ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଣଦେଖା କଂଗ୍ରେସ କର୍ମୀ ମହଲ ରେ ଅସନ୍ତୋଷ…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବଚନ ମଣ୍ଡଳୀ ପାଇଁ ନବରଙ୍ଗ ପୁ୍ର ବାସିନ୍ଦା ଅନାମ ଦିଆନ ଙ୍କ ନାମ ଅପାତତଃ ଟିକଟ ଦବା ପାଇଁ ସ୍ଥିର ହୋଇ ଥିବାର ଜଣା ଯାଇଛି I ଘୋଷଣା ପରେ କେବଳ ଦିଆନ ଙ୍କ ସମର୍ଥକ ସୁବେଛା ଜିଣେଇବେ କିନ୍ତୁ କୋଟପାଡ଼ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ସ୍ଥାନୀୟ ପ୍ରାର୍ଥି ଙ୍କୁ ଅଣ ଦେଖା କରି ବାହାର ପ୍ରାର୍ଥୀଙ୍କୁ ସୁଯୋଗ ଦେଇ ଥିବାରୁ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି. ନିର୍ବାଚନ ର ଦେଢ଼ ମାସ ପୂର୍ବରୁ ଦଳରେ ସାମିଲ ହବା. ଆଧାର ଏବଂ ଭୋଟର ଆଇ କାର୍ଡ ଅଳ୍ପ ଦିନରେ ପରିବର୍ତ୍ତନ କରିବା ବ୍ୟକ୍ତି ଙ୍କୁ ଯଦି ଦଳ ପ୍ରାର୍ଥି ଚୟନ କରେ କାହିଁକି ବର୍ଷ ବର୍ଷ ଧରି କର୍ମୀ ସଂଘଠନ କରିବେ ତେଣୁ କେତକ ମୁଷ୍ଟିମେୟ ନେତାଙ୍କ ଯୋଗୁଁ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହବାରେ ଲାଗିଛି. ବୋଲି ରାଜନୈତକ ବିଶାରଦ ଅଙ୍କ କଷିବା ଆରମ୍ଭ କରି ଦେଇ ଥିବା ଜଣା ଯାଇଛି I ଶୁକ୍ରବାର ପୁରୀରେ ବ୍ଲୁଲିଲି ବିଚ ରସର୍ଟ ଠାରେ ରାଜ୍ୟ କଂଗ୍ରେସ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ ରେ ସ୍ଥିର ହୋଇଥିବା ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ କୋଟପାଡ଼ ମାଟିର ପିଲାକୁ ଟିକଟ ପ୍ରଦାନ କରିବା ରୁ ବଞ୍ଚିତ କରିଥିବାରୁ କର୍ମୀ ମନ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଥିବା ଚର୍ଚ୍ଚା ହେଉଛି I (କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)