July 1, 2024

୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ଆଜି ୨୪ ବର୍ଷ ପୁରିଲା

Share

 

ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନର ସମୁଦ୍ରର ବିଶାଳ ଢ଼େଉ ୩୦୦ କିମି ବେଗରେ ବହୁ ଥିବା ପବନ, ଲୋଟି ଯାଉଥିଲା ବହୁ ମହାଦୃମ । ଅଧା ଓଡିଶାକୁ ଛାରଖାର କରିଦେଇଥିବା ମହାବାତ୍ୟା ଧ୍ୱଂସ ସ୍ତୁପରେ ପରିଣତ କରିଥିଲା । ୧୯୯୯ ମହାବାତ୍ୟା ପରେ ରାଜ୍ୟର ଶାସନ ଡୋରି ଧରିଥିଲେ ବିଜେଡି ସରକାର । ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ପ୍ରଭାବିତ ଅଂଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ସାଧାରଣ ଲୋକଙ୍କୁ ବିପର୍ଯ୍ୟୟର ସାମନା କରିବା ପାଇଁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ବିଜୁ କୁଡ଼ିଆ, ମୋକୁଡିଆ ଆଦି ମାଧ୍ୟମରେ କଚା ଘରକୁ ପକ୍କା ଘର ପାଇଁ ଯୋଜନା କରି ଘର ଯୋଗଇ ଦେଲେ । ଓଡ଼ିଶାର ଅନେକ ଅଂଚଳରେ ମଧ୍ୟ କଚ୍ଚା ଘର ଥିବା ଜନସାଧାରଣଙ୍କୁ ଏହି ଯୋଜନାରେ ସାମିଲ କରି ଘର ଯୋଗାଇ ଦିଆଗଲା । ମହାବାତ୍ୟା ପରେ ପରେ ପାଖାପାଖି ୧୦ଟି ବାତ୍ୟାକୁ ଲୋକେ ନିକଟରୁ ସାମ୍ନା କରିସାରିଲେଣି । ହେଲେ ବିଡମ୍ବନାର ବିଷୟ ପ୍ରତିଥର ବାତ୍ୟା ଆସୁଛି ସଂଖ୍ୟାଧିକ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଥିବାର ଦେଖାଯାଉଛି । କଚ୍ଚା ଘର ବା ଟିଣ ନଡା ଛପର ଘର କରି ରହିଥିବା ଲୋକମାନଙ୍କୁ ଅଦ୍ୟାବଧି ପକ୍କାଘର ଯୋଗାଇ ଦେବାରେ ସରକାର କେତେକାଂଶ ରେ ସଫଳ ଏବଂ ସକ୍ଷମ ହୋଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।