July 6, 2024

ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦଯାପିତ —

Share

ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦଯାପିତ —

========================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ପ୍ରଥମ ଥର ପାଇଁ ଦାନ୍ତପୁର ମହୋତ୍ସବ ଅନୁଷ୍ଠିତ ହୋଇଛି
ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରାୟଗି ସ୍ଥିତ ଅଳେଶ୍ୱର ମନ୍ଦିର ନିକଟସ୍ଥ ଥିବା ସମୁଦ୍ର ବେଳାଭୂମି ଠାରେ ” ଶ୍ରୀ ଶ୍ରୀ ଶ୍ରୀ ବାବା ଅଲେଶ୍ଵର ବେଳାଭୂମିରେ ଅଳେଶ୍ୱର ଦନ୍ତପୁର ମହୋତ୍ସବ – 2023 ସୋମବାର ଉଦଯାପିତ ହୋଇଯାଇଛି l ଗତ 25 ତାରିଖରୁ ଆରମ୍ଭ ହୋଇ ତିନି ଧରି ଚାଲିଥିବା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋଡ଼ ଅଧକ୍ଷ ସଞ୍ଜୟ ଦାସ ବର୍ମା,ମୁଖ୍ୟ ବକ୍ତା ଭାବେ ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁ ଉନ୍ନୟନ ନିଗମ ବିଭାଗ ର ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଳ ମୁକୁନ୍ଦ ଭୂୟାଁ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୂର୍ବତନ ଗଞ୍ଜାମ ଏନଏସି ଅଧ୍ୟକ୍ଷ ଲକ୍ଷ୍ମୀ ପାଢ଼ୀ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏହି ଅବସରରେ ଓଲିଓଡ଼ ଗୀତିକାର ନାଵ୍ୟ ଜ୍ୟୋତି ଯୋଗ ଦେଇ ନିଜ ସୁମଧୁର କଣ୍ଠରେ ଦର୍ଶକଙ୍କୁ ଝୁମାଇଥିଲେ l ଏହା ସହ କାନ୍ତରା ନୃତ୍ୟ ପରିବେଷଣ କରାଯାଇଥିଲା l ବ୍ରହ୍ମପୁର ର ଆନ୍ନା ଓ ବେକାରିଆ ଲୁକ ଙ୍କ କମେଡି ରେ ଦର୍ଶକ ହସି ହସି ବେଦମ ହୋଇପଡିଥିବା ଦେଖିବାକୁ ମିଳିଛି l ଏହା ସହିତ ଓଡିଶୀ ସହିତ ବିଭିନ୍ନ ନୃତ୍ୟ ରେ ମଞ୍ଚ ଦୁଲୁକିଥିଲା l ପୂର୍ବ ଉପକୂଳରେ ଦନ୍ତପୁର (ପାଲୁର) ଥିଲା। ପ୍ରାଚିନ ବନ୍ଦର ଯାହାକି ସେହି ଗୌରବ ଅତୀତକୁ ମନେ ପକାଇବା ପାଇଁ ଏହି ମହୋତ୍ସବ ପ୍ରଥମ ଥର ପାଇଁ ଏହା ଆୟୋଜନ କରାଯାଉଛି। ଫଳରେ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଶ୍ରୀ ଶ୍ରୀ ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ କମିଟି ତଥା ପ୍ରୟାଗି ଓ ଅରୁଣପୁର ଗ୍ରାମର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଏହି ମହୋତ୍ସବ ରେ ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ସାଂସ୍କୃତିକ ଟିମ , ଓ ବିଶିଷ୍ଟ କଣ୍ଠଶିଳ୍ପୀ , ଅଭିନେତ୍ରୀମାନେ ଯୋଗଦେଉଛନ୍ତି। ଆୟୋଜକ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ନୂତନ ଧରଣ ଆଲୋକ ସଜା ଓ ମଞ୍ଚ ବେଶ ଆକୃଷ୍ଟ ହୋଇଛି । ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଛି। ଏହା ଦେଖିବା ପାଇଁ ଗଞ୍ଜାମ ବ୍ଳକ ଓ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଳକରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା l ପ୍ରୟୋଗି ଓ ଅରଣପୁର ଗ୍ରାମ୍ୟ କମିଟି ଏହାକୁ ପରିଚାଳନା କରିଥିଲେ l ଶାନ୍ତି ଶୃଙ୍ଖଳାର ସହ ସମ୍ପୂର୍ଣ ହୋଇଥିଲା ମହୋତ୍ସବ l

You may have missed