April 1, 2025

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ..

Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପ୍ରଥମ ଥର କଳାହାଣ୍ଡି ଗସ୍ତ ନେଇ ଭବାନୀପାଟଣା ସହର ଅନ୍ତର୍ଗତ କୃଷ୍ଣନଗର ସ୍ଥିତ ପଡିଆରେ ଜିଲ୍ଲା ବି. ଜେ. ପି ତରଫରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସର ତତ୍ୱାବଧାନରେ ଭବ୍ୟ ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ଭବାନୀପାଟଣା ସହର ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାର ପଂଚାୟତ ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ ଏସ.ଏସ.ଜି ଗ୍ରୁପ, ଆଶାକର୍ମୀ ତଥା ବିଭିନ୍ନ ମହିଳା ସଂଗଠନର ସଦସ୍ୟା ତଥା ଅନ୍ତୋଦୟ ରାସନ କାର୍ଡଧାରୀ ମାନେ ଏହି ମହାସଭାରେ ଉପସ୍ଥିତ ହୋଇଥିଲେ। ଏହି ଆୟୋଜନରେ ପ୍ରାୟ ପଚିଶ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଦ୍ୟପେୟର ସୁବନ୍ଦୋବସ୍ତ କରାଯାଇଥିଲା। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଦିନ ପ୍ରାୟ ୧୧ ଟା ସମୟରେ ହେଲିକପ୍ଟର ଯୋଗେ ଭବାନୀପାଟଣା ପହଞ୍ଚିଥିଲେ। ସେ ପ୍ରଥମେ କଳାହାଣ୍ଡିର ଇଷ୍ଟଦେବି ମା ମାଣିକେଶ୍ବରୀଙ୍କ ଦର୍ଶନ କରିଥିଲେ, ଏହାପରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ଏଥିମଧ୍ୟରେ ବିରୋଧୀ ଦଳର କିଛି ଲୋକ ଏକ ବୋଲେରୋ ଯୋଗେ ଆସି କଳା ଫିତା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଆସିବା ନେଇ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ପୋଲିସ ସେମାନଙ୍କୁ କାବୁ କରିନେଇଥିଲେ।

ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ,ଜିଲ୍ଲାପାଳ, ଜିଲ୍ଲା ଆରାକ୍ଷୀ ଅଧିକାରୀ, ଧର୍ମଗଡ଼ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ଓ ସଭା ପରିଚାଳନା କରିଥିଲେ। ଏହାପରେ. ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଓଡିଶାରେ ସରକାରଙ୍କ ୯ ମାସର କାର୍ଯ୍ୟକାଳର ଉପଲବ୍ଧି ଉପରେ ସଭାରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ ଏବଂଆଗାମୀ ଦିନରେ ସରକାରଙ୍କ ନୂଆ ଯୋଜନା ଗୁଡିକ ବିଷୟରେ କହିଥିଲେ। ଏହି ନୂଆ ଯୋଜନା ଗୁଡିକ ମଧ୍ୟରୁ ରାଜ୍ୟରେ ପ୍ରଥମେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ କହିଲେ ରାଜ୍ୟର ସମସ୍ତ ଅନ୍ତୋଦୟ ହିତାଧିକାରୀ ମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବେ। ଏହି କାର୍ଯ୍ୟରେ ଗୋଟିଏହେଲେ ହିତାଧିକାରୀ ଛାଡି ହୋଇନଯାଆନ୍ତି ଏବଂ କାର୍ଯ୍ୟ ଗୁଡିକ ଯେପରି ସଠିକ ଭାବରେ ହୁଏ ଏନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀ ମାନଙ୍କୁ କଡା ଚେତାବନୀ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ କିଛି ଅନ୍ତୋଦୟ କାର୍ଡଧାରୀ ବିଧବା ମହିଳା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଯୋଜନା ଅନ୍ତର୍ଭୁକ୍ତ ଗୃହ ନିର୍ମାଣ ପାଇଁ କାର୍ଯ୍ୟପତ୍ର ପ୍ରଦାନ କରିଥିଲେ। ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସଭାରୁ ପ୍ରାୟ ଦିବା ୧.OO ସମୟରେ ପୂର୍ବରୁ ନିର୍ଧାରିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ଚାରି ଶହ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାପାଇଁ ସମସ୍ତଙ୍କ ଠାରୁ ବିଦାୟ ନେଇଥିଲେ।