ମାଣ୍ଡିଆ ଯୋଗଇବା ପାଇଁ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କଲେ ତିନି ଗାଁ ର ଗ୍ରାମବାସୀ
କୋରାପୁଟ ଜ଼ିଲ୍ଲା କୋଟପାଡ଼ କୁସୁମୀ ପଞ୍ଚୟତ ର ତିନ ଗୋଟି ଗ୍ରାମର ହିତାଧିକାରୀ କାରୀଙ୍କୁ ମାଣ୍ଡିଆ ବଣ୍ଟା ଯାଇନଥିବାରୁ ହିତାଧିକାରୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି l
ରାଜ୍ୟ ସରକାର ମାଣ୍ଡିଆ ମିଶନ ଆରମ୍ଭ କରିଥିବା ବେଳେ ରାସେନ କାଡଧାରି ହିତାଧିକାରୀ ମାନଙ୍କୁ ପ୍ରତ୍ୟକ ପରିବାର କୁଚାଉଳ ସହ 60 କେ:ଜି ମାଣ୍ଡିଆ ଦେବାକୁ ଘୋଷଣା କରିଥିଲେ ଏବଂ ପ୍ରତ୍ୟକ ପଞ୍ଚୟତ ର ଗ୍ରାମାଞ୍ଚଳ ର ହିତାଧିକାରୀ ଙ୍କୁ ମାଣ୍ଡିଆ
ବଣ୍ଟା ଯାଇଥିବା ବେଳେ କୁସୁମୀ ପଞ୍ଚଯାତରେ ମଧ୍ୟ ବଣ୍ଟା ଯାଇଥିଲା କିନ୍ତୁ ଉକ୍ତ ପଞ୍ଚାୟତ ର ତିନି ଗୋଟି ଗ୍ରାମ ସେମିଲିଗୁଡା, ବନ୍ଦଗୁଡା, କୁଆଗାଁ ଗ୍ରାମ ହିତାଧିକାରୀ କାରୀଙ୍କୁ ମାଣ୍ଡିଆ ମିଳିନଥିବାର ଜଣାପଡିଛି, ଏହାକୁ ନେଇ ତିନି ଗ୍ରାମର ହିତାଧିକାରୀ କାରି ମାନେ ପଞ୍ଚୟତ ର ପି,ଇ,ଓ ଙ୍କୁ ଓ ଯୋଗାଣ ସୋହାୟକ ଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସେମାନଙ୍କୁ ମାଣ୍ଡିଆ ମିଳି ନ ଥିବାର କହୁଛନ୍ତି ଏଭଲକି ମାଣ୍ଡିଆ କମ ଆସିଥିବାରୁ ଦିଆଯାଇପାରି ନାହିଁ, ମାଣ୍ଡିଆ ଆସିଲେ ଦିଆଯିବ ବୋଲି ତିନି ମାସ ହେବ କହୁଛନ୍ତି, କିନ୍ତୁ ବର୍ତ୍ତମାନ ଖରା ଡିନ ଆସିଯାଇଥିବାରୁ ଗ୍ରାମାଞ୍ଚଳର ଲୋକେ ମାଣ୍ଡିଆ ପେଜ ଉପରେ ନିର୍ଭାର କରିଥାନ୍ତି କିନ୍ତୁ ଆଜି ସୁଦ୍ଧା ସେମାନଙ୍କୁ ମାଣ୍ଡିଆ ଦିଆଯାଉନାହିଁ l ଏହାକୁ ନେଇ ତିନି ଗ୍ରାମର ହିତାଧିକାରୀ କାରି ଏକୋତ୍ରିତ ହେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି l ଚଳିତ ଥର ମାଣ୍ଡିଆ କମ ଆସିଥିବାରୁ ଦିଆଯାଇପାରିନାହିଁ ତେଣୁ ଏହାଉପରେ ତଡନ୍ତ କରି ମାଣ୍ଡିଆ ଦିଆଯିବ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ହିତାଧିକାରୀ ଙ୍କୁ କହିବା ପରେ ହିତାଧିକାରୀ କାରି ବୁଝିଥିଲେ l ଆସନ୍ତା 15 ଦିନ ମଧ୍ୟରେ ମାଣ୍ଡିଆ ନ ମିଳିଲେ ପଞ୍ଚୟତ ଆଗରେ ଧାରଣା ଦିଆଯିବ ବୋଲି ଲବକୁଶ ଦୋରା,ଚୋୟତନ ହରିଜନ, ଗୁପ୍ତ ଗୌଡ଼, ସଦାଶିବ ଭୁମିଆ, ମୁକ୍ତା ଦୋରା, ଲକ୍ଷ୍ମୀ ରାଉତ, ବିଶ୍ଵନାଥ ଗୌଡ଼, ତିନି ଗ୍ରାମର ପ୍ରମୁଖ ଲୋକେ ଲିଖିତ ରୂପେ ସ୍ଥାନୀୟ ବି,ଡି,ଓ, ଜୟପୁର ଉପ ଜ଼ିଲ୍ଲାପାଳ, ଏବଂ ଜ଼ିଲ୍ଲା ପାଳଙ୍କୁ ଅଭିଯୋଗ ଦେଇଥିବା ଜଣାପଡିଛି l
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା