ଗଜପତି:- “ବାଲ୍ୟ ବିବାହ ରୋକିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ …
ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ’ର ମଙ୍ଗରାଜପୁର ପଞ୍ଚାୟତ’ରେ କୈଳାଶ ସତ୍ୟାର୍ଥୀ ଚିଲରେନ ଫାଉଣ୍ଡେସନ ଓ ସିସିଡି” ସ୍ୱେଚ୍ଛାସେବୀ ଅନୁଷ୍ଠାନ’ର ମିଳିତ ସହଯୋଗ’ରେ ବାଲ୍ୟ ବିବାହ , ଶିଶୁ ଶ୍ରମିକ , ଶିଶୁ ଚାଲାଣ ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ , ୱାର୍ଡ ମେମ୍ବର , ପ୍ରଧାନ ଶିକ୍ଷକ , ଗ୍ରାମର ମୁଖିଆ , “ସିସିଡି” ଅନୁଷ୍ଠାନ’ର ଜିଲ୍ଲା ସଂଯୋଜକ ପ୍ରମୁଖ ମଞ୍ଚାସୀନ ଥିଲେ ।
ଶିଶୁମାନେ ଯେଭଳି କୌଣସି ପ୍ରକାର’ର ଅବହେଳିତ କି ଶୋଷିତ ନ ହେବା ସହ ବିଭିନ୍ନ ନିର୍ଯାତନା’ରୁ ମୁକ୍ତ ହୋଇ ସମାଜ’ରେ ଶିକ୍ଷା , ସ୍ୱା , ସାଂସ୍କୃତିକ କ୍ଷେତ୍ର ରେ ନିଜ’ର ବିକାଶ କରିବା ସହ ବାଲ୍ୟ ବିବାହ ଭଳି କୁଚିନ୍ତା ଠାରୁ ଦୂରେଇ ହେବେ , ସେଥି ନିମନ୍ତେ ସରପଞ୍ଚ ଏବଂ ଗ୍ରାମର ସମସ୍ତ’ଙ୍କୁ ସଚେତନତା କରା ଯାଇଥିଲା ।
ମୁଖ୍ୟ ଅତିଥି ତଥା ପ୍ରଧାନ ଶିକ୍ଷକ କହିଥିଲେ ଯେ , ଶିକ୍ଷା ହେଉଛି ଜୀବନ’କୁ ସୁନ୍ଦର ଭାବରେ ଗଢି-ତୋଳିବାର ମୁଖ୍ୟ ଅସ୍ତ୍ର । ତେଣୁ ସମସ୍ତ ପିତା-ମାତା ଶିଶୁମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ କରାଇ ବିଦ୍ୟାଳୟକୁ ପଠେଇବା ନିମନ୍ତେ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟ କ୍ରମରେ “ସିସିଡି” ସ୍ୱେଚ୍ଛାସେବୀ ଅନୁଷ୍ଠାନ’ର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କେଶରୀ ପ୍ରଧାନ , ମାତୃ ଓ ପିତୃହୀନ ଶିଶୁ ଏବଂ ଅବହେଳିତ ଶିଶୁମାନଙ୍କୁ କିପରି ସରକାର’ଙ୍କ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାରେ ସାମିଲ କରିବା ଓ ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ସହ ବିକାଶ ଦିଗରେ ସହାୟକ ହେବା ବିଷୟରେ ଲୋକ ମାନଙ୍କୁ ବୁଝେଇ ସଚେତନ କରାଇଥିଲେ ।
ପର ମୁହୂର୍ତ୍ତରେ ଗ୍ରାମ’ର ୱାର୍ଡ ମେମ୍ବର ଶିଶୁ ମାନଙ୍କୁ ନେଇ “ବାଲ୍ୟ ବିବାହ ମୁକ୍ତ ଭାରତ” ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସମସ୍ତ ଶିଶୁ ମାନଙ୍କୁ ମାନପତ୍ର ଓ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରିଥିଲେ ।
ଏହି କାର୍ଯକ୍ରମ’ରେ ଶିଶୁ ସୁରକ୍ଷା’ର କର୍ମଚାରୀ ତଥା , ଇନ୍ଦୁମତୀ ଦେବୀ , ଶଙ୍କର ନାୟକ , କାବେରୀ ଗମାଙ୍ଗ ଓ ଜୋତି ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ। (ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)