March 10, 2026

ତିର୍ତ୍ତୋଲ ରେ କୃଷକ ପ୍ରଶିକ୍ଷଣ ଶିବିର  

IMG-20251229-WA0049
Share

== ତିର୍ତ୍ତୋଲ29/12/2025 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ କନକପୁର ପଞ୍ଚାୟତ ଅଧିନ, କଣ୍ଟାପଡା ସ୍ଥିତ ପତିତପାବନ ମନ୍ଦିର ପରିସରରେ, ଆଇ ସି ଏ ଆର – ଜାତୀୟ ଧାନଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ଆୟୋଜିତ ଓ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା, କୃଷି କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ପ୍ରାୟୋଜିତ ଏକ କୃଷି ପ୍ରଶିକ୍ଷଣ ଶିବିର, ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଜଳବାୟୁ ପ୍ରତିରୋଧକ ଧାନ ପ୍ରଜାତିର ଗୁଣାତ୍ମକ ବୀଜ ଉତ୍ପାଦନ ମାଧ୍ୟମରେ କୃଷକ ର କ୍ଷମତା ବୃଦ୍ଧି ଏବଂ ଉପକୂଳ ଲବଣୀୟ ମାଟି ଓ ବନ୍ୟା ପ୍ରବଣ ଅଞ୍ଚଳ ରେ ଧାନଚାଷ ର ବିଭିନ୍ନ ପ୍ରଣାଳୀ ବିଷୟରେ ନିମନ୍ତ୍ରିତ ବିଶେସଂଜ୍ଞ ତଥା ବିଭାଗୀୟ ଉଚ୍ଚପଦାଧିକାରୀ ମାନେ ବହୁ ତଥ୍ୟଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ପ୍ରାରମ୍ଭରେ ପଣ୍ଡିତ ପ୍ରହଲ୍ଲାଦ ନାୟକ ମନ୍ତ୍ରଧ୍ଵନି ମଧ୍ୟରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ l ପ୍ରଧାନ ବୈଜ୍ଞାନିକ ସୁଶାନ୍ତ କୁମାର ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲବ୍ଲକ କୃଷି ଅଧିକାରିଣୀ ମନସ୍ବିନୀ ଲେଙ୍କା, ମୁଖ୍ୟବକ୍ତା ପ୍ରଧାନ ବୈଜ୍ଞାନିକ ଡଃ ଜିତେନ୍ଦ୍ର ମେହେର, ଓ ସମ୍ମାନୀତ ଅତିଥି ଭାବେ, ଡଃ ରଘୁରାମ, ବରିଷ୍ଠ ବୈଜ୍ଞାନିକ ରାଘବେନ୍ଦ୍ର ଗୌଡା, ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ଆୟୋଜକ 4S4R ପ୍ରକଳ୍ପ ନିର୍ଦ୍ଦେଶକ ଦୀପଜ କୁମାର ନାୟକ ପ୍ରମ୍ମୁଖ ଯୋଗ ଦେଇ ସରଳ ପ୍ରାଞ୍ଜଳ ଓ ସାବଲୀଳ ଭାବରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଗୋଲେଖ ସେଠି, ଚିତ୍ତରଞ୍ଜନ ମଲ୍ଲିକ, ସର୍ବେଶ୍ୱର ଭଟ୍ଟ ଓ ଜୟନ୍ତ କୁମାର ସାହୁ ପ୍ରମ୍ମୁଖ ଚାଷୀ ମାନଙ୍କୁ ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଉପସ୍ଥିତ ଚାଷୀ ମାନଙ୍କର ବିଭିନ୍ନ କୃଷିଭିତ୍ତିକ ସମସ୍ୟା ଉପରେ ବିଶେଷଜ୍ଞ ମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝାଇଥିଲେ l ତେବେ ଏହି ଶିବିରରେ କନକପୁର, ମୂଳିସିଂହ, କଟରା, କୋଷ୍ଟିମଲ୍ଲିକା ପୁର, ଗୋବିନ୍ଦପୁର ଓ ତେନ୍ତୁଳିପଦା ଆଦି ଛଅଗୋଟି ପଞ୍ଚାୟତ ର ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ l ଶେଷରେ ସି ଆର ଆର ଆଇ ର ମୁଖ୍ୟସଂଯୋଜକ କାହ୍ନୁଚରଣ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର