March 10, 2026

ଟେଣ୍ଡର ହୋଇ ନଥିବା ଯୋଗୁଁ, ନିର୍ମାଣ ହୋଇପାରୁନାହିଁ ରାଜ୍ବସ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ..

IMG-20250829-WA0046
Share

 

ସନ୍ତରାଗଡିଆ ( ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନସ୍ତ ସନ୍ତରାଗଡିଆ ରାଜ୍ବସ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପୁନଃ ନିର୍ମାଣ ପାଇଁ ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କା ଆସିଛି, କିନ୍ତୁ ଏ ପ୍ରଯ୍ୟନ୍ତ ଟେଣ୍ଡର ହୋଇ ପାରୁନାହିଁ, ତେଣୁ ଉକ୍ତ ଅଂଚଳ ର ଜନ ସାଧାରଣ ଙ୍କ ଆଶା ଆକାଂକ୍ଷ୍ୟା ରେ ନୂତନ ନିର୍ମାଣ ହେବାକୁ ଥିବା ରାଜ୍ବସ ନିରୀକ୍ଷକ ଙ୍କର କାର୍ଯ୍ୟାଳୟ, ବର୍ତ୍ତମାନ ସୁଦ୍ଧା ଏକ ଡାକ ବଙ୍ଗଳା ରେ, ଦୀର୍ଘ ଦେଢ଼ ବର୍ଷ ରୁ ଉର୍ଦ୍ଧ ସମୟ ଧରି ରାଜ୍ବସ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଚାଲୁଅଛି, ଏବଂ ଯେଉଁଟା ରହିଥିଲା କାର୍ଯ୍ୟାଳୟ ଭିତରେ ଭିନ୍ନ ଭିନ୍ନ ଗଛ ଉଠିଗଲାଣି, ଉକ୍ତ ଅଂଚଳ ଜନ ସାଧାରଣ ଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ପ୍ରମାଣ ପତ୍ର ପାଣି ପଶିଯିବା ଦ୍ୱାରା ନଷ୍ଟ ହୋଇ ଯାଇଥିଲା, ଦୀର୍ଘ ଦୀନ ଧରି ନୂତନ ଗୃହ ନିର୍ମାଣ କରିବା ଲାଗି ଅଭିଯୋଗ ହୋଇଥିଲେ ଵି ଟଙ୍କା ଆସଛି କିନ୍ତୁ ଟେଣ୍ଡର ଦିଆଯାଉନାହିଁ ଏହି ସବୁ ସମଷ୍ୟା ପାଇଁ ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନ ସାଧାରଣ ଙ୍କର ସ୍ୱାର୍ଥ ପାଇଁ ଯଥା ଶୀଘ୍ର ନିର୍ମାଣ କରାଗଲେ ରାଜ୍ବସ ନିରୀକ୍ଷକ କାର୍ଯ୍ୟାଳୟ ସାଧାରଣ ରେ ଦାବି ହୋଇଛି,,