July 1, 2024
Share

*╭──────────────────╮*
*🌄ସକାଳର ଖବର, ୨୯-ଅକ୍ଟବର -୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ଆରମ୍ଭ ହେଉଛି କାର୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ହବିଷ ପାଇଁ ଜମିଲା ଭିଡ, ଅଣପଞ୍ଜିକୃତ ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ ନାକେଦମ୍ ହେଲା ପ୍ରଶାସନ l ସ୍ଥାନ ନପାଇ ହତାଶ ହେଲେ ବହୁ ହବିଷ୍ୟାଳି l

➡️୨-ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା । ୧୩.୫ ଡିଗ୍ରୀ ସହ ଜି.ଉଦୟଗିରି ହେଲା ସବୁଠାରୁ ଥଣ୍ଡା ଅଂଚଳ । ଫୁଲବାଣୀ, କୋରାପୁଟ ଓ ଦାରିଙ୍ଗବାଡି ତାପମାତ୍ରା ୧୪ ଡିଗ୍ରୀ ।

➡️୩-ବଙ୍ଗୋପସାଗରରୁ ପୂର୍ବାଳୀ-ତରଙ୍ଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲାରେ ୧ ରୁ ୩ ତାରିଖ ଯାଏଁ ବର୍ଷା ସମ୍ଭାବନା l ଏ ନେଇ ଭୁବନେଶ୍ବର ପାଣିପାଗ ବଜ୍ଞାନ କେନ୍ଦ୍ର ଦେଲେ ସୂଚନା l

➡️୪-ଆସନ୍ତାକାଲି ପୁରୀ ପହଞ୍ଚିବେ ନୂଆ ରାଜ୍ୟପାଳ ରଘୁବର ଦାସ l ଶ୍ରୀମନ୍ଦିର ଯାଇ ମହପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ରାଜଭବନରେ ରାତ୍ରିଯାପନ କରିବେ l ମଙ୍ଗଳବାର ଦିନ ଶପଥ ନେବେ l

➡️୫-ଯୋଗୀ ସରକାରଙ୍କ ବଡ଼ କ୍ୟାମ୍ପେନ୍: ୫୦ ବର୍ଷ ବୟସ ଟପିଥିବା ପୋଲିସଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର l

➡️୬-ଡିସେମ୍ବରେ ଦେଶରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌, ୨୦୨୪ ଜୁନ ସୁଦ୍ଧା ସାରା ଦେଶରେ ୪ଜି ସେବା ଚାଲୁ କରିବାକୁ ହେଲା ଟାର୍ଗେଟ୍ l

➡️୭-୯୦ ବର୍ଷ ବୟସରେ ଗୀତା ପ୍ରେସ୍‌ର ଟ୍ରଷ୍ଟି ବୈଜନାଥ ଅଗ୍ରଓ୍ୱାଲଙ୍କ ଗତକାଲି ଅପରାହ୍ନରେ ହରିଓମ୍‌ ନଗର ସ୍ଥିତ ତାଙ୍କର ବାସଭବନରେ ହେଲା ପରଲୋକ। ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି l

➡️୮-ଭୁବନେଶ୍ୱରରେ ରୋଜଗାର ମେଳାର ଦଶମ ପର୍ଯ୍ୟାୟରେ ୧୭୬ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

➡️୯-ନିଲାମ ହେଲା ବାହାନଗା ଟ୍ରେନ୍ ଟ୍ରାଜେଡିର ମୁକସାକ୍ଷୀ, ଦୁର୍ଘଟଣାର ୫ ମାସ ପରେ କଟା ହେଲା ବଗି l

➡️୧୦-ଅକ୍ଟୋବର ୩୧ରେ ପ୍ରସାରିତ ହେବ ଜୀ-ସାର୍ଥକରେ ପ୍ରସାରିତ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ l

➡️୧୧-ଭାରତର ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଲା ସୋଆ l ୫ଜି ଲ୍ୟାବ ସ୍ଥାପନ ନିମନ୍ତେ ହେଲା ମନୋନୀତ l

➡️୧୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲି ହେବାକୁ ଥିବା ମିଜୋରାମର ମାମିତକୁ ଗସ୍ତ କାର୍ଯ୍ୟକ୍ରମ ହେଲା ବାତିଲ l ତାଙ୍କ ବଦଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗସ୍ତ କରିବେ l

➡️୧୩-ରାଜସ୍ତାନରେ ପ୍ରଥମ ଭରତୀୟ କମ୍ପାନୀ ଭାବେ ମେମୋରି ଚିଫ୍‌ ଉତ୍ପାଦନ କଲା ସହସ୍ର ସେମିକଣ୍ଡକ୍ଟର୍ସ l

➡️୧୪-ଜାମ୍ମୁ-କାଶ୍ମୀର କ୍ରିକେଟର ବଂଶଜ ଶର୍ମାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ୍ ଲଗାଇଲା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)।

➡️୧୫-ଦେଶର ସବୁଠୁ ବଡ଼ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ମିଳିଲା ହତ୍ୟା ଧମକ୍ l ଧମକ ଦେଇଥିବା ଲୋକେ ପ୍ରଥମେ ୨୦ କୋଟି ଟଙ୍କା ମାଗିଥିବା ବେଳେ ଏବେ ଏହି ରାଶିକୁ ବଢେଇ କଲେ ୨୦୦ କୋଟି ଟଙ୍କା l

➡️୧୬-ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ l

➡️୧୭-ଗାଜାର ସବୁଠୁ ବଡ ହସ୍ପିଟାଲ “ଅଲ-ଶିଫା” ତଳେ ରହିଛି ହମାସର ଅଣ୍ଡରଗ୍ରାଉଣ୍ଡ ଆଡ୍ଡା l ଇସ୍ରାଏଲ ସେନା କଲେ ଚାଞ୍ଚଲ୍ୟକର ଖୁଲ୍ଲାସା l

➡️୧୮-ବିଶ୍ୱକପ ୨୦୨୩ : ଆଜି ୨୯ ତମ ମ୍ୟାଚରେ ଲକ୍ଷ୍ନୌରେ ମୁଁହାମୁହିଁ ହେବେ ଭାରତ-ଇଂଲଣ୍ଡ l ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ।

➡️୧୯-ବିଶ୍ଵକପର ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆର ବିଜୟ, ୫ ରନରେ ହାରିଲା ନ୍ୟୁଜିଲ୍ୟାଣ୍ଡ l ସେପଟେ ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ କଲା ପରାଜିତ l

➡️୨୦-ଖେଳାଳିଙ୍କୁ ପାଞ୍ଚ ମାସ ହେଲା ଦରମା ଦେଇନି ପାକିସ୍ତାନ ବୋର୍ଡ, ବଡ଼ ଅଭିଯୋଗ ଲଗାଇଲେ ପୂର୍ବତନ ଅଧିନାୟକ l