ କଲେ ମିଳିବ ଦ୍ବିଗୁଣା ପାରିଶ୍ରମିକ l ଦିଲ୍ଲୀ ସରକାର ଆଣିଲେ ନୂତନ ନୀତି l

➡️୯-ଜମୁଛି କର୍ଣ୍ଣାଟକ ନିର୍ବାଚନ ପ୍ରଚାର । ବେଙ୍ଗାଲୁରରେ ମୋଦୀଙ୍କ ମାରାଥନ ରାଲି, ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ l

➡️୧୦-ଫିଲ୍ମ ‘PS-2’କୁ ଦର୍ଶକଙ୍କ ଠାରୁ ମିଳୁଛି ଜବରଦସ୍ତ ରେସପନ୍ସ, ୟୁଜର୍ସ କହିଲେ- ବାହୁବଳୀ ଠାରୁ ଫିଲ୍ମ ଟି ବହୁତ ଭଲ l

➡️୧୧-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏଣିକି ଚୀନ ପରେ ଭାରତରେ ଅଛନ୍ତି ସବୁଠୁ ଅଧିକ ବୁଲା କୁକୁର, ୨୨ ଟି ରାଜ୍ୟରେ ବଢିଛି ସଂଖ୍ୟା l

➡️୧୨-ଦାନ୍ତେୱାଡ଼ା ମାଓ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଦୁଇ ମାସ ପୂର୍ବରୁ ମାଟିତଳେ ବିସ୍ଫୋରକ ପୋତିଥିଲେ ନକ୍ସଲ l

➡️୧୩-ସାମାଜିକ ଗଣମାଧ୍ୟମର ନିୟମ ଉଲ୍ଲଂଘନ ଅଭିଯୋଗରେ ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI ) ଏବଂ ଏନ୍‌ଡିଟିଭିର ଆକାଉଣ୍ଟ ବନ୍ଦ କଲା ଟ୍ବିଟର l

➡️୧୪-କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ଧାରଣାସ୍ଥଳରେ ପହଁଚିଲେ ପ୍ରିୟଙ୍କା ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲ, ନେତା କହିଲେ ଦେଶ ପାଇଁ ଗୌରବ ଆଣୁଥିବା କୁସ୍ତିଯୋଦ୍ଧାଙ୍କ ସମସ୍ୟା ଶୁଣୁନାହାଁନ୍ତି ସରକାର l

➡️୧୫-ହିଣ୍ଡେନବର୍ଗ ରିପୋର୍ଟ ଉପରେ ତଦନ୍ତ ପାଇଁ ଅଧିକ ୬ ମାସ ସମୟ ମାଗିଲା SEBI l

➡️୧୬-ଦେଶର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ଦାରିଦ୍ର‌୍ୟ ସ୍ଥିତିରେ ଥିବା ପାକିସ୍ତାନରେ ହୋଇପାରେ ନୋଟ୍‌ବନ୍ଦୀ l ପରାମର୍ଶଦେଲେ ଅର୍ଥନୀତିଜ୍ଞ l

➡️୧୭-ରୁଷ୍‌ ୟୁକ୍ରେନ ଉପରେ ରାତି ଅଧିଆ ପ୍ରଚଣ୍ଡ ଆକ୍ରମଣ ଜାରି, ୪ ଶିଶୁଙ୍କ ସମେତ ୨୫ ଜଣଙ୍କର ହେଲା ମୃତ୍ୟୁ l

➡️୧୮-ଆଇପିଏଲ୍‌, ୧୨ ପଏଣ୍ଟ ସହ ଶୀର୍ଷକୁ ଉଠିଲା ଗୁଜରାଟ ଟାଇଟାନ୍‌ସ l ଗତକାଲି କେକେଆର୍‌କୁ ୭ ୱିକେଟରେ ପରାସ୍ତ କଲା ଗୁଜରାଟ l

➡️୧୯-ଆଜି ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଏଫ୍‌ସି ତା’ର ଦ୍ବିତୀୟ IWL (ଇଣ୍ଡିଅନ୍‌ ମହିଳା ଲିଗ୍‌)ରେ କିକ୍‌ଷ୍ଟାର୍ଟ ଏଫ୍‌ସିକୁ ଭେଟିବ।

➡️୨୦-ଆଇପିଏଲ୍‌ ଗତକାଲି ସନ୍ଧ୍ୟା ମ୍ୟାଚ ରେ ଦିଲ୍ଲୀକୁ ୯ ରନ୍‌ରେ ହରାଇଲା ସନ୍‌ରାଇଜର୍ସ ହାଇଦରାବାଦ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ସଚ୍ଚୋଟତା ଦିବସ ll*
*🔅ଆଜି ହେୟାର ଷ୍ଟାଇଲ୍ ପ୍ରଶଂସା ଦିବସ ll*
*🔅ଆଜି ଯଶୋବନ୍ତ ଦାସ ଜୟନ୍ତୀ ll*
*🔅ଆଜି ଜାତୀୟ ପଶୁ ଆଡଭୋକେସୀ ଦିବସ ll*
*🔅ଆଜି ଜାତୀୟ ପୋଷା ପିତାମାତା ଦିବସ ll*
*🔅ଆଜି ଜାତୀୟ ପଶୁ ଚିକିତ୍ସା ଦିବସ ll*
*🔅ଆଜି ବ୍ୟାପୀ ପିନ୍ହୋଲ ଫଟୋଗ୍ରାଫି ଦିବସ ll*
*🔅ଆଜି ଜାତୀୟ କିସମିସ୍ ଦିବସ ll*

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*