ୟୁରୋ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ “ଅଧ୍ୟାୟ” କାର୍ଯ୍ୟକ୍ରମ ଆୟୋଜିତ
ଛତ୍ରପୁର-ତା.୩୦ / ୧/୨୫ (ଅରୁଣ କୁମାର ପଣ୍ଡା) ଆର୍ନ୍ତଜାତୀୟସ୍ତରୀୟ ମାନ୍ୟତପ୍ରାପ୍ତ ଛତ୍ରପୁର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ “ୟୁରୋ ସ୍କୁଲ” ର ଷଷ୍ଠ ତମ୍ ବାର୍ଷିକ ଉତ୍ସବ ତଥା “ଅଧ୍ୟାୟ” କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ଉତ୍ସବର ସହ ସମ୍ପନ୍ନ ହୋଇଛି ।
ଅନୁଷ୍ଠିତ ଆନୁଷ୍ଠାନିକ ଉଦଘାଟନୀ ସମାରୋହରେ ଅନୁଷ୍ଠାନର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଆନୁଷ୍ଠାନିକ ଭାବେ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍କୁଲର ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l
ଗୁରୁ ହିଁ ପିଲାଙ୍କୁ ଅନ୍ଧାରୁ ଉଜ୍ୱଳକୁ ନେବାର ଏକ ମାଧ୍ୟମ । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢିବା ଲାଗି ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠାନ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉନ୍ନତିରେ ଏହି ଅନୁଷ୍ଠାନ ସହାୟକ ହୋଇଛି । ଏହି ଅନୁଷ୍ଠାନ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ । ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନାକୁ ଆସିପାରିବ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା , ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଅଭିଭାବକଙ୍କ ଭୂମିକା ଉପରେ ଶ୍ରେୟ ଦେଇ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଆଲୋକପାତ କରିଥିଲେ । ଏହି ଅବସରରେ ସ୍କୁଲର ଏକ ମେଗାଜିନକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଅନୁଷ୍ଠାନର ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ଭାସ୍କର ମହାପାତ୍ର,ଅନୁଷ୍ଠାନର ମୁଖ୍ୟ-ପୁଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସପାଲ ତପସ୍ୱିନୀ ସାହୁ ପ୍ରମୁଖ ମଞ୍ଚାସୀନ ସହ ନିଜ ନିଜ ବକ୍ତବ୍ୟରେ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ଚିତ୍ର, ମାନସିକ ବୃଦ୍ଧିର ଖେଳ ଏବଂ ଅନ୍ୟାନ୍ୟ ବର୍ଗର ଖେଳକୁଦର ଶିଶୁମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିବା କୃତୀ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ କରାଯାଇଥିଲା
ଏହାସହିତ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମୋ ଜଗାରେ’ ସଂଗୀତ ସହ ନୃତ୍ୟରେ ଅଭିଭାବକ ମାନେ ଝୁମି ଥିଲେ, ଏହା ସହ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ କଲରଫୁଲ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ତାଙ୍କର ଅଭିଭାବକ ମାନେ ମଧ୍ୟ ପରିବେଷଣ ହୋଇଥିଲା ।
ଆଜିର କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଭାବେ ସୋସିଆଲ ମିଡ଼ିଆ ରେ କିପରି କୁନି କୁନି ଶିଶୁମାନେ ଜଡିତ ରହୁଛନ୍ତି, ସେଥିରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ସଚେତନତାର ଛୋଟିଆ ନାଟକ ଟି ପରିବେଷଣ କରାଯାଇଥିଲା । ଛତ୍ରପୁର ସହର ରେ ପ୍ରଥମ ଥର ପାଇଁ ଏପରି ଗ୍ରାଡ଼ଫୁଲ କାର୍ଯ୍ୟକ୍ରମ ମାଧ୍ଯମରେ ଆୟୋଜିତ ଏହି ସ୍କୁଲର ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଥିବାରୁ ଅଭିଭାବକ ମାନଙ୍କ ମହଲରେ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ପ୍ରଶଂସା କରିଥିଲେ